Masthead

ଆରମ୍ଭ ହେଲାଣି କାଉଣ୍ଟଡାଉନ, କାଲି ମହାକାଶକୁ ଯିବ ଆଉ ଏକ ଉପଗ୍ରହ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋ ଆସନ୍ତାକାଲି ଅର୍ଥାତ୍ ଗୁରୁବାର ନୂତନ ରେକର୍ଡ ସୃଷ୍ଟି କରିବାକୁ ଯାଉଛି । ୭୫ ତମ ସ୍ୱାଧୀନତା ଦିବସର ତିନିଦିନ ପୂର୍ବରୁ ଭାରତ ମହାକାଶକୁ ପଠାଇବ ଆଉ ଏକ ଉପଗ୍ରହ । ଏହା ଅଧୀନରେ ମହାକାଶରୁ ଦେଶକୁ ନଜର ରଖାଯାଇପାରିବ। ଦେଶର ପ୍ରଥମ ଉପଗ୍ରହ ଇସ୍ରୋ ଇଓଏସ-୦୩ ଉତକ୍ଷେପଣ କରିବାକୁ ଯାଉଛି । ଏଥିପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି ।

ଏହାର ସଫଳତା ପରେ ଭାରତର ଶକ୍ତି ବୃଦ୍ଧି ପାଇବ। ଏହି ଉପଗ୍ରହ ଭାରତରେ ବନ୍ୟା ଏବଂ ପ୍ରାକୃତିକ ବିପର୍ଯ୍ୟୟ ଉପରେ ନଜର ରଖିବାରେ ସକ୍ଷମ ହେବ। ଜିଓସିଙ୍କ୍ରୋନସ୍ ସାଟେଲାଇଟ୍ ଲଞ୍ଚ ଯାନ ଏଫ୧୦ଇଓଏସ-୦୩ ଉତକ୍ଷେପଣ ପାଇଁ କାଉଣ୍ଟଡାଉନ୍ ଆଜି ଶ୍ରୀହାରିକୋଟା ସତୀଶ ଧାୱନ ସ୍ପେସ୍ ସେଣ୍ଟରରେ ଆରମ୍ଭ ହୋଇଛି।

ଏହା ଅଗଷ୍ଟ ୧୨ ସକାଳ ୫:୪୩ ରେ କରାଯିବ। ଇଓଏସ-୦୩ ହେଉଛି ଏକ ଉଚ୍ଚ ଉନ୍ନତ ଉପଗ୍ରହ । ଜିଏସଏଲଭି ଏଫ-୧୦ ଯାନ ସାହାଯ୍ୟରେ ପୃଥିବୀ କକ୍ଷପଥରେ ଅବସ୍ଥାପିତ କରାଯିବ । ପରୀକ୍ଷା ସଫଳ ହେଲେ ଭାରତର ଶକ୍ତି ଆହୁରି ବୃଦ୍ଧି ପାଇବ । ପାଣିପାଗ ସମ୍ପର୍କରେ ଠିକ୍ ସମୟରେ ଠିକ୍ ସୂଚନା ମିଳିପାରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ