Masthead

ଭାରୀଯାନବାହନ ଚଳାଚଳକୁ ନେଇ ବିବାଦ

ଛେଣ୍ଡିପଦା (ବଡ଼ ଖବର ବ୍ୟୁରୋ): ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ କୋଶଳା-କମ୍ପସଲା ରାସ୍ତାରେ ଭାରୀଯାନବାହନ ଚଳାଚଳକୁ ନେଇ ଗ୍ରାମବାସୀ ଓ ଗାଡିଚାଳକଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି । ଚାଙ୍ଗୁଡିଆ ଗାଁ ଦେଇ ପ୍ରତ୍ୟେକ ଦିନ ବାଲି ବୋଝେଇ ଭାରୀଯାନ ଯାତାୟତ କରୁଛି । ଫଳରେ ଉକ୍ତ ରାସ୍ତାଟି ଦିନକୁ ଦିନ ଖରାପ ହେବାକୁ ବସିଲାଣି । ଗ୍ରାମବାସୀ ଯିବା ଆସିବାରେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏନେଇ ଅକ୍ଟୋବର ୧୦ତାରିଖରେ ଚାଙ୍ଗୁଡିଆ ଗ୍ରାମବାସୀ ସକାଳ ୬ଟାରୁ ୧୦ଟା ପର୍ୟ୍ୟନ୍ତ ଗାଁ ପାଖରେ ଭାରୀଯାନ ସହ ବାଲିବୋଝେଇ ଗାଡିଗୁଡିକୁ ଅଟକାଇ ଥିଲେ । ଖବର ପାଇ ଛେଣ୍ଡିପଦା ତହସିଲଦାରଙ୍କ ନିର୍ଦ୍ଦେଶରେ ପୁଲିସ ଘଟଣାସ୍ଥଳରେ ପହଁଚି ଅଟକ ଥିବା ଗାଡିଗୁଡିକୁ ଛାଡିଥିଲେ । ପୁନର୍ବାର ଗାଡିଗୁଡିକୁ ଅଟକ ରଖାଗଲେ ବିହିତ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଛେଣ୍ଡିପଦା ପୁଲିସ କହିଥିଲା ।

ଦିବାରାତ୍ର ଭାରୀଯାନ ଯିବା ଆସିବା କରିବାରୁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡୁଛି । ଏପରିକି ଯାନବାହନ ଗୁଡିକ ଲମ୍ବା ଧାଡିରେ ଯାଉଥିବାରୁ ଛୋଟ ବଡ ଦୁର୍ଘଟଣା ଘଟୁଛି । ଏ ନେଇ ଗ୍ରାମବାସୀଙ୍କ ପକ୍ଷରୁ ସମସ୍ୟାର ସମାଧାନ ପାଇଁ ଛେଣ୍ଡିପଦା ତହସିଲଦାର, ବିଡିଓ, ଥାନା ଅଧିକାରୀ ଓ ଆରଟିଓଙ୍କୁ ଲିଖିତ ଆକାରରେ ଜଣାଇ ଦିଆଯାଇଥିଲେ । ଏକ ସପ୍ତାହ ବିତିଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଗ୍ରାମବାସୀ ଓ ଗାଡି ଚାଳକଙ୍କ ମଧ୍ୟରେ ବାରମ୍ବାର ଯୁକ୍ତିତର୍କ ସହ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେଉଛି । ଏ ନେଇ ଜୈନେକ ଗାଡି ଚାଳକ ଚାଙ୍ଗୁଡିଆ ଗ୍ରାମରେ ଗାଡି ଅଟକାଇ ଚାନ୍ଦା ଆଦାୟ କରୁଥିବା ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଫଳରେ ପୋଲିସ ୧୧ଜଣ ଗ୍ରାମବାସୀଙ୍କ ନାମରେ ମାମଲା ରୁଜୁ କରିଛି । ଏହାର ପ୍ରତିବାଦରେ ଚାଙ୍ଗୁଡିଆ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଛେଣ୍ଡିପଦା ଥାନା ଘେରାଉ କରିଛନ୍ତି । ଏ ନେଇ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ବହୁ ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଉନ୍ନୟନମୂଳକ କାର୍ୟ୍ୟରେ ବାଧା ଉପୁଜୁଛି । ଏଣୁ ପ୍ରଶାସନ ପକ୍ଷରୁ ତୁରନ୍ତ ଏହାର ସମାଧନ ପାଇଁ ଦାବି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ