Masthead

ଭୋଜି ଖାଇଲେ ମନ୍ତ୍ରୀ ବାସନ ମାଜିଲେ ଛାତ୍ରଛାତ୍ରୀ

ପୁରୀ (ବଡ଼ ଖବର ବ୍ୟୁରୋ):ସ୍କୁଲ କାର୍ଯ୍ୟକ୍ରମକୁ ଆସିଲେ ମନ୍ତ୍ରୀ ବିଧାୟକ । ଉଦଘାଟନ କଲେ ଭୋଜି ବି ଖାଇଲେ । କିନ୍ତୁ ବାସନ ମାଜିଲେ ଛାତ୍ରଛାତ୍ରୀ । ପୁରୀ ଜ଼ିଲ୍ଲା କଣାସ ବ୍ଲକର ଦୁର୍ଗାଦେବୀ ଉଚ୍ଚ ବିଦ୍ୟାଳୟରେ ଚାଲିଥିଲା ଜ଼ିଲ୍ଲା ସ୍ତରୀୟ ବିଜ୍ଞାନ ମେଳା । ଏଥିରେ ଯୋଗ ଦେଇଥିଲେ ଏଗାରଟି ବ୍ଲକର ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକ ଶିକ୍ଷୟତ୍ରୀ । ଏହି ମେଳାର ଉଦଘାଟନ ଉତ୍ସବର ମୁଖ୍ୟ ଅତିଥି ଥିଲେ ପ୍ରଯୁକ୍ତି ବିଜ୍ଞାନ ଓ ସାମାଜିକ ଭିନ୍ନକ୍ଷମ ବିଭାଗର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ, ମଣ୍ଡଳ ଶିକ୍ଷାଅଧିକାରୀ ଓ ସ୍ଥାନୀୟ ବିଧାୟକ ମଧ୍ୟ ଉପସ୍ଥିତ ଥିଲେ । ଉଦଘାଟନ ସମୟ ୧୦ ଥିବାବେଳେ ମେଳାର ଉଦଘାଟନ ହୋଇଥିଲା ମଧ୍ୟାହ୍ନ ସାଢେ ଗୋଟେରେ । ଘଣ୍ଟା ଘଣ୍ଟା ଧରି ଡହ ଡହ ଖରା ଭୋକ ଉପାସରେ ମନ୍ତ୍ରୀଙ୍କୁ ଅପେକ୍ଷା କରିଥିଲେ ୧୧ଟି ବ୍ଲକର ଛାତ୍ରଛାତ୍ରୀ ।   ମେଳା ସରିଲା ମନ୍ତ୍ରୀ ଖାଇଲେ ବିଧାୟକ ଖାଇଲେ କୁଜି ନେତା ବି ଖାଇଲେ ଶିକ୍ଷକ ଶିକ୍ଷୟତ୍ରୀ ଖାଇଲେ କିନ୍ତୁ ଶୀତ ରାତିରେ ଦୟା ନଦୀରେ ବାସନ ମାଜିଲେ ଛାତ୍ର ଛାତ୍ରୀ । ଟର୍ଚ୍ଚ ଦେଖାଇଲେ ଖୋଦ ହିନ୍ଦୀ ଶିକ୍ଷକ । ଏଠି ପ୍ରଶ୍ନ ଉଠୁଛି ହିନ୍ଦୀ ଶିକ୍ଷକ ଜଣଙ୍କ କାହା ନିର୍ଦ୍ଦେଶରେ ଘନ ଅନ୍ଧାରର ଶୀତ ରାତିରେ ଛାତ୍ରଙ୍କୁ ବାସନ ମଜାଇଲେ? ଏହା ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ ହେଲା ପରେ ଏଵେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ରାଜ୍ୟ ସରକାର ଶିକ୍ଷାକୁ ଗୁରୁତ୍ୱ ଦେଉଥିବା ବେଳେ ଛାତ୍ରଛାତ୍ରୀଙ୍କ ପ୍ରତି ଏତେ ଅବେହେଳା କାହିଁକି?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି