Masthead

ଇଡିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ

କୋଲକାତା(ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମସିର ସାଧାରଣ ସମ୍ପାଦକ ଅଭିଷେକ ବାର୍ନାଜୀ ଇଡି ସମନକୁ ଚ୍ୟାଲେଞ୍ଜ କରିଛନ୍ତି । ତାଙ୍କୁ ଏବଂ ତାଙ୍କ ପତ୍ନୀଙ୍କୁ ଇଡି ସମନ କରିବା ପରେ ଏନେଇ ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାୟର କରିଛନ୍ତି ଅଭିଷେକ । ସେ ଏହି ସମନକୁ ଖାରଜ କରିବାକୁ ଦାବି କରିଛନ୍ତି । ମନିଲଣ୍ଡ୍ରିଂ ମାମଲାରେ ଅଭିଷେକ ଓ ତାଙ୍କ ପତ୍ନୀଙ୍କୁ ଇଡି ସମନ କରିଥିଲା ।

ତାଙ୍କ ପତ୍ନୀ ପ୍ରଥମେ ଏହାକୁ ଖାରଜ କରି ଦିଲ୍ଲୀ ଆସିବାକୁ ମନା କରି ଇଡିକୁ ଯଦି ତାଙ୍କୁ ପଚରାଉଚରା କରିବାର ଅଛି ତ କୋଳକାତା ଆସିବାକୁ କହିଥିଲେ । ଯାହାକୁ ନେଇ ଅଭିଷେକ ବାନାର୍ଜୀ ହାଇକୋର୍ଟଙ୍କୁ ଅପିଲ କରିଛନ୍ତି । ଏହାବ୍ୟତୀତ ଦିଲ୍ଲୀ ହାଇକୋର୍ଟରେ ଅଭିଷେକ ଏହାମଧ୍ୟ ଆବେଦନ କରିଛନ୍ତି ଯେ, ଆଗାମୀ ଆଇନଗତ ପ୍ରକ୍ରିୟା ପାଇଁ ଦିଲ୍ଲୀରେ ପଚରାଉଚରା ନକରି କୋଲକାତାରେ କରାଯାଉ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ