Masthead

ଆମେରିକା ଯୁଦ୍ଧ ଜାହାଜ ଓ ତାଇୱାନ ଉପରେ ଚୀନର ନଜର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସ୍ପାଏ ଡ୍ରୋନ ମୁତୟନ କରିବ ଚୀନ । ଖୁବଶୀଘ୍ର ଗୁଇନ୍ଦା ଡ୍ରୋନ ମୁତୟନ କରିବାକୁ ଯୋଜନା କରୁଛି ଚାଇନା ମିଲିଟାରୀ । ଏହାଦ୍ୱାରା ଚୀନ ଆମେରିକା ଯୁଦ୍ଧ ଜାହାଜ ଓ ତାଇୱାନ ଉପରେ ନଜର ରଖିବ । ଆମେରିକୀୟ ମିଲିଟାରି ଡକ୍ୟୁମେଣ୍ଟରେ ଏହା ଉଲ୍ଲେଖ କରାଯାଇଛି। ଚାଇନା ମୁତୟନ କରିବାକୁ ଥିବା ଏହି ଡ୍ରୋନ୍‌ର ବେଗ ଶବ୍ଦର ବେଗଠାରୁ ୩ ଗୁଣା ଅଧିକ ବୋଲି କୁହାଯାଉଛି। ତେବେ ଏହି ଡ୍ରୋନ୍‌ ସାହାଯ୍ୟରେ ଚାଇନାର ସର୍ଭିଲାନ୍ସ ଅପରେସନ ସହଜ ହେବ ।

ନ୍ୟାଶନାଲ ଜିଓସ୍ପାଟିଆଲ ଇଣ୍ଟେଲିଜେନ୍ସର ତଥ୍ୟ ଅନୁସାରେ, ତାଇୱାନରେ ମୁତୟନ ଆମେରିକୀୟ ଯୁଦ୍ଧ ଜାହାଜ ଏବଂ ମିଲିଟାରି ବେସ୍‌ ଉପରେ ନଜର ରଖିବା ପାଇଁ ଚାଇନା ଉନ୍ନତ ଟେକ୍ନୋଲୋଜି ବ୍ୟବହାର କରୁଛି । ଚୀନ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ ପିଏଲ୍‌ଏ ସେନା ଦ୍ୱାରା ୨୦୨୭ ସୁଦ୍ଧା ତାଇୱାନକୁ ବଳପୂର୍ବକ ହାସଲ କରିବାକୁ ଚାହୁଁଥିବାବେଳେ ଚାଇନା ତାଇୱାନ ଉପରେ ଆକ୍ରମଣ କରିବାକୁ ଚାହୁଁ ନ ଥିବା ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସିର ନିର୍ଦ୍ଦେଶକ ୱିଲିୟମ୍‌ ଜେ. ବର୍ନର କହିଛନ୍ତି। ଯେ କୌଣସି ମୁହୂର୍ତ୍ତରେ ଆକାଶ ମାର୍ଗରୁ ଆକ୍ରମଣ କରିପାରେ ଚାଇନା । ତାଇୱାନ ନିଜକୁ ଅସୁରକ୍ଷିତ ମନେ କରୁଥିବା ରିପୋର୍ଟରେ ପ୍ରକାଶ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ