Masthead

ଶବକୁ ମିଳିଲାନି ଚାରିକାନ୍ଧ

ଖପ୍ରାଖୋଲ (ବଡ଼ ଖବର ବ୍ୟୁରୋ): କରୋନାର କରୁଣ ଚିତ୍ର । ଚାରିକାନ୍ଧ ଅଭାବରୁ ସାଇକଲରେ ବୁହାହେଲା ଶବ । କରୋନ ଛଡାଇ ନେଇଛି ସମ୍ପର୍କ । ରକ୍ତ ସଂପର୍କକୁ ବି ଅଲଗା କରିଦେଇଛି । କରୋନା ସଂକ୍ରମଣ ଭୟରେ ଚାରିକାନ୍ଧ ଅଭାବରୁ ଜଣେ ବୃଦ୍ଧାଙ୍କ ଶବକୁ ପୁଅ ସାଇକେଲରେ ବୋହିବାକୁ ବାଧ୍ୟ ହୋଇଛି । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଓଡ଼ିଆପାଲି ପଞ୍ଚାୟତ ଭାଲୁଡୁଙ୍ଗୁରୀ ଗ୍ରାମରେ ।

ଭାଲୁଡୁଙ୍ଗୁରୀ ଗ୍ରାମର ଅଯୋଧ୍ୟା ସାହୁ କିଛିଦିନ ହେବ ଜ୍ୱରରେ ପୀଡିତ ଥିଲେ । ସୋମବାର ଡାକ୍ତରଖାନାରେ ତାଙ୍କର କରୋନା ପରୀକ୍ଷା ହୋଇଥିଲା । ସେ ପଜିଟିଭ ଥିବା ଜଣା ପଡିଥିଲା । ତାଙ୍କୁ ଔଷଧ ଦେଇ ଘରେ ରହିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଉପଯୁକ୍ତ ଚିକିତ୍ସା ନପାଇ ମଙ୍ଗଳବାର ସକାଳେ ଅଯୋଧ୍ୟାଙ୍କର ମୃତ୍ୟୁ ହୋଇଥିଲା ।

ସଂକ୍ରମଣ ଭୟରେ ପରିବାର, ଗ୍ରାମବାସୀ କେହି ପାଖମାଡି ନଥିଲେ । ଶେଷରେ ପୁଅ ଦାମୋଦର ପିପିଇକିଟ ପିନ୍ଧି ସାଇକେଲରେ ମାଆର ଶବକୁ ମଶାଣି ଭୁଇଁକୁ ନେଇଥିଲେ । ବୁଢା ବାପା ମକାରୁ ଶବ ପଛେ ପଛେ ମଶାଣି ପର୍ଯ୍ୟନ୍ତ ଯାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ