Masthead

ମହାପ୍ରଭୁଙ୍କ ଜନ୍ମବେଦିକୁ ଅବମାନନା

ପୁରୀ(ବଡ଼ ଖବର ବ୍ୟୁରୋ): ମହାପ୍ରଭୁଙ୍କ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର ଭିତର ବେଢାରେ ଡ୍ରିଲ ମେସିନ ଲଗାଇ ଚଟାଣ ପଥର ଖୋଳାଯାଉଛି । ଶ୍ରମିକ ମାନେ ଚପଲ ପିନ୍ଧି ଭିତର ବେଢା ଏବଂ ଗୁଣ୍ଡିଚା ମନ୍ଦିର ଭିତରେ କାମ କରୁଛନ୍ତି । ଏହି ଘଟଣା ଦୃଷ୍ଟିକୁ ଆସିବାପରେ ସହରରେ ହଇଚଇ ସୃଷ୍ଟି ହୋଇଛି । ସାମାଜୀକ ଗଣମାଧ୍ୟମରେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ବିବାଦ ସୃଷ୍ଟି ହୋଇଛି । ଶନିବାର ଜିଲ୍ଲାପାଳ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ତେବେ ରାଜଧାନୀର ଏକ ସଂଗଠନ ଏହି କାର୍ଯ୍ୟ କରୁଥିବାର ଜଣାପଡିଛି ।

ଶ୍ରୀଗୁଣ୍ଡିଚା ମନ୍ଦିର ଭିତର ବେଢାର ପ୍ରବେଶ ପଥ କଡରୁ ଚଟାଣର ପଥର ବଦଳାଇବାକୁ ଏହି ସଂଗଠନକୁ ଶ୍ରୀମନ୍ଦିରର ପ୍ରଶାସନ ନିୟୋଜିତ କରିଥିବା ଖବର ମିଳିଛି । ଶ୍ରୀମନ୍ଦିର ସମେତ ଅନେକ ସରକାରୀ ଅନୁଷ୍ଠାନକୁ ଏହି ସଂଗଠନ ସେବା ଯୋଗାଉଛି । ତେବେ ସହରବାସୀ ଏବଂ ଭକ୍ତମାନେ ପ୍ରଶ୍ନ ଉଠାଉଛନ୍ତି ମନ୍ଦିର ଭିତରକୁ କେମିତି ଚପଲ ପିନ୍ଧି ପ୍ରବେଶ କଲେ । ଯେତେବେଳେ କି ଚପଲ ପିନ୍ଧି ପ୍ରବେଶ ନକରିବା ପାଇଁ କଟକଣା ରହିଛି । କଣ ଏହି କଟକଣା ବିଷୟରେ ସଂଗଠନ ଅବଗତ ନାହିଁ ନା ସଂଗଠନ କ୍ଷମତାର ଦୁରୁପଯୋଗ କରୁଛି ବୋଲି ସହରବାସୀ ପ୍ରଶ୍ନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ