Masthead

ଅଭିନେତ୍ରୀ ଦୀପ୍ତି ନାଭାଲ ଅସୁସ୍ଥ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଛାତିରେ ଯନ୍ତ୍ରଣା ହେବା ପରେ ଭେଟେରାନ ଅଭିନେତ୍ରୀ ଦୀପ୍ତି ନାଭାଲଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୋମବାର ସକାଳେ ସେ ମୋହାଲିଙ୍ଗ ଡାକ୍ତରଖାନାରେ ଆଞ୍ଜିଓପ୍ଲାଷ୍ଟି କରିଥିଲେ। ମଙ୍ଗଳବାର ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ଡାକ୍ତରଙ୍କ କହିବାନୁସାରେ, ତାଙ୍କ ଅବସ୍ଥାରେ ଧୀରେ ଧୀରେ ସୁଧାର ଆସୁଛି। ଦୀପ୍ତି ନାଭାଲ ନିଜେ କହିଥିଲେ ଯେ ତାଙ୍କର ହାର୍ଟ ସମସ୍ୟା ରହିଛି । ସେ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଛନ୍ତି ବର୍ତ୍ତମାନ ମୁଁ ସମ୍ପୂର୍ଣ୍ଣ ଭଲ ଅଛି’। ଗତ ମାସରୁ ଦୀପ୍ତି ନାଭାଲ ରୋହତଙ୍ଗରେ ଥିଲେ।

୬୮ ବର୍ଷୀୟ ଦୀପ୍ତି ନାଭାଲ ସମାନ୍ତରାଳ ସିନେମା ପାଇଁ ଜଣାଶୁଣା । ସେ ୧୯୭୮ ରେ ମୁକ୍ତିଲାଭ କରିଥିବା ଫିଲ୍ମ ପ୍ୟାସନରୁ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ । ପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି । ସାଥ୍ ସାଥ୍, କିସିସେ ନା କେହେନା, ମିରଚି ମସଲା, ଏନ୍ଏଚ୍-୧୦, ଚସମେଁ ବଧୁର, କଥା, ରଙ୍ଗବେରଙ୍ଗି, ହୀରକ୍, ଅଙ୍ଗୁର, ଗୁଡୁ, ଶକ୍ତି ଦ ପାୱାର, ମେଁ ଜିନ୍ଦା ହୁଁ, ଭଳି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଳଙ୍ଗା ଘଟଣାକୁ ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ 🔴 ଏମ୍ସରେ ବିକ୍ଷୋଭ ମନା 🔴 ଛାତ୍ରୀଙ୍କ ପାଇଁ ଆସିଲା ‘ଶକ୍ତିଶ୍ରୀ’ ଯୋଜନା 🔴 ନାବାଳିକାଙ୍କ ଶରୀର ୭୦ ପ୍ରତିଶତ ପୋଡ଼ିଛି ! 🔴 ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳିଲେ ଦୁର୍ବୃତ୍ତ, ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ 🔴 ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ 🔴 ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ 🔴 ଅଧ୍ୟାପକଙ୍କ ନାମରେ ଅଭିଯୋଗ ଆଣିଲେ ଛାତ୍ର 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଜାରୀ ହେଲା ମହିଳା ସହାୟତା ନଂ ୧୮୧ 🔴 ବଳଙ୍ଗା ଘଟଣାକୁ ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ 🔴 ଏମ୍ସରେ ବିକ୍ଷୋଭ ମନା 🔴 ଛାତ୍ରୀଙ୍କ ପାଇଁ ଆସିଲା ‘ଶକ୍ତିଶ୍ରୀ’ ଯୋଜନା 🔴 ନାବାଳିକାଙ୍କ ଶରୀର ୭୦ ପ୍ରତିଶତ ପୋଡ଼ିଛି ! 🔴 ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳିଲେ ଦୁର୍ବୃତ୍ତ, ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ 🔴 ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ 🔴 ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ 🔴 ଅଧ୍ୟାପକଙ୍କ ନାମରେ ଅଭିଯୋଗ ଆଣିଲେ ଛାତ୍ର 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଜାରୀ ହେଲା ମହିଳା ସହାୟତା ନଂ ୧୮୧