Masthead

ଆୟକର ଫାଙ୍କିବା ଅଭିଯୋଗ ମିଛ: ଜଗଦୀଶ ନାୟକ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଡିଏନ ଗ୍ରୁପ ମୁଖ୍ୟଙ୍କୁ ଜେରା ଶେଷ ହୋଇଛି । ୪ ଦିନ ଧରି ଡିଏନ ଗ୍ରୁପ ଉପରେ ରେଡ କରୁଥିଲା ଆୟକର ବିଭାଗ । ଗତକାଲି ଡିଏନ ମୁଖ୍ୟ ଜଗଦୀଶ ନାୟକ ଓ ତାଙ୍କ ଲିଗାଲ ଅଫିସର ଚନ୍ଦ୍ରଶେଖର ପଣ୍ଡାଙ୍କୁ ମୁହାଁମୁହିଁ ଜେରା କରିଥିଲା ଆଇଟି । ଆୟକର ଫାଙ୍କିବା ଅଭିଯୋଗକୁ ମିଛ କହିଛଣ୍ତି ଜଗଦୀଶ । ମାତେ ଆୟକର ବିଭାଗ କିଛି ପ୍ରଶ୍ନ କରିନି କହିଛନ୍ତି ଜଗଦୀଶ । ଏପର୍ଯ୍ୟନ୍ତ ୩୨ କୋଟିରୁ ଅଧିକ ଟଙ୍କା ଜବତ କରିଛି ଆଇଟି ବିଭାଗ ।

ଏଥିସହ ଗୁରୁତ୍ୱପୁର୍ଣ୍ଣ ଦସ୍ତାବିଜ ମଧ୍ୟ ଜବତ କରିଛି । ଜଗଦୀଶ ନାୟକ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିଥିବା ବେଳେ ଚନ୍ଦ୍ରଶେଖର ପଣ୍ଡା କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ତେବେ ଜବତ ହୋଇଥିବା ଟଙ୍କା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ନେଇ ଖୋଳତାଡ଼ କରିଛି ଆୟକର ବିଭାଗ। କେଉଁଠୁ ଆସିଲା କୋଟି କୋଟି ଟଙ୍କା, କେତେ ଟଙ୍କାର ଟିକସ ଫାଙ୍କିଛନ୍ତି ସେ ନେଇ ସବୁ ତଦନ୍ତ କରିଛି ଆୟକର ବିଭାଗ। ଚଢାଉ ଶେଷ ହୋଇଥିବା ବେଳେ ଆୟକର ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି