Masthead

କଟକଣାରେ ହଜିଗଲା ନିଆଁଲଗା ପାନର ଚାହିଦା

ଭଦ୍ରକ (ବଡ଼ ଖବର ବ୍ୟୁରୋ): କରୋନା ମାଡରେ ଫିକା ପଡିଲା ରଜ ପର୍ବ । ଓଡିଶା ସଂସ୍କୃତିର ଏହି ରଜ ପର୍ବ ୩ ଦିନ ଧରି ପାଳନ କରାଯାଇଥାଏ । ବସୁମାତା ରଜବତୀ ହୋଇଥିବାରୁ ଏହି ଦିନରେ କୌଣସି ଚାଷ କାର୍ଯ୍ୟ କରାଯାଇ ନଥାଏ । ଯାହା ଫଳରେ ଲୋକଙ୍କୁ ଫୁରସତ ମିଳିଥାଏ । ଘରେ ପିଠ ପଣା ସହିତ ନୂଆ ବସ୍ତ୍ର ପରିଧାନ କରିଥାନ୍ତି । ଗାଁ ଗଣ୍ଡାରେ ରଜଦୋଳି ସହିତ କବାଡି ଖେଳ, ତାସ ଖେଳ ଆଦି ଆସର ଜମିଥାଏ । ରଜ ପର୍ବରେ ପାନର ଏକ ନିଆରା ଚାହିଦା ରହିଥାଏ । ପିଲାଠୁ ବୃଦ୍ଧ ଯାଏଁ ସମସ୍ତଙ୍କର ରଜ ପାନ ଖାଇବାକୁ ଇଛା ହୋଇଥାଏ ।

ଏନେଇ ବିଭିନ୍ନ ସ୍ଥାନରେ ବିଭିନ୍ନ କିସମର ସୁଆଦିଆ ରଙ୍ଗବେରଙ୍ଗର ରଜ ପାନ ବିକ୍ରି ହୋଇଥାଏ । ବିଭିନ୍ନ ପ୍ରକାରର ମସଲାରେ ପ୍ରସ୍ତୁତ ହୋଇଥିବା ଏହି ଖାଇବା ପାନ ଖାଇବା ପାଇଁ ଦୋକାନ ଆଗରେ ଲମ୍ବା ଲାଇନ ଦେଖିବାକୁ ମିଳିଥାଏ । ଏପରିକି ପାନ ନେବାକୁ ଅନଲାଇନରେ ଅର୍ଡର ମଧ୍ୟ ବୁକିଂ କରାଯାଏ । ଏହି ରଜ ପାନ ମଧ୍ୟରେ କିଛି ବର୍ଷ ହେଲା ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟ ଅଞ୍ଚଳରେ ମିଳୁଥିବା ନିଆଁଲଗା ପାନ ବେଶ ଚର୍ଚ୍ଚିତ ହୋଇଛି । ଏହି ଚର୍ଚ୍ଚିତ ନିଆଁଲଗା ପାନ ଖାଇବା ପାଇଁ ବିଭିନ୍ନ ଅଞ୍ଚଳରୁ ଲୋକେ ଆସିଥାନ୍ତି । ଏହି ପାନର ବିଶେଷତ୍ୱ ହେଉଛି ଗୋଟା ପାନ ଉପରେ ବିଭିନ୍ନ ପ୍ରକାରର ମସଲା ଦେବାପରେ ଏକ କେମିକାଲ ପକାଯାଏ ଯାହା ଅଗ୍ନି ସଂସ୍ପର୍ଶରେ ଆସିଲେ ହୁତୁହୁତ ହୋଇ ଜଳିଥାଏ ।

ପାନ ଜଳୁଥିବା ଅବସ୍ତାରେ ଦୋକାନୀ ଗ୍ରାହକଙ୍କ ପାଟିରେ ପୁରେଇ ଦେଇଥାଏ । ଯାହା ଦେଖିବାକୁ ଆଶ୍ଚର୍ଯ୍ୟ ଲାଗିଥାଏ ଏବଂ ସାଧାରଣ ମିଠା ପାନ ଠାରୁ ଏହି ପାନ ଅଧିକ ସୁଆଦିଆ ବୋଲି ଖାଉଥିବା ଲୋକେ କହିଥାନ୍ତି । ତେବେ ଏହି କରୋନା କଟକଣାରେ ଚଳିତ ବର୍ଷ ହଜିଗଲା ନିଆଁଲଗା ପାନ ବୋଲି ସବୁଠି ଆଲୋଚନା ହେଉଛି । ବିଗତ କିଛି ବର୍ଷ ହେଲା ପୀରହାଟ ଅଞ୍ଚଳରେ ରଞ୍ଜନ ମିଶ୍ର ନାମକ ଜଣେ ପାନ ଦୋକାନୀ ଗ୍ରାହକଙ୍କ ବେଶ ପ୍ରିୟ ଭାଜନ ହୋଇ ପାରିଛନ୍ତି । ତେବେ କରୋନା କଟକଣାରେ ଗତବର୍ଷ ରୋକ ଲାଗିଥିବା ବେଳେ ଚଳିତ ବର୍ଷ ମଧ୍ୟ ସମାନ ଅବସ୍ତା ଦେଖିବାକୁ ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି