Masthead

ସାରଦା ମାଇନ୍ସରୁ ପରିବହନ ପାଇଁ ଦାବି

ବଡବିଲ (ବଡ଼ ଖବର ବ୍ୟୁରୋ): ଶୟବାଲି ଠାକୁରାଣୀ ଓ ବଡବିଲ ରାସ୍ତା ଦେଇ ପରିବହନ ଚାଲୁ ରଖିବାକୁ ସ୍ଥାନୀୟ ଲୋକମାନେ ଦାବି କରୁଛନ୍ତି । ଶଦ୍ଦ ଓ ବାୟୁ ପ୍ରଦୂଷଣ ଦର୍ଶାଇ ସାରଦା ମାଇନ୍ସ ବିରୁଦ୍ଧରେ ଏକ ସ୍ବେଛସେବୀ ସଂଗଠନ ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରିଥିଲେ । ଯାହାର ଶୁଣାଣି କରି ହାଇକୋର୍ଟ କେନ୍ଦୁଝର ଜିଲ୍ଲାପାଳଙ୍କୁ ତଦନ୍ତ ଦାୟିତ୍ବ ଦେଇଛନ୍ତି । ମାତ୍ର କିଛି ପରିବହନକାରୀ ସଂସ୍ଥା, ଟ୍ରକ ମାଲିକ ମାନେ ସ୍ଥାନୀୟ ବାସିନ୍ଦାଙ୍କ ସହ ଟ୍ରକ ଚାଳକ ଓ ଖଳାସୀ ମାନଙ୍କୁ ନେଇ ତହସିଲଦାରଙ୍କୁ ରାସ୍ତା ଦ୍ୱାରା ପରିବହନ ହେଉ ବୋଲି ଏକ ଦାବିପତ୍ର ଚମ୍ପୁଆ ଉପ-ଜିଲ୍ଲାପାଳଙ୍କୁ ବଡବିଲ ତହସିଲଦାର ଜରିଆରେ ପ୍ରଦାନ କରିଛନ୍ତି।

ସ୍ଥାନୀୟ ବାସିନ୍ଦା ମାନେ ଏହି ଖଣି ଖାଦାନ ଓ ଏହାର ପରିବହନ ଉପରେ ନିର୍ଭରଶୀଳ ସେମାନଙ୍କର ତେଲ ଲୁଣ ସଂସାର ଏହା ଉପରେ ନିର୍ଭର କରେ ବୋଲି ସେମାନେ କହିଛନ୍ତି ।ଉକ୍ତ ଶୟାବଳି ଠାକୁରାଣୀ ରାସ୍ତା ଦେଇ ପରିବହନ ବନ୍ଦ ହୋଇଯିବା ଯୋଗୁ ଅନେକ ଲୋକ ରୋଜଗାର ହରାଇ ବସିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଜମିହୀନ ଓ ଯେଉଁ ମାନଙ୍କ ର କିଛି ଜମି ଅଛି ତାହା ବର୍ତ୍ତମାନ ଚାଷ ଅନୁପଯୋଗୀ ହୋଇ ଯାଇଛି । ଅଧିକାଂଶ ଗାଡି ମାଲିକ ,ଗାଡି ଚାଳକ ଓ ଖଳାସୀ ଏହି ପରିବହନ କାମ କରି ସେମାନଙ୍କର ପରିବାର ଚଳାଇଥାନ୍ତି । ଗାଁ ଲୋକମାନେ ମଧ୍ୟ ଗାଡି ଚାଲୁ ଥିବାରୁ ଛୋଟ ଛୋଟ ହୋଟେଲ ,ପାନ ଦୋକାନ ଆଦି କରି କିଛି ଅର୍ଥ ରୋଜଗାର କରି ସେମାନଙ୍କ ପରିବାର କୁ ଭରଣ ପୋଷଣ କରିଥାନ୍ତି ।

ତେଣୁ ସରକାର ତାଙ୍କ ଦାବି ଶୁଣନ୍ତୁ ବୋଲି ସେମାନେ କହିଛନ୍ତି ।ସମ୍ପୃକ୍ତ ଖଣି ର ଲିଜ ସରିଯିବା ଯୋଗୁଁ ଏବେ ପରିବହନ ବନ୍ଦ ଅଛି । ଖଣିର ଲିଜ ଅବଧି ବଢ଼େଇବା ପାଇଁ ସାରଦା ଖଣି ଉଚ୍ଚତମ ନ୍ୟାୟାଳୟରେ ଆବେଦନ କରିଥିବା ବେଳେ, ଖଣି ଜାହାକୁ ବି ମିଳୁ ଉକ୍ତ ରାସ୍ତା ଦେଇ ପରିବହନ. ହେଲେ ସାମୁହିକ ଭାବରେ ଅନେକ ଲୋକ ଉପକୃତ ହୋଇ ପାରିବେ ବୋଲି ସେମାବେ ଅନୁଭବ କରନ୍ତି ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି