Masthead

ରାତି ୩ଟାରେ ପହଡ଼ ଖୋଲିବାକୁ ସେବାୟତ ରାଜି ନୁହନ୍ତି

 

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନକୁ ବିବାଦ ପିଛା ଛାଡୁନି । କାତ୍ତିକ ପୂର୍ଣ୍ଣିମା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଗୁରୁବାର ତିନି ନିଯୋଗ ସମ୍ପାଦକଙ୍କ ଅନୁପସ୍ଥିତି ପରେ ଶୁକ୍ରବାର ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ ସମ୍ପାଦକଙ୍କ ପକ୍ଷରୁ ମନ୍ଦିର ପ୍ରଶାସନ ପୂର୍ଣ୍ଣିମା ରାତି ୩ଟାରୁ ମନ୍ଦିର ଖୋଲିବାକୁ ନେଇଥିବା ନିଷ୍ପତ୍ତିକୁ ଅଗ୍ରାହ୍ୟ କରିଦେଇଛନ୍ତି । ଦୁଇ ନିଯୋଗ ସମ୍ପାଦକ ମନ୍ଦିର ପ୍ରଶାସନକୁ ଶୁକ୍ରବାର ଲିଖିତ ଭାବେ ଜଣାଇଛନ୍ତି । କାର୍ତ୍ତିକ ପୂର୍ଣ୍ଣିମା ରାତି ୩ଟାରୁ ମନ୍ଦିର ପହଡ଼ ଖୋଲିବା ପାଇଁ ଯେଉଁ ନିଷ୍ପତ୍ତି ନିଆଯାଇଛି ସେଥିରେ ସହଯୋଗ କରାଯିବ ନାହିଁ । ଏହା ସହିତ ଟ୍ରଷ୍ଟ ବୋର୍ଡରେ ନିଯୋଗର ପ୍ରତିନିଧିତ୍ୱ କରୁଥିବା ଦୁଇ ସଭ୍ୟଙ୍କ ଇସ୍ତଫାପତ୍ର ସହକାରୀ ଦେବୋତ୍ତର ଆୟୁକ୍ତଙ୍କୁ ପ୍ରଦାନ କରାଯାଇଛି ।

ଅତୀତରେ ଯେକୌଣସି ଆପତ୍ତି ଅଭିଯୋଗ କରାଗଲେ ସୁଦ୍ଧା ଜିଲ୍ଲା ପ୍ରଶାସନ ଓ ଦେବୋତ୍ତର ଆୟୁକ୍ତ ସ୍ଥାଣୁ ହୋଇ ଚୁପ ରହିଛନ୍ତି । କାର୍ତ୍ତିକ ପୂର୍ଣ୍ଣିମାରେ ମନ୍ଦିର ପହଡ଼ ରାତି ୩ଟା ବଦଳରେ ଭୋର ୫ଟାରେ ଖୋଲିବାକୁ ଦୁଇ ନିଯୋଗ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସେମାନେ ମନ୍ଦିର ପ୍ରଶାସନକୁ ଅବଗତ କରିଥିବା ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ଓ ପୂଜାପଣ୍ଡା ନିଯୋଗ ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ