Masthead

ବାଟହୁଡ଼ୁଛି ବିକାଶ

ବୈପାରୀଗୁଡା (ବଡ଼ ଖବର ବ୍ୟୁରୋ): ରାଜ୍ୟ ସରକାର ଆଦିବାସୀଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ସଂସ୍ଥା, ଆଦିବାସୀ ବିକାଶ ପରିଷଦ ଗଠନ କରିଛନ୍ତି । କିନ୍ତୁ ଆଦିବାସୀଙ୍କ ବିକାଶ ତ ଦୂରର କଥା ଏବେବି ଅନେକ ଗାଁ ଏମିତି ସାଧାରଣ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ଅଛନ୍ତି । ଗାଁ କୁ ରାସ୍ତା ନଥିବାରୁ ଅନେକ ସମୟରେ ଏପରି ରୋଗୀଙ୍କୁ ବୁହା ହୁଏ । ସେହିପରି ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ବୋଦାପୁଟ ପଂଚାୟତର ମାଦି କାରୁଗୁଡ଼ା ଗାଁରେ ।

ଗତ କିଛି ଦିନ ପୂର୍ବେ କାରୁଗୁଡା ଗ୍ରାମର ବୃଦ୍ଧ ବୁଦ୍ରକ୍ଷ କ୍ରିଷକ୍ଷନି ଗଛରୁ ପଡିଯାଇଥିବା ବେଳେ ତାଙ୍କର ଦୁଇଗୋଡ଼ ଭାଙ୍ଗି ଯାଇଥିଲା । ପରିବାର ଲୋକେ ତାଙ୍କୁ କୋରାପୁଟ ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ । ହେଲେ ସେଠାରେ ଚିକିତ୍ସା ନିମନ୍ତେ ଆବଶ୍ୟକ ଟଙ୍କା ଅଭବ ଯୋଗୁ ବୁଦ୍ରକ୍ଷ ଙ୍କୁ ମେଡିକାଲରୁ ଘରକୁ କାରୁଗୁଡା ଫେରିଆସିଲେ । ଆଉ ଯନ୍ତ୍ରଣାରେ ଛଟ ପଟ ହୋଇ ଘରେ ପଡି ରହିଥିଲେ, ଏହା ଦେଖି ବୈପାରୀଗୁଡାର କିଛି ଯୁବ ଗୋଷ୍ଠୀ ପଂହଁଚି ଚିକିତ୍ସା ପାଇଁ ଡାକ୍ତରଖାନା ନେବା ପାଇଁ ସହାୟତା କରିବା ସହ ୧୦୮ ଆମ୍ବୁଲାନ୍ସ ଡାକି ଥିଲେ ।

କିନ୍ତୁ ଗାଁ କୁ ଯିବାକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଟି ଦୁଇ କିମି ଦୂର ରେ ଅଟକି ଯାଇଥିଲା । ତେଣୁ ଗାଁ ଲୋକ ଏକତ୍ରିତ ହୋଇ ଭାର କରି ଦୁଇ କିମି ଚାଲି ଚାଲି ଆମ୍ବୁଲାନ୍ସ ରେ ଆଣିଥିଲେ । ଆମ୍ବୁଲାନ୍ସ ମଧ୍ୟରେ ରେ ଜୟପୁର ଜିଲ୍ଲା ହସ୍ପିଟାଲରେ ଚିକିତ୍ସା ଚାଲିଥିବା ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି