Masthead

କରୋନା ଗାଇଡ ଲାଇନକୁ ଫୁ କଲେ ଶତାଧିକ ଲୋକ

ଚୁପ୍ ବସିଛି ପ୍ରଶାସନ

କରୋନା ମହାମାରୀକୁ ଅକ୍ତିଆର ଭିତରେ ରଖିବା ପାଇଁ ରାଜ୍ୟ ସରକାର କିଛି ଗାଇଡ ଲାଇନ ପ୍ରସ୍ତୁତ କରିଛନ୍ତି । ଗାଇଡ ଲାଇନକୁ ଜୋରଦାର ଓ ଅମାନିଆଙ୍କୁ ତାଗିଦ୍ କରିବା ପାଇଁ ପୋଲିସ ପ୍ରଶାସନକୁ ସରକାର ଦାୟିତ୍ଵ ମଧ୍ୟ ଦେଇଥିଲେ । ପୋଲିସ ମଧ୍ୟ ତାର ଦାୟିତ୍ଵ ତୁଲାଇବାରେ ତତ୍ପରତା ଦେଖାଉଥିଲେ ମାତ୍ର ଆଜି ବିଜେଡିର ଲୋକପ୍ରିୟ ବିଧାୟକଙ୍କ ବିୟୋଗ ସାରା ରାଜ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା ମାତ୍ର କରୋନା କଟକଣା ନିୟମ ଲାଗୁ ହୋଇଥିଲେ ମଧ୍ୟ ଖୁଲମଖୁଲା ଉଲ୍ଲଘଂନ କରିଛନ୍ତି ଶତାଧିକ ଲୋକ । ନା ଅଛି ମୁହଁରେ ମାସ୍କ ନା ଅଛି ସାମାଜିକ ଦୂରତା । ପୋଲିସର ଛବି ବି ଦେଖିବାକୁ ମିଳୁନି ଶବ ଶୋଭାଯାତ୍ରାରେ । ଜଣେ ଲୋକପ୍ରିୟ ଜନନାୟକଙ୍କୁ ଶେଷ ଦର୍ଶନ କରିବାକୁ ସମସ୍ତଙ୍କ ଇଚ୍ଛା, ମାତ୍ର କରୋନା କଟକଣା ନିୟମକୁ ମାନି ଗାଇଡ ଲାଇନକୁ ପାଳନ କରି ସମସ୍ତେ ସୁରକ୍ଷିତ ରଖିବା ଦରକାର । ବୋଧହୁଏ ବିଜେଡି କର୍ମୀ (ପିପିଲିବାସୀ) ଭୁଲି ଯାଇଛନ୍ତି ନା ଜାଣିଶୁଣି ନିୟମକୁ ଉଲ୍ଲଘଂନ କରୁଛନ୍ତି , ତାହା ବର୍ତମାନ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ସାରା ରାଜ୍ୟ ପାଇଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ