Masthead

ଚୋକ୍ସିକୁ ମିଳିଲା ଜାମିନ୍

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ମେହୁଲ ଚୋକ୍ସିକୁ ଜାମିନ। ଦେଶର ଅନ୍ୟତମ ପଳାତକ ତଥା ବ୍ୟାଙ୍କ ଋଣ ଜାଲିଆତି ମାମଳାର ଅନ୍ୟତମ ଅଭିଯୁକ୍ତ ମେହୁଲ ଚୋକ୍ସିକୁ ଜାମିନ ମିଳିଛି। ମେ ୨୩ରୁ ଡୋମିନିକା ଗିରଫ ହୋଇ ଜେଲରେ ଥିଲା ମେହୁଲ। ତେବେ ସ୍ଵାସ୍ଥ୍ୟଗତ କାରଣରୁ ତାଙ୍କୁ କୋର୍ଟ ଜାମିନ ଦେଇଥିବା ଜଣାପଡ଼ିଛି। ତେବେ ଜାମିନ ମିଳିଥିବା କାରଣରୁ ସେ ଏବେ ପଡ଼ୋଶୀ ଦେଶ ଆଣ୍ଟିଗୁଆ ବରମୁଡ଼ା ଯାଇପାରିବ।

ଭାରତରୁ ଫେରାର ହେବା ପରେ ଆଣ୍ଟିଗୁଆରେ ଆତ୍ମଗୋପନ କରିଥିଲା ଚୋକ୍ସି। କିଛି ଦିନ ତଳେ ସେ ବେଆଇନ ଭାବେ ଡୋମିନିକାରେ ପ୍ରବେଶ କରିଥିବାରୁ ତାକୁ ଗିରଫ କରାଯାଇଥିଲା। ସେ ଗିରଫ ହେବା ପରେ ଭାରତର ଗୋଟିଏ ଟିମ୍‌ ସେଠାକୁ ଯାଇଥିଲା। ଚୋକ୍ସିକୁ ସେଠାରୁ ଭାରତ ଆଣିବାକୁ ଟିମ୍‌ ପକ୍ଷରୁ ଚେଷ୍ଟା କରାଯାଇଥିଲେ ହେଁ ଏହା ସମ୍ଭବ ହୋଇ ନଥିଲା।

ତେବେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରେ ହୋଇଥିବା ପ୍ରାୟ ୧୪ ହଜାର କୋଟି ଋଣ ଜାଲିଆତି ଘଟଣାର ମାଷ୍ଟର ମାଇଣ୍ଡ ହେଉଛନ୍ତି ଚୋକ୍ସି। ସେ ୨୦୧୮ରୁ ଆଣ୍ଟିଗୁଆରେ ରହୁଥିଲେ। ସେଠାରୁ କ୍ୟୁବା ଯିବା ପାଇଁ ସେ ଡୋମିନିକାରେ ପହଞ୍ଚିଥିଲେ ବୋଲି କୁହାଯାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି