ବିଜେପି ବିଧାୟକଙ୍କ ଅଭିନବ ଉପାୟ, ‘ଡ୍ରପ ବକ୍ସ’ ରଖି ଅସ୍ତ୍ରଶସ୍ତ୍ର ଫେରାଇବାକୁ ନିବେଦନ

ଇମ୍ଫାଲ (ବଡ଼ ଖବର ବ୍ୟୁରୋ):  ହିଂସାରେ ଜଳୁଛି ମଣିପୁର । ଏବେ ବି ତୁଟୁନି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ । ସେପଟେ ନିରାପତ୍ତା ବଳଙ୍କଠାରୁ ଲୁଟି ନିଆଯାଇଥିବା ଅସ୍ତ୍ରଶସ୍ତ୍ର ସବୁକୁ ଫେରାଇ ଆଣିବା ପାଇଁ ହୋଇଛି ଅଭିନବ ଉପାୟ । ନିଜ ଘରେ ‘ଡ୍ରପ ବକ୍ସ’ ରଖି ଜଣେ ବିଜେପି ବିଧାୟକ ଏପରି ଅଭିନବ ଉପାୟ କରିଛନ୍ତି । ବିଧାୟକ ହେଲେ ସୁସିନ୍ଦ୍ରୋ ମେଇତେଇ । ନିରାପତ୍ତା ବଳଙ୍କ ପାଖରୁ ଅସ୍ତ୍ରଶସ୍ତ୍ର ଲୁଟ୍ କରିଥିବା ବ୍ୟକ୍ତିମାନଙ୍କୁ ଲୁଟ୍ ଅସ୍ତ୍ର ଫେରାଇ ଦେବା ପାଇଁ ସେ ନିବେଦନ କରିଛନ୍ତି।

ତାଙ୍କ ଘର ବାହାରେ ଥିବା ଗୋଟାଏ ‘ସେଡ୍’ରେ ଲାଗିଥିବା ବିରାଟ ପୋଷ୍ଟର୍ରେ ଉଭୟ ଇଂରାଜୀ ଓ ମଣିପୁରୀ ଭାଷାରେ ଲେଖାଯାଇଛି, ଛଡ଼ାଇ ନେଇଥିବା ଅସ୍ତ୍ରଶସ୍ତ୍ର ସବୁକୁ ଦୟାପୂର୍ବକ ଏଠାରେ ପକାଇ ଦିଅନ୍ତୁ। ଅସ୍ତ୍ରଶସ୍ତ୍ର ପକାଇବାରେ କୁଣ୍ଠାବୋଧ କରନ୍ତୁ ନାହିଁ। ଅସ୍ତ୍ରଶସ୍ତ୍ର ସବୁ ସେମାନଙ୍କ ପାଖକୁ ପ୍ରଥମେ କେମିତି ଆସିଥିଲା ସେ କଥା ପଚରାଯିବ ନାହିଁ। ଏହାଛଡ଼ା, ‘ଡ୍ରପ୍ ବକ୍ସ’ ଯେଉଁମାନେ ଅସ୍ତ୍ରଶସ୍ତ୍ର ପକାଇବେ ସେମାନଙ୍କ ନାମ ବି ଗୋପନ ରଖାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ମନ୍ତ୍ରୀଙ୍କର ଏଭଳି ପଦକ୍ଷେପକୁ ଜନସାଧାରଣ ପ୍ରଶଂସା କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ