ଆରମ୍ଭ ହେଲାଣି କାଉଣ୍ଟଡାଉନ, କାଲି ମହାକାଶକୁ ଯିବ ଆଉ ଏକ ଉପଗ୍ରହ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋ ଆସନ୍ତାକାଲି ଅର୍ଥାତ୍ ଗୁରୁବାର ନୂତନ ରେକର୍ଡ ସୃଷ୍ଟି କରିବାକୁ ଯାଉଛି । ୭୫ ତମ ସ୍ୱାଧୀନତା ଦିବସର ତିନିଦିନ ପୂର୍ବରୁ ଭାରତ ମହାକାଶକୁ ପଠାଇବ ଆଉ ଏକ ଉପଗ୍ରହ । ଏହା ଅଧୀନରେ ମହାକାଶରୁ ଦେଶକୁ ନଜର ରଖାଯାଇପାରିବ। ଦେଶର ପ୍ରଥମ ଉପଗ୍ରହ ଇସ୍ରୋ ଇଓଏସ-୦୩ ଉତକ୍ଷେପଣ କରିବାକୁ ଯାଉଛି । ଏଥିପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି ।

ଏହାର ସଫଳତା ପରେ ଭାରତର ଶକ୍ତି ବୃଦ୍ଧି ପାଇବ। ଏହି ଉପଗ୍ରହ ଭାରତରେ ବନ୍ୟା ଏବଂ ପ୍ରାକୃତିକ ବିପର୍ଯ୍ୟୟ ଉପରେ ନଜର ରଖିବାରେ ସକ୍ଷମ ହେବ। ଜିଓସିଙ୍କ୍ରୋନସ୍ ସାଟେଲାଇଟ୍ ଲଞ୍ଚ ଯାନ ଏଫ୧୦ଇଓଏସ-୦୩ ଉତକ୍ଷେପଣ ପାଇଁ କାଉଣ୍ଟଡାଉନ୍ ଆଜି ଶ୍ରୀହାରିକୋଟା ସତୀଶ ଧାୱନ ସ୍ପେସ୍ ସେଣ୍ଟରରେ ଆରମ୍ଭ ହୋଇଛି।

ଏହା ଅଗଷ୍ଟ ୧୨ ସକାଳ ୫:୪୩ ରେ କରାଯିବ। ଇଓଏସ-୦୩ ହେଉଛି ଏକ ଉଚ୍ଚ ଉନ୍ନତ ଉପଗ୍ରହ । ଜିଏସଏଲଭି ଏଫ-୧୦ ଯାନ ସାହାଯ୍ୟରେ ପୃଥିବୀ କକ୍ଷପଥରେ ଅବସ୍ଥାପିତ କରାଯିବ । ପରୀକ୍ଷା ସଫଳ ହେଲେ ଭାରତର ଶକ୍ତି ଆହୁରି ବୃଦ୍ଧି ପାଇବ । ପାଣିପାଗ ସମ୍ପର୍କରେ ଠିକ୍ ସମୟରେ ଠିକ୍ ସୂଚନା ମିଳିପାରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ