Masthead

ପୁଲୱାମା ଏନକାଉଣ୍ଟର: ଚାରି ଆତଙ୍କବାଦୀ ମୃତ, ଜଣେ ସୈନିକ ସହିଦ

(ବଡ଼ ଖବର ବ୍ୟୁରୋ) ଗୁରୁବାର ବିଳମ୍ବିତ ରାତିରୁ ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ସୁରକ୍ଷା ବାହିନୀ ୪ଜଣ ଆତଙ୍କବାଦୀଙ୍କୁ ମାରି ନିହତ କରିଛନ୍ତି । ଏହା ସହିତ ଆତଙ୍କବାଦୀଙ୍କ ଜଣେ ସହଯୋଗୀଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଏଥିସହିତ ଜଣେ ସୈନିକ ସହିଦ ହୋଇଛନ୍ତି । ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ଜାରି ରହିଛି । ସୁରକ୍ଷା ବାହିନୀ ଦ୍ୱାରା ଏହି ଅପରେସନ୍ ଚାଲିଛି । ଯେଉଁଥିରେ ପୋଲିସ୍, ସିଆରପିଏଫ ଏବଂ ସେନାର ୪୪-ଆରଆର (ରାଷ୍ଟ୍ରୀୟ ରାଇଫଲ୍ସ) ଅନ୍ତର୍ଭୁକ୍ତ ଅଛନ୍ତି । କାଶ୍ମୀର ଜୋନର ଆଇଜି ବିଜୟ କୁମାର କହିଛନ୍ତି ଯେ, ପୁଲୱାମାର ହାଜିନ୍ ରାଜପୋରା ଅଞ୍ଚଳରେ ଏହି ଏନକାଉଣ୍ଟର ଚାଲୁ ରହିଛି । ଯେଉଁଥିରେ ତିନି ଜଣ ଲଶ୍କର-ଇ-ତାଇବା ଆତଙ୍କବାଦୀଙ୍କୁ ମାରିଦିଆଯାଇଛି । ସେଠାରେ ଅପରେସନ୍ ଜାରି ରହିଛି । ଆଇଜିଙ୍କ ବିବୃତ୍ତିର କିଛି ସମୟ ପରେ ସୁରକ୍ଷା ବାହିନୀ ଅନ୍ୟ ଜଣେ ଆତଙ୍କବାଦୀ ତଥା ଆତଙ୍କବାଦୀଙ୍କ ସହାୟକଙ୍କୁ ମାରିବାରେ ସଫଳ ହୋଇଛନ୍ତି । ହାଜିନ୍ ରାଜପୋରା ଅଞ୍ଚଳରେ ଆତଙ୍କବାଦୀଙ୍କ ଲୁଚିବା ସମ୍ପର୍କରେ ଗୁପ୍ତଚର ସଂସ୍ଥା ସୂଚନା ପାଇଥିଲା। ପରେ ବିଳମ୍ବିତ ରାତିରେ ସୁରକ୍ଷା ବାହିନୀ ସବୁ ଦିଗରୁ ଘେରି ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ।

ଆତ୍ମସମର୍ପଣ କରିବା ପରିବର୍ତ୍ତେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀକୁ ଟାର୍ଗେଟ କରି ଗୁଳି ଚଳାଇବା ଆରମ୍ଭ କରିଥିଲେ। ସୁରକ୍ଷା ବାହିନୀ ମଧ୍ୟ ଗୁଳି ବିନିମୟରେ ଉପଯୁକ୍ତ ଉତ୍ତର ଦେଇଥିଲେ । ଗୁଳି ବିନିମୟରେ ଜଣେ ଯବାନ ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଯବାନଙ୍କର ମୃତ୍ୟୁ ହୋଇଥିଲା। ସୁରକ୍ଷା ବାହିନୀ ଚାରିଜଣ ଆତଙ୍କବାଦୀ ଏବଂ ସେମାନଙ୍କ ମଧ୍ୟରୁ ଜଣେ ସହଯୋଗୀଙ୍କୁ ହତ୍ୟା କରିଛନ୍ତି, ଯାହାର ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି