Masthead

ଜୀବନ ଯୁଦ୍ଧରେ ହାରିଗଲେ କୋଭିଡ୍ ଯୋଦ୍ଧା

ବୀରମହାରାଜପୁର, (ବଡ଼ ଖବର ବ୍ୟୁରୋ): ଜୀବନ ଯୁଦ୍ଧରେ ହାରିଗଲେ ଆଉ ଜଣେ କୋଭିଡ୍ ଯୋଦ୍ଧା। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତ ପଣ୍ଡୁଆ ଗ୍ରାମର ଆଶା କର୍ମୀ ସରସ୍ୱତୀ ପାଣ୍ଡେ (୩୬)ଙ୍କ ଦେହାନ୍ତ ହୋଇଛି। ହଠାତ ଆଜି ସକାଳେ ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ବୀରମହାରାଜପୁର ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତିବିକ୍ରମ ପାଣ୍ଡିଆ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ସରସ୍ୱତୀଙ୍କ ସ୍ୱାମୀ ସରୋଜ ପାଣ୍ଡେଙ୍କ ମନ ବୁଝି ନ ଥିଲା। ସରସ୍ୱତୀଙ୍କ ମୃତଦେହ ସହ ସେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଆଉଥରେ ପରୀକ୍ଷା ନିରୀକ୍ଷା କରିବାକୁ ଡାକ୍ତରଙ୍କୁ ଅନୁରୋଧ କରିଥିଲେ। ସେଠାରେ ମଧ୍ୟ ତାଙ୍କୁ ମୃତ ଘୋଷଣା କରି ବ୍ୟବଚ୍ଛେଦ ପାଇଁ ଡାକ୍ତର କହିଥିଲେ।

ଏଭଳି ହଠାତ ସରସ୍ୱତୀଙ୍କ ମୃତ୍ୟୁକୁ ନେଇ ତାଙ୍କ ପରିବାର ଲୋକେ ଭାଙ୍ଗିପଡ଼ିଛନ୍ତି। ଜଣେ ଦିନମଜୁରିଆ ହୋଇଥିବାରୁ ତାଙ୍କ ଝିଅ ଲଳିତା ପାଣ୍ଡେ ଓ ପୁଅ ସୁବ୍ରତ ପାଣ୍ଡେଙ୍କୁ କେମିତି ପ୍ରତିପୋଷଣ କରିବେ ସେ ନେଇ ସ୍ତବ୍ଧ ହୋଇଯାଇଛନ୍ତି ସରୋଜ। ସରସ୍ୱତୀ ଆଶାକର୍ମୀ ଭାବରେ ନିଯୁକ୍ତି ପାଇଥିଲେ ଏବଂ କରୋନା ମହାମାରୀ ସମୟରେ ଜୀବନକୁ ବାଜି ଲଗାଇ ଜନ ସଚେତନତା କାର୍ୟ୍ୟକ୍ରମ କରୁଥିଲେ। ସରକାରଙ୍କ ସମସ୍ତ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ କାର୍ୟ୍ୟ ସୁଚାରୁରୂପେ ତୁଲାଉଥିବାରୁ ଜଣେ କୋଭିଡ୍ ଯୋଦ୍ଧା ଭାବରେ ସରକାରଙ୍କ ପକ୍ଷରୁ ସମସ୍ତ ସହାୟତା ଯୋଗାଇଦେବାକୁ ପରିବାର ଲୋକେ ‘ବଡ଼ ଖବର’ ମାଧ୍ୟମରେ ପ୍ରଶାସନକୁ ଅନୁରୋଧ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା