Masthead

କେବୁଲ ଟିଭି ଓ ଇଣ୍ଟରନେଟ କର୍ମଚାରୀଙ୍କୁ ‘କରୋନା ଯୋଦ୍ଧା’ ମାନ୍ୟତା କେବେ ?

ଭୁବନେଶ୍ଵର (ବଡ଼ ଖବର ବ୍ୟୁରୋ): ଜନତାଦଳ ୟୁନାଇଟେଡ଼ (ଜେଡିୟୁ) ର ରାଜ୍ୟ ସାଧାରଣ ସମ୍ପାଦକ ତଥା ପ୍ରବକ୍ତା ସୋମନାଥ ରାଉତରାୟ ରାଜ୍ୟରେ ଥିବା ସମସ୍ତ କେବୁଲ ଟିଭି କର୍ମଚାରୀ ଓ ଇଣ୍ଟରନେଟ ସେବା ଯୋଗାଉଥିବା କର୍ମଚାରୀମାନଙ୍କୁ ‘କରୋନା ଯୋଦ୍ଧା’ ମାନ୍ୟତା ଦେବାକୁ ଦାବି କରିଛନ୍ତି । ଶ୍ରୀ ରାଉତରାୟ କହିଛନ୍ତି ଯେ, କେବୁଲ ଟିଭି କର୍ମଚାରୀ ଓ ଇଣ୍ଟରନେଟ ସେବା ଯୋଗାଉଥିବା କର୍ମଚାରୀମାନେ ଜନସାଧାରଣଙ୍କ ସେବାରେ ନିୟୋଜିତ କରି ନିଜ କର୍ତବ୍ୟ ସମ୍ପାଦନା କରନ୍ତି ।

ଏହି ‘ମହାମାରୀ’ ସମୟରେ କେତକ ‘କେବୁଲ ଟିଭି ଅପରେଟର’ ଓ ସେମାନଙ୍କ କର୍ମଚାରୀଙ୍କ ଅକାଳ ମୃତ୍ୟୁ ହେଲାଣି । ସେମାନେ ଅନ୍ୟମାନଙ୍କ ଭଳି ପ୍ରକୃତ ଯୋଦ୍ଧା । ସେମାନଙ୍କ ପ୍ରତି ସରକାର ଓ ଅନ୍ୟ ରାଜନୈତିକ ଦଳ ବୈମାତୃକ ଭାବ ପ୍ରଦର୍ଶନ କରିବା ଉଚିତ ନୁହଁ । ସରକାର ଥରେ ଚିନ୍ତା କରନ୍ତୁ, ଯଦି କେବୁଲ ଟିଭି କର୍ମଚାରୀ ଓ ଇଣ୍ଟରନେଟ ସେବା ଯୋଗାଉଥିବା କର୍ମଚାରୀ ମହାମାରୀ ସମୟରେ କାର୍ୟ୍ୟ କରୁନଥାନ୍ତେ ତେବେ ‘ଲକଡାଉନ’ ଓ ‘ସଟଡାଉନ’ ସମୟରେ ଜନସାଧାରଣ ଘରେ ଆବଦ୍ଧ ହୋଇ ଅଶ୍ଵସ୍ତିକର ଅନୁଭବ କରିପାରୁନଥାନ୍ତେ କି ? ତୁରନ୍ତ ଏହି କର୍ମଚାରୀ ମାନଙ୍କୁ ‘କରୋନା ଯୋଦ୍ଧା’ ଘୋଷଣା କରିବାକୁ ଶ୍ରୀ ରାଉତରାୟ ସରକାରଙ୍କ ନିକଟରେ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ