Masthead

ବିଲର ନିୟମ ଇଂରାଜୀରେ ପ୍ରସ୍ତୁତ କରି ହିନ୍ଦୀ ନା ଦିଆଯାଇଛି, ଉଚ୍ଚାରଣ କରିବା କଷ୍ଟକର ହେଉଛି : ପି ଚିଦାମ୍ବରମ

ନୂଆଦିଲ୍ଲୀ  (ବଡ଼ ଖବର ବ୍ୟୁରୋ): ଦେଶର ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ଲୋକସଭାରେ ଉପସ୍ଥାପିତ ହୋଇଥିବା କେନ୍ଦ୍ରର ତିନୋଟି ବିଲ୍ ଉପରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସ ନେତା ପି ଚିଦାମ୍ବରମ୍ ମନ୍ତବ୍ୟ ଦେଇଛନ୍ତି। ପୁଡୁକୋଟାଇରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଚିଦାମ୍ବରମ୍ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ବିଲରେ ହିନ୍ଦୀ ନାମ ଦେବା ପଛରେ ଥିବା ଯୁକ୍ତି ଉପରେ ପ୍ରଶ୍ନ କରିଛନ୍ତି। ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ ଚିଦାମ୍ବରମ ଗଣମାଧ୍ୟମକୁ କହିଛନ୍ତି, “ମୁଁ କହୁ ନାହିଁ ଯେ (ବିଲ) ହିନ୍ଦୀ ନାମ ଦିଆଯିବା ଉଚିତ ନୁହେଁ।

ଯେତେବେଳେ ଇଂରାଜୀ ବ୍ୟବହୃତ ହୁଏ, ଇଂରାଜୀ ନାମ ଦିଆଯାଇପାରେ । ଯଦି ହିନ୍ଦୀ ବ୍ୟବହୃତ ହୁଏ ତେବେ ଏହାର ନାମ ହିନ୍ଦୀ ହୋଇପାରେ । ସେ ଆହୁରି ମଧ୍ୟ କହିଛନ୍ତି, “ଯେତେବେଳେ ଆଇନ ପ୍ରସ୍ତୁତ ହୁଏ ସେତେବେଳେ ଏହା ଇଂରାଜୀରେ କରାଯାଇଥାଏ ଏବଂ ପରେ ଏହା ହିନ୍ଦୀରେ ଅନୁବାଦ କରାଯାଇଥାଏ । କିନ୍ତୁ ସେମାନେ ବିଲର ନିୟମ / ବ୍ୟବସ୍ଥାଗୁଡ଼ିକୁ ଇଂରାଜୀରେ ପ୍ରସ୍ତୁତ କରି ଏହାକୁ ହିନ୍ଦୀ ନାମ ଦେଇଛନ୍ତି। ଉଚ୍ଚାରଣ କରିବା ମଧ୍ୟ କଷ୍ଟକର ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି