Masthead

ରକ ଅଫ ପିସ ଦଖଲ କରିବା ପାଇଁ ଚାଇନାର ନୂଆ ପ୍ଲାନ 

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ବଢିବାରେ ଲାଗୁଛି । କିଏ ସୀମାରେ ସେନଙ୍କୁ ମୁତୟନ କରୁଛି ତ ଆଉ କିଏ ସୀମାରେ ଜନବସତି ବସାଇବାର ଯୋଜନା କରୁଛି । ସେପଟେ ଭାରତ-ଚୀନ ସୀମାରେ ଏପରି ହେବା କିଛି ନୂଆ କଥା ନୁହଁ । ଦୀର୍ଘ ବର୍ଷ ହେବ ଉଭୟ ସୀମାରେ ଏପରି ଘଟିଆସୁଛି । ହେଲେ ଏହାର କୌଣସି ନିଷ୍କର୍ସ ବାହାରି ପାରୁ ନାହିଁ । କେବଳ ଏତିକି ନୁହେଁ ବରଂ ଚାରି ସପ୍ତାହ ପୂର୍ବରୁ ଅରୁଣାଚଳ ପ୍ରଦେଶର ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲରେ ଭାରତୀୟ ଏବଂ ଚୀନ ସାମରିକ ପାଟ୍ରୋଲିଂ ଘଣ୍ଟା ଘଣ୍ଟା ଧରି ମୁହାଁମୁହିଁ ହୋଇଥିଲେ । ଏହି ବିବାଦର କାରଣ ହେଉଛି ଚାଇନା ସମୁଦ୍ର ପତ୍ତନଠାରୁ ୧୭ ହଜାର ଫୁଟରେ ଥିବା ରକ ଅଫ ପିସ । ଉଚ୍ଚ ଶିଖରରେ ଅବସ୍ଥିତ ଏହି ପୋଷ୍ଟକୁ କାବୁ କରିବାକୁ ଉଦ୍ୟମ ଦ୍ୱାରା ସୀମାର ଉଭୟ ପାଶ୍ୱରେ ଉତ୍ତେଜନା ଦେଖାଦେଇଛି ।

ରଣନୈତିକ ଗୁରୁତ୍ୱ ଦୃଷ୍ଟିକୋଣରୁ, ଏହି ଶିଖରର ବିଶେଷ ଗୁରୁତ୍ୱ ରହିଛି କାରଣ ଏହି ଶିଖରରୁ ଶତ୍ରୁମାନଙ୍କର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖିବା ସହଜ । ସାମ୍ପ୍ରତିକ ଉତ୍ତେଜନା ସମୟରେ ଚାଇନାର ପିଏଲଏ ତାୱାଙ୍ଗର ୩୫ କିଲୋମିଟର ଉତ୍ତର ପୂର୍ବରେ ୟାଙ୍ଗସେ ନାମକ ଏକ ଅଞ୍ଚଳରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା । ଏହି  ସମୟରେ ପିଏଲଏ ପାଟ୍ରୋଲିଂ ପାଇଁ ଏହି ପାହାଡ଼ର ଶୀର୍ଷକୁ ଯାଇଥିବା ଭାରତୀୟ ସେନାର ଗୋଟିଏ ରୁଟର ନିକଟତର ହୋଇଥିଲା । କିନ୍ତୁ ଭାରତୀୟ ସେନା ପକ୍ଷରୁ ଏହି ଉଦ୍ୟମକୁ ବାଧା ଦିଆଯାଇଥିଲା । ବର୍ତ୍ତମାନ ଏହି ଅଞ୍ଚଳ ବରଫରେ ସମ୍ପୂର୍ଣ୍ଣ ଭାବେ ଆଚ୍ଛାଦତ ହୋଇଛି ଏବଂ ଏହା ସ୍ଥିିତି ମାର୍ଚ୍ଚ ପର୍ଯ୍ୟନ୍ତ ରହିବାର ସମ୍ଭାବନା ଅଛି ।

ଉଭୟ ଭାରତୀୟ ସେନା ଏବଂ ଚାଇନାର ପିଏଲଏର ସୈନିକ ୟାଙ୍ଗଜେ ଅଞ୍ଚଳର  ଉଭୟ ପାଶ୍ୱରେ ପ୍ରାୟ ୩ ହଜାରର ସୈନ୍ୟ ମୁତୟନ କରିଛନ୍ତି । ଏହା ସହିତ ମାନବ ବିହୀନ ବିମାନ ଏବଂ ଅନ୍ୟ ଯାନ ଗୁଡ଼ିକୁମ ମଧ୍ୟ ମହଜୁଦ ରଖିଛନ୍ତି । ପାଟ୍ରେଲିଂ ପାଇଁ ଉଭୟ ପାଶ୍ୱରେ ସୀମାନ୍ତ ଅଞ୍ଚଳରେ ସଡ଼କ ଏବଂ ରେଳ ଟ୍ରାକର ନେଟୱାର୍କ ରହିଛି । ୧୭ ହଜାର ଫୁଟରେ ଅବସ୍ଥିତ ଏହି ଶିଖରଟଇ ଏଲଏସିରେ ତିବ୍ଦତର ଏକ କମାଣ୍ଡିଂ ଦୃଶ୍ୟ ପ୍ରଦାନ କରିବାକୁ ସକ୍ଷମ । ଏହା ଭାରତ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ୟାଙ୍ଗଜେ ଅଞ୍ଚଳ ଏକ ବ୍ୟାପକ ଅଞ୍ଚଳର ଅଂଶ । ଏହାକୁ ସୈନ୍ୟମାନେ ମାଗୋ-ଚୁନା କହିଥାନ୍ତି । ନୁରାନଙ୍ଗ ନଦୀ ଭାରତରେ ତିବ୍ଦତରୁ ପ୍ରବେଶ କରୁଥିବା ପର୍ବତ ନିକଟରେ ଏହି ଶିଖର ଅବସ୍ଥିତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ