Before Header

ଜମୁଛି ପାଟଣ ମଙ୍ଗଳା ଯାତ୍ରା, ମେଳାରେ ଅସମ୍ବାଳ ଭିଡ଼

0 43

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ଜମୁଛି ପାଟଣ ମଙ୍ଗଳା ଯାତ୍ରା । ମେଳାରେ ଅସମ୍ବାଳ ଭିଡ଼ ଦେଖିବାକୁ ମିଳିଛି । ଭଦ୍ରକ ଜିଲ୍ଲାର ଘଣ୍ଟେଶ୍ୱର ଅଞ୍ଚଳରେ ପ୍ରସିଦ୍ଧ ମା’ ପାଟଣ ମଙ୍ଗଳା ଯାତ୍ରା ଜମୁଛି। ଏହି ମେଳା ସଂକ୍ରାନ୍ତିଠାରୁ ଆରମ୍ଭ ହୋଇଥିବା ବେଳେ ୭ ଦିନ ପର୍ଯ୍ୟନ୍ତ ଚାଲିବ । ମେଳାରେ ମିନା ବଜାର ଠାରୁ ଆରମ୍ଭ କରି ଘରକରଣା ସାମଗ୍ରୀ, ଦୋଳି ଅନେକ ଦୋକାନ ମାନ ପଡିଛି । ପ୍ରଚଣ୍ଡ ଖରା ପାଇଁ ଦିନରେ ଲୋକଙ୍କ ଭିଡ କମ ରହୁଥିବା ଵେଳେ ରାତିରେ ଭିଡ ଅଧିକ ରହୁଥିବା ଦେଖିବାକୁ ମିଳୁଛି। ଅଧିକ ଖରା ସାଙ୍ଗକୁ ଗୁଳୁଗୁଳି ଯାତ୍ରୀ ମାନଙ୍କୁ ହନ୍ତସନ୍ତ କରୁଛି ।

ଜାଗା ଜାଗାରେ ଧଣ୍ଡାଯାତ୍ରୀମାନଙ୍କ ପାଇଁ ପାନୀୟ ବ୍ୟବସ୍ଥା ମଧ୍ୟ କରାଯାଇଛି । ଗରମ ଗୁଳୁଗୁଳି ପାଇଁ ଯାତ୍ରୀ ମାନଙ୍କ ସୁରକ୍ଷା କବଚ ସାଜିଛି ହାତ ତିଆରି ବିଚଣା।ସମସ୍ତ ଲୁହା ସାମଗ୍ରୀ ସାଙ୍ଗକୁ ପଥରରେ ତିଆରି ମୂର୍ତ୍ତି ମେଳାକୁ ଛୀବନ୍ତ କରିଛି। ବିଭିନ୍ନ ଦୋଳିର ମଜା ନେଉଛନ୍ତି ଛୋଟ ପିଲା । ମେଳାର ମୁଖ୍ୟ ଆକର୍ଷଣ ହେଉଛି ଚଣା ଉଖୁଡା । କମିଟି ତରଫରୁ ମେଳାରେ ସଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି । ନୂତନ କରି ତିଆରି ହୋଇଥିବା ସେଲ୍ଫି ପଏଣ୍ଟ ଯୁବପିଢ଼ି ମାନଙ୍କୁ ଆକୃଷ୍ଟ କରୁଛି । ପିରାହାଟ ଏବଂ ଘଣ୍ଟେଶ୍ୱର ପୋଲିସ ସୁରକ୍ଷା କଡ଼ାକଡ଼ି କରାଯାଇଛି ।

Leave A Reply

Your email address will not be published.