Masthead

ଗଛ କାଟିବାକୁ ଫରେଷ୍ଟର ନେଉଛନ୍ତି ଲାଞ୍ଚ

ବଡ଼ବିଲ (ବଡ଼ ଖବର ବ୍ୟୁରୋ): ଗଛ କାଟିବାକୁ ଫରେଷ୍ଟର ନେଉଛନ୍ତି ଲାଞ୍ଚ । ଚମ୍ପୁଆ ଫରେଷ୍ଟ ରେଞ୍ଜରୁ ବେଆଇନ ଭାବେ କଟାଯାଉଛି ଗଛ । ଗଛ କାଟିବାକୁ ଲାଞ୍ଚ ନେଉଛନ୍ତି ଫରେଷ୍ଟର ସୁନିତା ବାଘେଲ । ଇଉକାଲିପଟାସ, ଆକାଶିଆ ଗଛ କଟା ବାବଦକୁ ମାଗୁଛନ୍ତି ଟଙ୍କା । ଲାଞ୍ଚ କାରବାରର ଅଡିଓ ଭାଇରାଲ । ଏଥିସହ ଅନ୍ୟ ଜଣେ କଣ୍ଟ୍ରାକ୍ଟଚୁଆଲ କର୍ମଚାରୀଙ୍କ ଫୋନ୍ ପେ ଆକାଉଣ୍ଟ୍ ରେ ଟଙ୍କା ନେଇଥିବା ସ୍କ୍ରିନ୍ ସର୍ଟ ମଧ୍ୟ ଭାଇରାଲ ହୋଇଛି । ବାଡ଼ ଖାଉଛି ଫସଲ। ତଳସ୍ତରରୁ ଉପରଯାଏ ସବୁ ବିଭାଗରେ ଦୁର୍ନୀତି।

କେନ୍ଦୁଝର ଜିଲ୍ଲା ଚମ୍ପୁଆ ଫରେଷ୍ଟର ଦାଇତ୍ୱରେ ଥିବା ମହିଳା ବନ କର୍ମଚାରୀ ସୁନିତା ବାଘେଲ ଟଙ୍କା ଲାଞ୍ଚ ମାଗୁଥିବାର ଏକ ଅଡିଓ ଏବଂ ଅନ୍ୟ ଜଣଙ୍କ ଫୋନ୍ ପେ ଆକାଉଣ୍ଟରେ ଟଙ୍କା ନେଇଥିବା ସ୍କ୍ରିନ୍ ସର୍ଟ ଏବେ ଭାଇରାଲ୍ ହେଉଛି । ଫରେଷ୍ଟର ମ୍ୟାଡମ୍ ଖୋଲାଖୋଲି ଭାବରେ ବ୍ୟକ୍ତି ଜଣକୁ ଇଉକାଲିପଟାସ ପଟାସ, ଆକାଶିଆ ଗଛ କଟା ବାବଦକୁ ଟଙ୍କା ମାଗିବା ଏବଂ ମୁଲ ଚାଲ କରୁଥିବାର ଅଡିଓ ଫୋନ୍ କୁ ଫୋନ୍ ଘୁରି ବୁଲୁଛି । ଅଡିଓରେ ଫରେଷ୍ଟର ମ୍ୟାଡମ୍ ସୁନିତା ବାଘେଲ ଗଛ ପକାଇ ନ ରଖି ଶୀଘ୍ର ଉଠାଇ ନେବାକୁ ବ୍ୟକ୍ତି ଜଣକୁ କହୁଛନ୍ତି । ତେବେ ଫରେଷ୍ଟର ମ୍ୟାଡମ୍ ଲାଞ୍ଚ ଟଙ୍କା ନିଜ ଆକାଉଣ୍ଟରେ ନନେଇ ଏମ.ଡି ୱାସିମ ନାମକ ଜଣେ ବ୍ୟକ୍ତିଙ୍କ ଫୋନ ପେ ନମ୍ବରରେ ନେଇଛନ୍ତି ।

ଏହି ବ୍ୟକ୍ତି, ଏମ.ଡି ୱାସିମ କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ କାର୍ଯ୍ୟାଳୟରେ କଣ୍ଟ୍ରାକ୍ଟଚୁଆଲ ପୋଷ୍ଟରେ କାର୍ଯ୍ୟରତ ଥିବା ଗାଡି ଡ୍ରାଇଭର ବୋଲି କୁହାଯାଉଛି । କୁହାଯାଉଛି ବାହାର ରାଜ୍ୟର ଜଣେ ବ୍ୟବସାୟୀଙ୍କ ଖାତାରୁ ଫୋନ ପେ ମାଧ୍ୟମରେ ୱାସିମଙ୍କ ଆକାଉଣ୍ଟକୁ ଟଙ୍କା ପୈଠ ହୋଇଛି । ଆଉ ଫୋନରେ ଫରେଷ୍ଟର ମ୍ୟାଡମ୍ ଙ୍କ ସହ କଥା ହେଉଥିବା ବ୍ୟକ୍ତି ଜଣଙ୍କ ଚମ୍ପୁଆ ଅଞ୍ଚଳର । ସ୍କ୍ରିନ୍ ସର୍ଟ ଯାହା ବୟାନ କରୁଛି, ୪ ଥର – ୧୫ ହଜାର, ୧୨ ହଜାର, ୯ ହଜାର ଓ ୬ ହଜାର ଟଙ୍କା ଏହିପରି ମୋଟ୍ ୪୨ ହଜାର ଟଙ୍କା ୱାସିମଙ୍କ ଆକାଉଣ୍ଟକୁ ଯାଇଛି । ଇତି ମଧ୍ୟରେ ଫରେଷ୍ଟର ମ୍ୟାଡମ୍ ବାଘେଲଙ୍କୁ କେନ୍ଦୁଝର ମୁଖ୍ୟାଳୟକୁ ଟ୍ରାନ୍ସଫର୍ କରାଯାଇଛି ।

ଶୁଣା ଯାଉଛି ଏହି କାରନାମା ନେଇ କେନ୍ଦୁଝର ଡିଏଫଓଙ୍କ ନଜରକୁ ଆସିବା ପରେ ଏଭଳି ପଦକ୍ଷେପ ନିଆଯାଇଛି । ତେବେ କାର୍ଯ୍ୟାନୁଷ୍ଠାନ କେବଳ ବଦଳିରେ ସିମୀତ ରହିଛି ନା ଆଗକୁ ତଦନ୍ତ କରାଯାଇ ପର୍ଯ୍ୟାୟ କ୍ରମେ କାର୍ଯ୍ୟାନୁଷ୍ଠାନ ନିଆଯିବ ସେ ନେଇ କିଛି ଜଣାପଡିନାହିଁ । ତେବେ ଜଙ୍ଗଲ ବିଭାଗର ଜଣେ ଅଧସ୍ତନ କର୍ମଚାରୀ ଖୁଲମଖୁଲା ଲାଞ୍ଚ କାରବାରରେ ଲିପ୍ତ ରହିବା ସମଗ୍ର କେନ୍ଦୁଝର ଜିଲ୍ଲା ଜଙ୍ଗଲ ବିଭାଗ ପ୍ରତି ଅଙ୍ଗୁଳି ନିଦେ୍ର୍ଦଶ କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼