Masthead

ଜାଗର ପୂର୍ବରୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଲିଙ୍ଗରାଜ ମନ୍ଦିରରେ ବିବାଦ । ରାତି ପାହିଲେ ଜାଗର । ମାତ୍ର ବିବାଦ ଯୋଗୁଁ ମହାପ୍ରଭୁଙ୍କ ବନ୍ଦ ହୋଇଛି ନୀତିକାନ୍ତି । ରୋଷ ହୋମ ପର ଠାରୁ ନୀତିକାନ୍ତି ବନ୍ଦ କରିଛନ୍ତି ସେବାୟତ । ମନ୍ଦିରର ବ୍ରାହ୍ମଣ ନିଯୋଗ ଓ ବଡ ନିଯୋଗ ପକ୍ଷରୁ କରାଯାଇଛି ଅସହଯୋଗ । ୨ ପ୍ରମୁଖ ଦାବି ନେଇ ଅଭିଯୋଗ ହୋଇଥିଲେ ମଧ୍ୟ ପ୍ରଶାସନ ଦେଇନି ଲିଖିତ ପ୍ରତିଶ୍ରୁତି । ଅନ୍ୟପଟେ ବିବାଦ ସମ୍ପର୍କରେ ପ୍ରଶାସନ ହସ୍ତକ୍ଷେପ କରୁନି ବୋଲି ଅଭିଯୋଗ ହେଉଛି । ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ ନେଇ ସୂଚନା ଦେଇଛନ୍ତି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ।

କପିଳନାଥଙ୍କ ସହ ଲିଙ୍ଗରାଜ ମହାପ୍ରଭୁଙ୍କ ଭେଟଘାଟ କରାଇବାକୁ ଦାବି କରିଛି ବ୍ରାହ୍ମଣ ନିଯୋଗ । ଏହି ପରମ୍ପରା ଦୀର୍ଘଦିନ ହେଲା ବନ୍ଦ ରହିଛି। ଯାହାକୁ ନେଇ ବ୍ରହ୍ମଣ ନିୟୋଗ ଅସନ୍ତୋଷ ବ୍ୟକ୍ତ କରିଛି । ଏନେଇ ବ୍ରାହ୍ମଣ ନିୟୋଗ ୨ ଦିନ ପୂର୍ବରୁ ଦେବୋତ୍ତାର କମିସନରଙ୍କୁ ଜଣାଇଥିଲା । ହେଲେ କିଛି ସୁଫଳ ନମିଳିବାରୁ ଗତକାଲି ରାତିରୁ ମହାପ୍ରଭୁଙ୍କ ନୀତିକାନ୍ତିରେ ଅସହଯୋଗ କରିବାକୁ ଚେତାବନୀ ଦେଇଥିଲେ । ଯାହାଫଳରେ ଆଜି ସକାଳୁ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ କରାଯାଇଛି । ଅନ୍ୟପଟେ କୋଭିଡ କଟକଣାରେ ଜାଗର ପାଳିତ ହେବ ବୋଲି କହିଛି ବିଏମସି । ଅନ୍ୟପଟେ ବ୍ରାହ୍ମଣ ନିଯୋଗର ଅସଯୋଗରୁ କିଭଳି ମହାଦୀପ ଉଠିବ ତାହାକୁ ନେଇ ଦ୍ୱନ୍ଦ ଉପୁଜିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ