Masthead

ସରକାରୀ ନିଯୁକ୍ତିରେ ହେଉଛି ଦୁର୍ନୀତି, ବିକ୍ରି ହେଉଛି ଚାକିରି : ଅନୀଲ ବିଶ୍ୱାଳ

ଭୁବନେଶ୍ୱର  (ବଡ଼ ଖବର ବ୍ୟୁରୋ):  ଓଡିଶା ଷ୍ଟାଫ୍ ସିଲେକସନ କମିଶନ ପ୍ରଶ୍ନପତ୍ର ସ୍କାମକୁ ନେଇ ବର୍ଷିଲା ବିଜେପି । ରାଜ୍ୟ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ କହିଛନ୍ତି ଓଡ଼ିଶାରେ ସରକାରୀ ନିଯୁକ୍ତିରେ ହେଉଛି ଦୁର୍ନୀତି । ବିକ୍ରି ହେଉଛି ଚାକିରି । ଗତକାଲି ଓଏସଏସସି ପରୀକ୍ଷା ବାତିଲ କରିଛନ୍ତି ସରକାର । ବାଲେଶ୍ଵର ହୋଟେଲରେ ୮ ଜଣ ଦଲାଲ ଗିରଫ ହୋଇଛନ୍ତି । ଜୁଲାଇ ୧୬ ତାରିଖରେ ପ୍ରଶ୍ନ ପତ୍ର ଲିକ୍ ହୋଇଥିଲା । ତଥାପି ଓଏସଏସସିର ନିଦ ଭାଙ୍ଗିଲା ନାହିଁ । ଓଡ଼ିଶା ବାହାର ଲୋକ ଗିରଫ ହୋଇଛନ୍ତି ।

ସେମାନଙ୍କ ପାଖକୁ ପ୍ରଶ୍ନପତ୍ର ଗଲା କେମିତି ? ବିହାର ଓ ଆନ୍ଧ୍ରର ଦଲାଲ ମାନେ କେମିତି ପାଇଲେ ପ୍ରଶ୍ନ ପତ୍ର ? ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ କଣ କରୁଥିଲା ? ଏ ପର୍ୟ୍ୟନ୍ତ ଓଏସଏସସିର କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଏ ପ୍ରଶ୍ନପତ୍ର କେଉଁଠି ଛପା ହେଉଛି ? ତାମିଲ ଲିଙ୍କ ଅଛି କି ନାହିଁ ? ଏ ପୁରା ରାକେଟରେ ସରକାରୀ କର୍ମଚାରୀ କେହି ସଂପୃକ୍ତ ନାହାନ୍ତି କି ? ପରୀକ୍ଷାର ଦିନେ ଆଗରୁ କେମିତି ଦଲାଲମାନଙ୍କ ପାଖକୁ ଯାଉଛି ପ୍ରଶ୍ନପତ୍ର ? ନିଯୁକ୍ତି ସ୍କାମରେ ସରକାରଙ୍କ ଭୂମିକା କଣ । ମୁଖ୍ୟମନ୍ତ୍ରୀଙ୍କ ବିଭାଗରେ ସବୁଠୁ ଅଧିକ ସ୍କାମ୍ ହେଉଛି ।

ଅଣ ଓଡ଼ିଆ ଦଲାଲ, ପ୍ରାଇଭେଟ୍ କୋଚିଂ ସେଣ୍ଟର ଏବଂ ଅଣ ଓଡ଼ିଆ ଅଫିସରଙ୍କ ମଧ୍ୟରେ ନେକ୍ସସ ରହୁଛ । ପ୍ରଶ୍ନପତ୍ର ଲିକ୍ ଘଟଣାରେ ତଦନ୍ତ ଆଗକୁ ଯାଉନାହିଁ । ଦଲାଲମାନଙ୍କୁ ଗିରଫ ଓ ପରୀକ୍ଷା ରଦ୍ଦ କରି ସରକାର ଚୁପ୍ ବସି ଯାଉଛନ୍ତି । ଓଡ଼ିଶାରେ କଂସେଇ ଶାସନ ଚାଲୁଛି । ଗରିବ ପିଲା ମାନଙ୍କୁ ବଳି ଦିଆଯାଉଛି । ସେମାନଙ୍କ ଜୀବନ ସହ ଖେଳ ଖେଳାଯାଉଛି । ବଡ ବଡିଆଙ୍କ ପିଲାଙ୍କ ଠାରୁ ପଇସା ନେଇ ଚାକିରି ଦିଆଯାଉଛି। ଏସଆଇଟି ତଦନ୍ତ ଦାବି କଲା ବିଜେପି । କାହାକୁ ଦିଆଯାଇଥିଲା ପ୍ରଶ୍ନ ପତ୍ର ପ୍ରସ୍ତୁତର ଦାୟିତ୍ଵ ? ଦଣ୍ଡିଆ ଦଲାଲଙ୍କୁ ଗିରଫ କରି ସରକାର ବାଃ ବାଃ ନିଅନ୍ତୁ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ