Masthead

ପଦଯାତ୍ରାରେ ସାମିଲ ହେଲେ ୪୦ ହଜାରରୁ ଅଧିକ ରାମଭକ୍ତ

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ୪୦ ହାଜରରୁ ଅଧିକ ପଦଯାତ୍ରାରେ ସାମିଲ ହେଲେ ରାମଭକ୍ତ । ପୋଲିସର ବ୍ୟାପକ ବ୍ୟବସ୍ଥା । ଆଜି ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କଜନ୍ମ ଅବସରରେ ଗେରୁଆ ରଙ୍ଗ ଓ ଶ୍ରୀରାମ ନାରାରେ ପ୍ରକମ୍ପିତ ହେଉଛି ବାଲେଶ୍ବର ସହର । ଧୀରେ ଧୀରେ ବଢୁଛି ଭକ୍ତଙ୍କ ଭିଡ଼ । ବାଲେଶ୍ଵର ପର୍ମିଟ ପଡ଼ିଆରେ ବିଭିନ୍ନ ସଙ୍ଗଠନ ହେଉଛନ୍ତି ସାମିଲ । ପୂଜା ଅର୍ଚ୍ଚନାକରି ସହର ପରିକ୍ରମା ପାଇଁ ପାଖାପାଖି ୪୦ ହାଜର ପଦଯାତ୍ରାରେ ସାମିଲ ହୋଇଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆଖିଆଗରେ ରଖି ପୋଲିସ ପକ୍ଷରୁ ବିଭିନ୍ନ ଟ୍ରାଫିକ ପୋଷ୍ଟ ଓ ସହରର ଛକ ଛକରେ କଡା କଡି ବ୍ୟବସ୍ଥା କରାଯାଇଛି । ଶାନ୍ତି ଶୃଙ୍ଖଳା ପାଇଁ ସହରରେ ୧୫ ପ୍ଲାଟୁନ ପୋଲିସ ବ୍ୟବସ୍ଥା କରାଯାଇଛି ।

ଏହି ପଦଯାତ୍ରା ବାଲେଶ୍ବର ଜିଲ୍ଲାସ୍କୁଲ – ଷ୍ଟେସନ ଛକ – ଫାଣ୍ଡୀ ଛକ – ଚିଡ଼ିଆପୋଲ – ଟାଉନହଲ୍ – ମଣ୍ଡଳ ବଜାର – ଦାମୋଦର ପୁର – ଗୋଳା ପୋଖରୀ – ଟାଉନଥାନା – ସିନେମାଛକ ପରେ ପୁଣି ସେହି ପରମିଟ ପଡ଼ିଆ ଶେଷ ହେବ । ଚଳିତ ବର୍ଷ ଶ୍ରୀରାମ ଦରବାର, ଶ୍ରୀରାମ ଝାଙ୍କି, ପାରମ୍ପାରିକ ସିଂହ ବାଦ୍ୟଯନ୍ତ୍ର ପ୍ରଦର୍ଶନ, କେଉଁଝର ବାଜା, ଢେଙ୍କାନାଳ ବାଜା, ମୟୁରଭଞ୍ଜ ନୃତ୍ୟ, ପିଲାମାନଙ୍କ ଦ୍ଵାରା ପୌରାଣିକ ବେଶଭୂଷା ସହ ୨୫ ରୁ ଅଧିକ ଗାଁରୁ ମେଢ଼ ପଦଯାତ୍ରାରେ ସାମିଲ ହୋଇଛନ୍ତି । ସେହିପରି ବାଲେଶ୍ଵର ସମେତ ସୋର , ଜଳେଶ୍ବର ,ଭୋଗରାଇ ଓ ରେମୁଣା ରେ ମଧ୍ୟ ପାଳନ ହେଉଛି ରାମନବମୀ ଉତ୍ସବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ