Masthead

ମମତାଙ୍କୁ ଘାରିଲା ମୁଖ୍ୟମନ୍ତ୍ରୀ ପଦ ହରାଇବା ଚିନ୍ତା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଘାରିଛି ମୁଖ୍ୟମନ୍ତ୍ରୀ ପଦ ହରାଇବା ଚିନ୍ତା । ପଶ୍ଚିମବଙ୍ଗର ସାତଟି ବିଧାନସଭା ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ । ହେଲେ ନିର୍ବାଚନ ଆୟୋଗ ଏପର୍ଯ୍ୟନ୍ତ ସେମାନଙ୍କର ନିର୍ବାଚନ ସୂଚନା ଘୋଷଣା କରି ନାହାଁନ୍ତି । ଯାହାଫଳରେ ବିଧାନସଭାର ସଦସ୍ୟ ହୋଇନଥିବା ମମତା ବାନାର୍ଜୀଙ୍କୁ ନିଜ ପଦ ହରାଇବାର ଚିନ୍ତା ଘାରିଛି । ଏହା ବିରୋଧରେ ତୃଣମୂଳ କଂଗ୍ରେସ କଲିକତା ହାଇକୋର୍ଟର ଆଶ୍ରୟ ନେଇଛନ୍ତି ।

ଏହି ଆବେଦନରେ ହାଇକୋର୍ଟଙ୍କୁ ନିର୍ବାଚନ ଆୟୋଗ, କେନ୍ଦ୍ରୀୟ ଗୃହମନ୍ତ୍ରାଳୟ ତଥା ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ନିଦ୍ଧାରିତ ସମୟ ସୀମା ମଧ୍ୟରେ ଉପ-ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅପରପକ୍ଷେ ମମତା ବାନାର୍ଜୀ ,ମେ ୨୫ ତାରିଖରେ ଶପଥ ଗ୍ରହଣ କରିଥିଲେ । ଯଦି ୬ ମାସ ମଧ୍ୟରେ ମମତା ବାର୍ନାଜୀ ନିର୍ବାଚନରେ ଜିତି ବିଧାନସଭାର ସଦସ୍ୟ ନହୁଅନ୍ତି, ତାହାଲେ ତାଙ୍କୁ ନିଜର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ପଡିବ । ତେଣୁ ତୁରନ୍ତ ନିର୍ବାଚନ ତାରିଖ ଘୋଷଣା କରିବାକୁ ଆୟୋଗ ଓ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗକୁ ପଶ୍ଚିମବଙ୍ଗ ସରକାରଙ୍କ ଓକିଲ ରାମ ପ୍ରସାଦ ସାର୍କ ଅନୁରୋଧ କରିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା