Masthead

ତଦନ୍ତ କରିପାରିବେନି କନଷ୍ଟେବଳ, ହାବିଲଦାର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କନଷ୍ଟେବଳ, ହାବିଲଦାର କରିପାରିବେନି ତଦନ୍ତ । ପୁଲିସ ବିଭାଗର ନିଷ୍ପତ୍ତିକୁ ରଦ୍ଦ କଲେ ହାଇକୋର୍ଟ । ୨୦୨୨ ମେ ୨୧ର ପୁଲିସ ସର୍କୁଲାର ଅର୍ଡରକୁ ହାଇକୋର୍ଟ ରଦ୍ଦ କରିଛନ୍ତି । ସ୍ନାତକ କନଷ୍ଟେବଳ ଓ କ୍ରାଇମ ଇଣ୍ଟେଲିଜେନ୍ସ ହାବିଲଦାରଙ୍କୁ ମାମଲା ତଦନ୍ତର କ୍ଷମତା ପ୍ରଦାନ କରିଥିଲା ପୋଲିସ ବିଭାଗ । ଏମିତିକି ଆଇଜି ତାଲିମ ପାଇଁ ବ୍ୟବସ୍ଥା ହୋଇଥିଲା । ଏ ନେଇ ସବୁ ଜିଲ୍ଲା ଏସପିଙ୍କୁ ଜାରି ହୋଇଥିବା ୨୦୨୨ ଜୁନ ୧୦ର ଚିଠିକୁ ମଧ୍ୟ ହାଇକୋର୍ଟ ରଦ୍ଦ କରିଛନ୍ତି ।

୨୦୨୨ ମେ ୨୧ର ପିସିଓ ଓ ଏହାପରେ ଜାରି ଜୁନ ୧୦ର ତାଲିମ ସମ୍ପର୍କିତ ଚିଠି ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି । ବଢୁଥିବା ମାମଲା ସଂଖ୍ୟା, ତଦନ୍ତକୁ ଅପେକ୍ଷା ଓ ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ଗୃହ ବିଭାଗର ଏହି ପ୍ରସଙ୍ଗକୁ ସାନି ଅନୁଧ୍ୟାନ କରିବ ବୋଲି ହାଇକୋର୍ଟ କହିଛନ୍ତି । ଗୃହ ବିଭାଗ ସମଗ୍ର ପ୍ରସଂଗକୁ ପୁଣି ବିଚାରକୁ ନେଇ ସିଆରପିସିର ଧାରା ୧୫୬, ୧୫୭ ସହ ପୁଲିସ ଆକ୍ଟ ଓ ମାନୁଆଲ ସହିତ ସଂଗତି ଥିବା ଏକ ସାନି ପୁଲିସ ସର୍କୁଲାର ଅର୍ଡର ଆଣିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା