Masthead

ବାହାରିଲା ICMR ରିପୋର୍ଟ; ଟୀକାକରଣର ୪ ମାସ ମଧ୍ୟରେ ହ୍ରାସ ପାଉଛି କୋଭିଡ଼ ଆଣ୍ଟିବଡ଼ି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସାରା ଦେଶରେ ଦିନକୁ ଦିନ କରୋନାସ୍ଥିତି ଆୟତ୍ତ୍ୱ ହେବାରେ ଲାଗିଛି । ଏହା ମଧ୍ୟରେ ଏକ ତଥ୍ୟ ପ୍ରକାଶ ପାଇଛି । ତେବେ ଭୁବନେଶ୍ୱରର ଆଇସିଏମଆର ଆଞ୍ଚଳିକ ମେଡ଼ିକାଲ ରିସର୍ଚ୍ଚ ସେଣ୍ଟରରେ ୬୧୪ ଜଣ ଟୀକା ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ପରୀକ୍ଷା କରାଯାଇଥିଲା । ଟୀକାକରଣର ମାତ୍ର ୪ ମାସ ମଧ୍ୟରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ କୋଭିଡ ଆଣ୍ଟିବଡ଼ି କ୍ରମାଗତ ହ୍ରାସ ପାଇଥିଲା । ଅପରପକ୍ଷରେ ଯେତେବେଳେ ଭାରତରେ ମାରାତ୍ମକ ଡ଼େଲଟା ଭାରିଆଣ୍ଟ ବୃଦ୍ଧି ପାଇଥିଲା । ସେହି ସମୟରେ ଏହି ପରୀକ୍ଷା କରାଯାଇଥିବାର ସୂଚନା ମିଳିଛି । ୩୦୮ଜଣଙ୍କୁ କୋଭିଶିଲ୍ଡ ଟୀକା ଏବଂ ୩୦୬ ଜଣଙ୍କୁ କୋଭାକ୍ସିନର ଦୁଇଟି ଡ଼ୋଜ ଦିଆଯାଇଥିଲା ।

ଏହି ୬୧୪ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ମଧ୍ୟରୁ ୮୧ ଜଣ ପ୍ରଥମଥର ପାଇଁ କୋଭିଡ଼ ସଂକ୍ରମିତ ହୋଇଥିଲେ । ଏହା ସହ ୨୫୭ ଜଣ ସଂକ୍ରମିତଙ୍କୁ ଉଭୟ ଡ଼ୋଜର ଟୀକା ଦେବା ପରେ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବାର ଦେଖିବାକୁ ମିଳିଛି । ଯେଉଁମାନେ କୋଭାକ୍ସିନ ପାଇଥିଲେ ସେମାନଙ୍କ ପାଇଁ ଆଣ୍ଟିବଡ଼ି ସ୍ତର ଯଥେଷ୍ଟ ହ୍ରାସ ପାଇବାରେ ଲାଗିଥିଲା । ଏବଂ ପ୍ରଥମ ଟୀକା ନେବା ପରେ ୬ ମାସ ପରେ କୋଭିସିଲ୍ଡ ପ୍ରାପ୍ତକର୍ତ୍ତାଙ୍କ ପାଇଁ ଆଣ୍ଟିବଡ଼ି ଯଥେଷ୍ଟ ହ୍ରାସ ପାଇବାରେ ଲାଗିଥିଲା । ସେହିପରି କୋଭାକ୍ସିନ ଟୀକାକରଣ ପରେ ଦ୍ୱିତୀୟ ମାସରେ ଆଣ୍ଟିବଡ଼ି ହ୍ରାସ ପାଇବାରେ ଲାଗିଲା । କୋଭିଶିଲ୍ଟରେ ଟୀକାକରଣର ଚତୁର୍ଥ ମାସ ପରେ ଆଣ୍ଟିବଡ଼ି ହ୍ରାସ ପାଇବାରେ ଲାଗିଛି ବୋଲି ଏହି ଅଧ୍ୟୟନରୁ ଜଣାପଡ଼ିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି