Masthead

ସରକାର ମହାନଦୀକୁ ନିଜର ରାଜନୈତିକ ମୋହରା କରିବା ପାଇଁ ଚାହୁଁଥିଲେ: ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମହାନଦୀ ଟ୍ରିବ୍ୟୁନାଲ ସଦସ୍ୟ କ୍ଷେତ୍ର ପରିଦର୍ଶନ କରିବା ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । କହିଲେ ମହାନଦୀ ସମସ୍ୟାର ସମାଧାନ ମୁଖ୍ୟମନ୍ତ୍ରୀ ନିଜ ଭୁଲ ଯୋଗୁଁ ହରାଇ ସାରିଛନ୍ତି । କେନ୍ଦ୍ର ସରକାର ମଧ୍ୟସ୍ଥତା ମାଧ୍ୟମରେ ଦୁଇ ରାଜ୍ୟ ସହ ଆଲୋଚନା କରି ସମାଧାନ କରିବେ ବୋଲି ଭାବିଥିଲେ । ଦୁଇ ଦୁଇ ଥର ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ପ୍ରସ୍ତାବ ମଧ୍ୟ ଦେଇଥିଲେ । କିନ୍ତୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ଶୁଣିଲେ ନାହିଁ । କାରଣ ରାଜ୍ୟ ସରକାର ମହାନଦୀକୁ ନିଜର ରାଜନୈତିକ ମୋହରା କରିବା ପାଇଁ ଚାହୁଁଥିଲେ ।

ଆଉ ୨୦୧୯ ନିର୍ବାଚନ ସରିବା ପରେ ରାଜ୍ୟ ସରକାର ଏବଂ ଶାସକ ଦଳ ଉଭୟ ମହାନଦୀ ସମସ୍ୟା କଥା ଭୁଲି ଗଲେ । ଟ୍ରିବ୍ୟୁନାଲରେ ଲମ୍ବା ସମୟ ଲାଗିବ ବୋଲି ସମସ୍ତେ କହିଲା ପରେ ବି ରାଜ୍ୟ ସରକାର ଶୁଣି ନଥିଲେ । ମହାନଦୀ ଅବବାହିକା ତର୍ଜମା କରି ସମାଧାନ ହେଲା ବେଳକୁ ଆଉ ଗୋଟିଏ ପିଢ଼ି ଆସି ଯାଇଥିବ । କାରଣ ଟ୍ରିବ୍ୟୁନାଲ ଫଳ ବାହାରିଲା ବେଳକୁ ୨୦ ବର୍ଷ ଲାଗିବ କି ୩୦ ବର୍ଷ ସେ କଥା ଭଗବାନଙ୍କୁ ହିଁ କେବଳ ଜଣା । ତେଣୁ ରାଜ୍ୟ ସରକାର ନିଜର ରାଜନୈତିକ ସ୍ୱାର୍ଥ ପାଇଁ ଓଡ଼ିଶାକୁ ଏବଂ ମହାନଦୀର ଅବସ୍ଥାକୁ ସମ୍ପୂର୍ଣ୍ଣ ଅନିଶ୍ଚିତତା ଭିତରକୁ ଠେଲି ଦେଇଛନ୍ତି । ଏ କଥାକୁ ନେଇ ରାଜ୍ୟ ସରକାର ଧ୍ୱଂସାଭିମୁଖୀ ରାସ୍ତାରେ ଚାଲିଛନ୍ତି ।

ତତ୍କାଳୀନ ରମଣ ସିଂହ ସରକାର କେନ୍ଦ୍ର ସରକାରଙ୍କ ପ୍ରସ୍ତାବରେ ରାଜି ହୋଇଥିଲେ କିନ୍ତୁ ଓଡ଼ିଶା ସରକାର କହିଲେ ଆମେ ଟ୍ରିବ୍ୟୁନାଲକୁ ଯିବୁ, କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବାର ନାହିଁ । ଦୁଇ ଦୁଇ ଥର କେନ୍ଦ୍ରଜଳସମ୍ପଦ ମନ୍ତ୍ରୀ ଅପେକ୍ଷା କଲେ ଏବଂ ପ୍ରସ୍ତାବ ଦେଲେ । କିନ୍ତୁ ଓଡ଼ିଶାରୁ କେହି ଗଲେ ନାହିଁ । ଆହୁରି ଦୁର୍ଭାଗ୍ୟ ଜନକ କଥା ଯେ, ସେ ସମୟରେ ରାଜ୍ୟ ସରକାରଙ୍କ ପାଖରେ କୌଣସି ତଥ୍ୟ ବି ନଥିଲା । ଯାହାକୁ ଆଧାର କରି ଆଲୋଚନା କରିଥାନ୍ତେ । ଯେଉଁଥିପାଇଁ ସେମାନେ ଆଲୋଚନାରୁ ପଛଘୁଞ୍ଚା ଦେଲେ । ତେଣୁ ଆଉ ମିଛ କହି ଡ୍ରାମା କରିବାର ସମୟ ନାହିଁ । କେନ୍ଦ୍ର ସବୁବେଳେ ସାହଯୋଗର ହାତ ବଢ଼ାଇଛି କିନ୍ତୁ ରାଜ୍ୟ ସରକାର କେବେ ବି ନିଜ ନୈତିକ ଦାୟୀତ୍ୱ ପାଳନ କାରି ନାହାନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ