Masthead

ଯାତ୍ରୀବାହୀ ବସରୁ ଦାଦନ ଶ୍ରମିକ ଉଦ୍ଧାର

ସିନାପାଲି(ବଡ଼ ଖବର ବୁରୋ): ନୂଆପଡ଼ା ଜିଲ୍ଲା ସିନାପାଲିରୁ ଉଦ୍ଧାର ହୋଇଛନ୍ତି ଦାଦାନ ଶ୍ରମିକ । ବେଆଇନ ଦାଦନ ଚାଲାଣ ବେଳେ ଯାତ୍ରୀବାହୀ ବସରୁ ଉଦ୍ଧାର ହୋଇଛନ୍ତି ଶ୍ରମିକ । ସିନାପାଲି ପୋଲିସ ୩୦ ଦାଦନ ଶ୍ରମିକଙ୍କଙ୍କୁ ଉଦ୍ଧାର କରିଛି । ବସ ଜବତ କରାଯାଇଥିବା ବେଳେ ବସ କର୍ମଚାରୀଙ୍କୁ ଅଟକ ରଖିଛି ପୋଲିସ ।

ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୨୦ ଜଣ ପୁରୁଷ ଓ ୧୦ ଜଣ ମହିଳା ଅଛନ୍ତି । ସିନାପାଲିରୁ ହାଇଦ୍ରାବାଦକୁ ଯାତାୟତ କରୁଥିବା ବସ ଜନାର୍ଦ୍ଦନ ବେଆଇନ ଦାଦନ ଚାଲାଣ କରୁଥିବା ଅଭିଯୋଗ ହୋଇ ଆସୁଥିଲା । ଏହାକୁ ଭିତ୍ତି କରି ସିନାପାଲି ଥାନା ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ ହାତିବନ୍ଧା କେନ୍ଦୁପତ୍ର ଗୋଦାମ ଗୃହରେ ଚଢ଼ାଉ କରିଥିଲା । ବୋଡେ଼ନ ବ୍ଳକର ଲରକା ସିନାପାଲି ଥାନାର ଭରୁଆମୁଣ୍ଡା, ଅର୍ଷାପଡା, ବରପଦର ଓ ବଲାଙ୍ଗୀର ଜିଲ୍ଲାର ଡ଼ଙ୍ଗରିଗୁଡା, ତରଗା, ରତାଖଣ୍ଡି ଅଞ୍ଚଳର ଦାଦନ ଶ୍ରମିକ ବୋଲି ପୋଲିସ କହିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ