Masthead

ସରକାରୀ ନିଯୁକ୍ତିରେ ହେଉଛି ଦୁର୍ନୀତି, ବିକ୍ରି ହେଉଛି ଚାକିରି : ଅନୀଲ ବିଶ୍ୱାଳ

ଭୁବନେଶ୍ୱର  (ବଡ଼ ଖବର ବ୍ୟୁରୋ):  ଓଡିଶା ଷ୍ଟାଫ୍ ସିଲେକସନ କମିଶନ ପ୍ରଶ୍ନପତ୍ର ସ୍କାମକୁ ନେଇ ବର୍ଷିଲା ବିଜେପି । ରାଜ୍ୟ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ କହିଛନ୍ତି ଓଡ଼ିଶାରେ ସରକାରୀ ନିଯୁକ୍ତିରେ ହେଉଛି ଦୁର୍ନୀତି । ବିକ୍ରି ହେଉଛି ଚାକିରି । ଗତକାଲି ଓଏସଏସସି ପରୀକ୍ଷା ବାତିଲ କରିଛନ୍ତି ସରକାର । ବାଲେଶ୍ଵର ହୋଟେଲରେ ୮ ଜଣ ଦଲାଲ ଗିରଫ ହୋଇଛନ୍ତି । ଜୁଲାଇ ୧୬ ତାରିଖରେ ପ୍ରଶ୍ନ ପତ୍ର ଲିକ୍ ହୋଇଥିଲା । ତଥାପି ଓଏସଏସସିର ନିଦ ଭାଙ୍ଗିଲା ନାହିଁ । ଓଡ଼ିଶା ବାହାର ଲୋକ ଗିରଫ ହୋଇଛନ୍ତି ।

ସେମାନଙ୍କ ପାଖକୁ ପ୍ରଶ୍ନପତ୍ର ଗଲା କେମିତି ? ବିହାର ଓ ଆନ୍ଧ୍ରର ଦଲାଲ ମାନେ କେମିତି ପାଇଲେ ପ୍ରଶ୍ନ ପତ୍ର ? ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ କଣ କରୁଥିଲା ? ଏ ପର୍ୟ୍ୟନ୍ତ ଓଏସଏସସିର କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଏ ପ୍ରଶ୍ନପତ୍ର କେଉଁଠି ଛପା ହେଉଛି ? ତାମିଲ ଲିଙ୍କ ଅଛି କି ନାହିଁ ? ଏ ପୁରା ରାକେଟରେ ସରକାରୀ କର୍ମଚାରୀ କେହି ସଂପୃକ୍ତ ନାହାନ୍ତି କି ? ପରୀକ୍ଷାର ଦିନେ ଆଗରୁ କେମିତି ଦଲାଲମାନଙ୍କ ପାଖକୁ ଯାଉଛି ପ୍ରଶ୍ନପତ୍ର ? ନିଯୁକ୍ତି ସ୍କାମରେ ସରକାରଙ୍କ ଭୂମିକା କଣ । ମୁଖ୍ୟମନ୍ତ୍ରୀଙ୍କ ବିଭାଗରେ ସବୁଠୁ ଅଧିକ ସ୍କାମ୍ ହେଉଛି ।

ଅଣ ଓଡ଼ିଆ ଦଲାଲ, ପ୍ରାଇଭେଟ୍ କୋଚିଂ ସେଣ୍ଟର ଏବଂ ଅଣ ଓଡ଼ିଆ ଅଫିସରଙ୍କ ମଧ୍ୟରେ ନେକ୍ସସ ରହୁଛ । ପ୍ରଶ୍ନପତ୍ର ଲିକ୍ ଘଟଣାରେ ତଦନ୍ତ ଆଗକୁ ଯାଉନାହିଁ । ଦଲାଲମାନଙ୍କୁ ଗିରଫ ଓ ପରୀକ୍ଷା ରଦ୍ଦ କରି ସରକାର ଚୁପ୍ ବସି ଯାଉଛନ୍ତି । ଓଡ଼ିଶାରେ କଂସେଇ ଶାସନ ଚାଲୁଛି । ଗରିବ ପିଲା ମାନଙ୍କୁ ବଳି ଦିଆଯାଉଛି । ସେମାନଙ୍କ ଜୀବନ ସହ ଖେଳ ଖେଳାଯାଉଛି । ବଡ ବଡିଆଙ୍କ ପିଲାଙ୍କ ଠାରୁ ପଇସା ନେଇ ଚାକିରି ଦିଆଯାଉଛି। ଏସଆଇଟି ତଦନ୍ତ ଦାବି କଲା ବିଜେପି । କାହାକୁ ଦିଆଯାଇଥିଲା ପ୍ରଶ୍ନ ପତ୍ର ପ୍ରସ୍ତୁତର ଦାୟିତ୍ଵ ? ଦଣ୍ଡିଆ ଦଲାଲଙ୍କୁ ଗିରଫ କରି ସରକାର ବାଃ ବାଃ ନିଅନ୍ତୁ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୫ ଦିନ ପ୍ରବଳ ବର୍ଷା 🔴 ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ, ଚୋରି ହେଲା ଦଶମୂଳ ମୋଦକ 🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଦିଲ୍ଲୀ ଯୁବତୀଙ୍କୁ ଯାଜପୁରେ ଅସଦାଚରଣ 🔴 ଧଳା ଜହର ଜବତ ସହ ୨ ମହିଳା ଗିରଫ 🔴 ୫ ବିଧାନସଭା ଉପନିର୍ବାଚନର ଫଳାଫଳ, ସବୁ ପାର୍ଟି ଖୁସ 🔴 ପରୀକ୍ଷାର୍ଥୀଙ୍କୁ ସରକାରଙ୍କ ବଡ଼ ଭେଟି 🔴 ଆଜି ମହାପ୍ରଭୁଙ୍କ ଘଣା ଓ ଖଳି ପ୍ରସାଦ ଲାଗି ନୀତି 🔴 ୨୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ୫ ଦିନ ପ୍ରବଳ ବର୍ଷା 🔴 ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ, ଚୋରି ହେଲା ଦଶମୂଳ ମୋଦକ 🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଦିଲ୍ଲୀ ଯୁବତୀଙ୍କୁ ଯାଜପୁରେ ଅସଦାଚରଣ 🔴 ଧଳା ଜହର ଜବତ ସହ ୨ ମହିଳା ଗିରଫ 🔴 ୫ ବିଧାନସଭା ଉପନିର୍ବାଚନର ଫଳାଫଳ, ସବୁ ପାର୍ଟି ଖୁସ 🔴 ପରୀକ୍ଷାର୍ଥୀଙ୍କୁ ସରକାରଙ୍କ ବଡ଼ ଭେଟି 🔴 ଆଜି ମହାପ୍ରଭୁଙ୍କ ଘଣା ଓ ଖଳି ପ୍ରସାଦ ଲାଗି ନୀତି 🔴 ୨୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ