Masthead

ପଦ୍ମ ଧରିଲେ ପୂର୍ବତନ ବିଧାୟକ ଦେବାଶିଷ ନାୟକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବାର ମାତ୍ର କିଛି ଘଣ୍ଟା ନପୂରୁଣୁ ବିଜେପିରେ ସାମିଲ ହୋଇଛନ୍ତି ବରୀର ପୂର୍ବତନ ବିଧାୟକ ଦେବାଶିଷ ନାୟକ । ଦେବାଶିଷ ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ୟ୍ୟାଳୟରେ ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଓ ପୂର୍ବତନ ସଭାପତି ସମୀର ରଞ୍ଜନ ମହାନ୍ତିଙ୍କ ସମେତ ଅନ୍ୟ ଦଳୀୟ ନେତାଙ୍କ ଗହଣରେ ପଦ୍ମ ଧରିଛନ୍ତି ।

 

ବିଜେପିରେ ସାମିଲ ହେବା ପରେ ବିଜେଡି ଉପରେ ଖୁବ ବର୍ଷିଛନ୍ତି ଦେବାଶିଷ ନାୟକ। ବିଜେଡିରେ ଏବେ ତାମିଲ ଶାସନ ଚାଲିଥିବା ସେ କହିଛନ୍ତି। ”ଦଳରେ ଏବେ ଗୋଟିଏ କୋଟେରି କାମ କରୁଛି, ପୂର୍ବରୁ ଦଳ ଯେଭଳି ଥିଲା, ଆଉ ସେଭଳି ହୋଇ ରହିନି। ତେବେ ବିଜେଡି ଅନୁଭବ କରି ସାରିଲାଣି, ତାର ଆଉ ଭୋଟ୍ ନାହିଁ” ବୋଲି ଦେବାଶିଷ କହିଛନ୍ତି। ଦଳ ସଭାପତି ମନମୋହନ ସାମଲ ଦେବାଶିଷଙ୍କୁ ବିଜେପି ଉତ୍ତରୀୟ ପ୍ରଦାନ କରି ଦଳକୁ ସ୍ବାଗତ କରିଛନ୍ତି । ନିର୍ବାଚନ ପୂର୍ବରୁ ଦେବାଶିଷଙ୍କ ପରି ଜଣେ ଅନୁଭବି ନେତା ବିଜେପିରେ ସାମିଲ ହେବା ଦଳକୁ ସୁଦୃଢ କରିବ ବୋଲି ମନମୋହନ ସାମଲ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ