Masthead

‘ଦମନ’ ୨.୦

ମାଲକାନଗିରି (ବଡ଼ ଖବର ବ୍ୟୁରୋ) : ଦିନ ଥିଲା ଜ୍ୱର ହେଲା ମାନେ ମାଲକାନଗିରି ଲୋକଙ୍କ ମନରେ ଭୟ ସୃଷ୍ଟି କରୁଥିଲା ମ୍ୟାଲେରିଆ । ସେତେବିଳେ ମାଲେରିଆ ଜିଲ୍ଲାର କୋଣ ଅନୁକୋଣରେ ଏକ ମାରାତ୍ମକ ବ୍ୟାଧି ହୋଇ ଉଭା ହୋଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପ୍ରତଦିନ ଶହ ଶହ ସଂଖ୍ୟାରେ ମ୍ୟାଲେରିଆ ଜ୍ୱରରେ ଆକ୍ରାନ୍ତ ଆସୁଥିଲେ । ଅନେକଙ୍କର ମୃତ୍ୟୁ ମଧ୍ୟ ହେଉଥିଲା। ତେବେ ଏହାକୁ ଚ୍ୟାଲେଞ୍ଚ ଭାବରେ ଗ୍ରହଣ କରି ୨୦୧୭ ମସିହାରେ ମ୍ୟାଲେରିଆର ସମ୍ପୁର୍ଣ୍ଣ ନିରାକରଣ ପାଇଁ ସରକାର ଏକ ଯୋଜନା ପ୍ରସ୍ତୁତ କଲେ ଯାହାର ନାମ ହେଲା  ” ଦୁର୍ଗମ ଅଞ୍ଚଳରେ ମାଲେରିଆ ନିରାକରଣ ” ବା ( ଦମନ ) ।

୨୦୧୭ ମସିହାରେ ପ୍ରଥମ କରି ମାଲକାନଗିରି ଜିଲ୍ଲାରେ ଆରମ୍ଭ ହେଲା ମିଶନ ଦମନ। ଦମନ ପୂର୍ବରୁ ଜିଲ୍ଲାରେ ଯେଉଁଠି ଏକ ହଜାର ରୋଗୀଙ୍କ ମଧ୍ୟରୁ ୪୦ ଜଣ ମ୍ୟାଲେରିଆ ରୋଗୀ ମିଳୁଥିଲେ ଏବେ ତାହାର ସଂଖ୍ୟା ୭%ରୁ କମକୁ ଖସିଆସିଛି । ଏପରିକି ୨୦୧୯ ମସିହାରେ କରୋନା ମହାମାରୀ ସହ ସାରା ପୃଥିବୀ ଲଢ଼ୁଥିବା ବେଳେ ମାଲକାନଗିରି ଜିଲ୍ଲା ପ୍ରଶାସନ ଏବଂ ସ୍ବାସ୍ଥ୍ୟ ବିଭାଗ ଲଢୁଥିଲା ମ୍ୟାଲେରିଆ ସହ। ।

ଯୁବ ଡାକ୍ତର ମାନେ ଦୁର୍ଗମ ଅଞ୍ଚଳରେ ଗାଁ ଗାଁ ବୁଲି ଲୋକଙ୍କୁ ମ୍ୟାଲେରିଆ ବିଷୟରେ ସଚେତନ କରାଉଛନ୍ତି । ଡାକ୍ତର ଠାରୁ ଆରମ୍ଭ କରି ଆଶା ଦିଦି , ଅଙ୍ଗନବାଡି କର୍ମୀ , ମାଲେରିଆ କର୍ମୀ ଏବଂ ସ୍ବେଛାସେବୀଙ୍କ ପାଇଁ ସମ୍ଭବ ହୋଇପାରିଛି। ଦମନର ପ୍ରଥମ ପର‌୍ୟ୍ୟାୟର ସଫଳତା ପରେ ଏବେ ଚାଲିଛି ଦମନର ଦ୍ବିତୀୟ ପର‌୍ୟ୍ୟାୟ କାର‌୍ୟ୍ୟକ୍ରମ। ଏହି କାର‌୍ୟ୍ୟକ୍ରମ ଫେବୃଆରୀରୁ ମାର୍ଚ୍ଚ ପର‌୍ୟ୍ୟନ୍ତ ଜାରି ରହିବ। କେନ୍ଦ୍ର ସରକାର ୨୦୫୦ ସୁଦ୍ଧା ସାରା ଭାରତକୁ ମ୍ୟାଲେରିଆ ମୁକ୍ତ କରିବା ପାଇଁ ଲକ୍ଷ ରଖିଥିବା ବେଳେ ମାଲକାନଗିରି ସ୍ବାସ୍ଥ୍ୟ ବିଭାଗ ୨୦୩୦ ସୁଦ୍ଧା ମାଲକାନଗିରି ଜିଲ୍ଲାକୁ ମ୍ୟାଲେରିଆ ମୁକ୍ତ କରିବା ଦିଗରେ ପ୍ରୟାସ ଜାରି ରଖିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆହୁରି ୩ ଦିନ କାଳବୈଶାଖୀ ବର୍ଷା 🔴 ‘ହାର୍ ନମାନିଲା ଯାଏଁ ବନ୍ଦ କରନି ଆକ୍ରମଣ’ 🔴 ଶାଶୁକୁ ହାଣିଲା ବୋହୂ 🔴 ଇରାନର ଇସଫାହାନ୍ ସହରରେ ବଡ଼ ବିସ୍ଫୋରଣ 🔴 ଇରାନ ତେଲ ଏବଂ ୟୁରାନିୟମ ଉପରେ ଟ୍ରମ୍ପଙ୍କ ଆଖି 🔴 ୫ ଦିନ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆମେରିକାରେ ଟ୍ରମ୍ପଙ୍କୁ ବିରୋଧ ! 🔴 ୩ ଯାଏ କାଳବୈଶାଖୀ 🔴 ମାର୍କଣ୍ଡି ବେଳାଭୂମିରେ ସଫେଇ ଅଭିଯାନ: ୧୦୦ କିଲୋରୁ ଅଧିକ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ 🔴 ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଗିରଫ 🔴 ଆହୁରି ୩ ଦିନ କାଳବୈଶାଖୀ ବର୍ଷା 🔴 ‘ହାର୍ ନମାନିଲା ଯାଏଁ ବନ୍ଦ କରନି ଆକ୍ରମଣ’ 🔴 ଶାଶୁକୁ ହାଣିଲା ବୋହୂ 🔴 ଇରାନର ଇସଫାହାନ୍ ସହରରେ ବଡ଼ ବିସ୍ଫୋରଣ 🔴 ଇରାନ ତେଲ ଏବଂ ୟୁରାନିୟମ ଉପରେ ଟ୍ରମ୍ପଙ୍କ ଆଖି 🔴 ୫ ଦିନ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆମେରିକାରେ ଟ୍ରମ୍ପଙ୍କୁ ବିରୋଧ ! 🔴 ୩ ଯାଏ କାଳବୈଶାଖୀ 🔴 ମାର୍କଣ୍ଡି ବେଳାଭୂମିରେ ସଫେଇ ଅଭିଯାନ: ୧୦୦ କିଲୋରୁ ଅଧିକ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ 🔴 ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଗିରଫ