Masthead

ଲୋକସଭା ସାଂସଦମାନେ ଭୟ ନ କରି ଦୁଇ ଜଣ ଯୁବକଙ୍କୁ ଧରିଥିଲେ: ଅଧୀର ରଂଜନ ଚୌଧୁରୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସଂସଦ ଭବନ ସୁରକ୍ଷାରେ ତ୍ରୁଟି। ଲୋକସଭାରେ ଅଚାନକ ପଶି ଟେବୁଲ ଉପରେ ଦୌଡ଼ିଲେ ଦୁଇ ଯୁବକ । ଦର୍ଶକ ଗ୍ୟାଲେରୀରୁ ଡ଼େଇଁ ସାଂସଦଙ୍କ ଟେବୁଲ ଉପରେ ଚଢିଲେ । ଏହି ଘଟଣାକୁ ନେଇ ଲୋକସଭାରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ କହିଛନ୍ତି । ୨୦୦୧ ଡିସେମ୍ବର ୧୩ ତାରିଖରେ ପୁରୁଣା ପାଲ୍ୟାମେଣ୍ଟରେ ଆକ୍ରମଣ ହୋଇଥିଲା , ଆଜି ସକାଳେ ଆମେ ସେମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲୁ । ଆଜି ମଧ୍ୟ ସଂଯୋଗ ବଶତଃ ଆକ୍ରମଣ ହୋଇଛି । ଆମେ ମାନୁଛୁ ସେତେବେଳର ଆକ୍ରମଣ ଏକ ପ୍ରକାରର ଥିଲା, ଆଜି ଆକ୍ରମଣ ଅନ୍ୟ ପ୍ରକାରର ଥିଲା । କିନ୍ତୁ ଭାବିବାର କଥା ଆକ୍ରମଣ ହୋଇଥିବା ଦିନରେ ହିଁ ଆଜି ଏହି ଆକ୍ରମଣ କେମିତି ହେଲା । ଏଥିରୁ ଏହା ସ୍ପଷ୍ଟ ହେଉଛି ଯାହା ଶତର୍କତା ନେବାର ଆବଶ୍ୟକତା ଥିଲା ସେହି ଶତର୍କତା ଆମେ ନେଇପାରିଲୁ ନାହିଁ । ଯେତେବେଳେ ଦୁଇ ଜଣ ବ୍ୟକ୍ତି ସଂସଦ ମଧ୍ୟକୁ ଡେଇଁଲେ, ଆମ ସାଂସଦ ସାଥୀ ମାନେ ତାଙ୍କୁ ତୁରନ୍ତ ମାଡିବସି ଥିଲେ । ଲୋକସଭା ସାଂସଦମାନେ ଭୟ ନ କରି ଦୁଇ ଜଣ ଯୁବକଙ୍କୁ ଧରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି