Masthead

ଦୀପାଲି କହିଲେ ମୋ ବାପାଙ୍କୁ ନେଇ ରାଜନୀତି ନ କରାଯାଉ, ଉତ୍ତର ରଖିଲା ବିଜେପି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ବାପାଙ୍କ ମୃତ୍ୟୁ ପରେ ମୁଖ୍ୟମନ୍ତ୍ରୀ ଆମର ବାପାଙ୍କ ଭଳି ଦାୟିତ୍ୱ ନେଇଛନ୍ତି । ସେଥିପାଇଁ ମୁଁ ଏବଂ ମୋ ପରିବାର ମୁଖ୍ୟମନ୍ତ୍ରୀ ଙ୍କ ପାଖରେ ସର୍ବଦା କୃତଜ୍ଞ । ନବ ଦାସଙ୍କ ହତ୍ୟାକୁ ନେଇ ମୁହଁ ଖୋଲିଲେ ଝିଅ ଦୀପାଳି ଦାସ । ବାପା ଙ୍କ ମୃତ୍ୟୁ କୁ ନେଇ ରାଜନୀତି କରନ୍ତୁ ନାହିଁ । ଏହି ଘଟଣା ପରେ ତାଙ୍କ ପରିବାର ମର୍ମାହତ ଅଛି । ମୁଖ୍ୟମନ୍ତ୍ରୀଙ୍କ ଉପରେ ଆଶା ଓ ଭରସା ଅଛି, ଆମକୁ ନ୍ୟାୟ ନିଶ୍ଚିତ ମିଳିବ । କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ଭରସା ରହିଛି । ଏପରିକି ଭଲ ଜଜଙ୍କ ତତ୍ତ୍ୱାବଧାନରେ ତଦନ୍ତ ଚାଲିଛି । ତଦନ୍ତ ଚାଲିଥିବାରୁ ଅଧିକ କିଛି କହିବାକୁ ମନା ଦୀପାଳି ମନା କରିଦେଇଛନ୍ତି ।

ସେପଟେ ଦୀପାଲିଙ୍କ ପ୍ରେସମିଟକୁ ନେଇ ମୁହଁ ଖୋଲିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ନବ ଦାସ ହତ୍ୟାକାଣ୍ଡ ଦଳୀୟ କଥା ନୁହେଁ କି ପାରିବାରିକ ବ୍ୟାପାର ନୁହେଁ । ହତ୍ୟାର ରହସ୍ୟ ଜାଣିବାର ଅଧିକାର ଓଡିଶାବାସୀଙ୍କ ରହିଛ । ଏହା ନବ ଦାସଙ୍କ ପାରିବାରିକ ଘଟଣା ନୁହେଁ କି ବିଜେଡିର ମଧ୍ୟ ମ୍ୟାଟର ନୁହେଁ । ସେ ତାଙ୍କର ପିତା ନଥିଲେ ଓଡିଶାର ଜଣେ ମନ୍ତ୍ରୀ ଥିଲେ । ରାଜ୍ୟ ସରକାରଙ୍କ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ହତ୍ୟା କରାଯାଇଛି । ଦଳୀୟ କଥା ନୁହେଁ କି ପାରିବାରିକ ବ୍ୟାପାର ନୁହେଁ । ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଷଡଯନ୍ତ୍ର କରି ହତ୍ୟା କରାଯାଇଛି । କୋଟି କୋଟି ଓଡ଼ିଶାବାସୀ ଜାଣିବା ପାଇଁ ଚାହିଁବେ ହତ୍ୟାର ରହସ୍ୟ କଣ ? ତାଙ୍କର ରାଜନୈତିକ ନା ବ୍ୟବସାୟିକ ସ୍ୱାର୍ଥ ପାଇଁ କଣ ପାଇଁ ହତ୍ୟା କରାଯାଇଛି । ଏହା ଜାଣିବାର ଅଧିକାର ଓଡିଶାବାସୀଙ୍କ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ