Masthead

ରୁମ୍ ନମ୍ବର ୩୦୬, ପ୍ରାର୍ଥୀ ୪୦ ଫାଇନାଲ କଲା କଂଗ୍ରେସ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରୁମ୍ ନଂ- ୩୦୬ରୁ କଂଗ୍ରେସର ୪୦ ବିଧାନସଭା ସିଟ୍ ଫାଇନାଲ । ୨୦୨୪ ସାଧାରଣ ନିର୍ବାଚନରେ ଅଧିକରୁ ଅଧିକ ସିଟ୍ ହାତେଇବାକୁ ପ୍ରସ୍ତୁତି ଆରମ୍ଭ କରିଛି ରାଜ୍ୟ କଂଗ୍ରେସ । ୪୦ ବିଧାନସଭା ସିଟ୍ ପାଇଁ ପ୍ରାର୍ଥୀ ଫାଇନାଲ୍ କରିଛି । ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିଛି ରାଜ୍ୟ କଂଗ୍ରେସ । ସ୍ୱସ୍ତି ପ୍ରିମିୟମ ରୁମ୍ ନଂ- ୩୦୬ରେ ବସିଥିଲା ମିଟିଂ । ବୈଠକରେ ଥିଲେ ଚେଲ୍ଲା କୁମାର, ଶରତ ପଟ୍ଟନାୟକ, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ।

୨୪ ନିର୍ବାଚନରେ ପୂରା ଦମରେ ମଇଦାନକୁ ଓହ୍ଲାଇବ । ଭଲ ପୋଜିସନ ଥିବା ୪୦ ସିଟକୁ ପ୍ରଥମେ ଟାର୍ଗେଟ କରିଛି କଂଗ୍ରେସ । ୪୦ ସିଟରେ ଆଶାୟୀ ଥିବା ସମସ୍ତ ପ୍ରାର୍ଥୀଙ୍କୁ ଡାକାଯାଇଥିଲା । ଆଶାୟୀ ପ୍ରାର୍ଥୀଙ୍କ ସହ ଜଣ ଜଣ କରି ଆଲୋଚନା କରିଥିଲେ ଚେଲ୍ଲା କୁମାର, ଶରତ ପଟ୍ଟନାୟକ, ବିଜୟ ପଟ୍ଟନାୟକ । ମିଟିଂ ପୂର୍ବରୁ ଗ୍ରାଉଣ୍ଡରୁ ତଥ୍ୟ ସଂଗ୍ରହ କରିଥିଲା କଂଗ୍ରେସ । କେଉଁ ନିର୍ବାଚନ ମଣ୍ଡଳିରେ କାହାର ସ୍ଥିତି ଭଲ ରହିଛି, କେଉଁ ଚେହାରା ଉପରେ ଲୋକଙ୍କ ନଜର ରହିଛି ଏକ ରିପୋର୍ଟ ପ୍ରସ୍ତୁତ କରିଥିଲା । ଦଳରେ ଟିକେଟକୁ ନେଇ ଟଣାଓଟରା ପରିସ୍ଥିତି ସୃଷ୍ଟି ହୋଇଥିଲା । ଭୋଟ ଦୁର୍ବଳ ହେଉଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା ।

ତେଣୁ ଆଗୁଆ ଟିକେଟ ଫାଇନାଲ କରି ରଣନୀତି ପ୍ରସ୍ତୁତ କରିଛି କଂଗ୍ରେସ । ପ୍ରାର୍ଥୀ ଚୂଡ଼ାନ୍ତ କରିଛି । ଚୂଡାନ୍ତ ହୋଇଥିବା ପ୍ରାର୍ଥୀ ଆଜିଠୁ ଫିଲ୍ଡ ସଜାଡିବେ । ଲୋକଙ୍କ ପାଖକୁ ଯିବେ, କିପରି ଭୋଟ ବ୍ୟାଙ୍କ ବଢାଇବେ ଏବଂ ଇଲେକ୍ସନରେ କିଭଳି ଅଧିକରୁ ଅଧିକ ସିଟରେ ଜିତିବେ ସେ ନେଇ ରଣନୀତି ପ୍ରସ୍ତୁତ କରିବେ । ରାଜ୍ୟ କଂଗ୍ରେସ ଚୂଡ଼ାନ୍ତ କରିଥିବା ପ୍ରାର୍ଥୀ ତାଲିକା ଏଆଇସିସିକୁ ପଠାଇବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି