Masthead

ନଳକୂଅରୁ ବାହାରୁଛି ନାଲି ଜହର, ଚୁଆପାଣି ଭରସା

ହରଭଙ୍ଗା, (ବଡ଼ ଖବର ବ୍ୟୁରୋ଼): ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାକୁ ପ୍ରଣୟନ ହୋଇଛି ଅନେକ ସରକାରୀ ଯୋଜନା । ମାତ୍ର ଆଜି ବି ଏମିତି ବହୁ ଗାଁ ରହିଛି ଯେଉଁଠି ବିଶୁଦ୍ଧ ପାନୀୟ ଜଳ ଅପହଞ୍ଚ । ଏମିତି ଏକ ଗାଁ ହେଉଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମାଓଅଧ୍ୟୁଷିତ ମହାଲ୍ଲିକପଡ଼ା ପଞ୍ଚାୟତ ପଇଦାଭୂଇଁ । ଗାଁରେ ପ୍ରାୟ ୩ଶହ ଲୋକ ବସବାସ କରନ୍ତି । ପିଇବା ପାଣି ପାଇଁ ଗାଁରେ ନଳକୂଅ ସାଙ୍ଗକୁ ପାଇପ ପାଣି ଯୋଗାଣ ସୁବିଧା ସତ୍ତ୍ୱେ ଗ୍ରାମବାସୀ ବର୍ଷତମାମ ନାଳରେ ଚୁଆ ଖୋଳି ପାଣି ସଂଗ୍ରହ କରିଥାନ୍ତି । ଗ୍ରାମବାସୀଙ୍କ କହିବା ଅନୁଯାୟୀ କନ୍ଧସାହି, ସ୍କୁଲସାହି ଏବଂ ପଇଦାଭୁଇଁରେ ଥିବା ନଳକୂଅରୁ ନାଲି ରଙ୍ଗର ପାଣି ବାହାରୁଥିବାରୁ ତାହା ପିଇବା ଓ ଗାଧୋଇବା ଅନୁପଯୋଗୀ ।

କୁଶଙ୍ଗ ବଜାରରୁ ଗାଁକୁ ପାଇପ ପାଣି ସୁବିଧା ସତ୍ତ୍ୱେ ପାଇପ ପାଣିରେ ଏକ ତେଲିଆ ସ୍ତର ପଡୁଥିବା ସହ ତାହା ପିଇବା ଏବଂ ରୋଷେଇ ଉପଯୋଗୀ ହୋଇପାରୁନାହିଁ । ଏହି ପାଇପ ପାଣି ବ୍ୟବହାର ହେଉ ନ ଥିବାରୁ ଗାଁରେ ବିଛା ହୋଇଥିବା ପାଇପ ସବୁ ଫାଟିଯିବା ସହ ଷ୍ଟାଣ୍ଡ ପୋଷ୍ଟଗୁଡ଼ିକ ଭାଙ୍ଗିରୁଜି ଗଲାଣି । ଏହାସହ ନଳକୂଅ ପାଣି ପିଇ ଗାଁର ବହୁ ଲୋକ କିଡନୀ ରୋଗରେ ମୃତ୍ୟୁବରଣ କରୁଥିବା ଅଭିଯୋଗ ହେଉଛି । ଏହି କିଡନୀ ମୃତ୍ୟୁକୁ ଭୟ କରି ଗ୍ରାମବାସୀ ଗାଁଠାରୁ ପ୍ରାୟ ୨ କିଲୋମିଟର ଦୂରରେ ଥିବା ଏକ ନାଳରେ ଚୁଆ ଖୋଳି ଦୂଷିତ ପାଣି ସଂଗ୍ରହ କରୁଛନ୍ତି । ଏହାକୁ ପିଇବା ଓ ରାନ୍ଧିବା ପାଇଁ ବର୍ଷତମାମ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ଏଥିପ୍ରତି ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ! 🔴 ରଜିତ ଗୁପ୍ତା ହେଲେ JEE ଆଡଭାନ୍ସ ଟପ୍ପର 🔴 ରାଜୀବ ଶୁକ୍ଳା ହୋଇପାରନ୍ତି ବିସିସିଆଇର ସଭାପତି 🔴 ଫାଇନାଲରେ ପଞ୍ଜାବ କିଙ୍ଗସ୍‌ 🔴 ଅତିରିକ୍ତ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ 🔴 ଉତ୍ତର-ପୂର୍ବ ରାଜ୍ୟରେ ବର୍ଷା ବିତ୍ପାତ, ୩୦ ମୃତ 🔴 ‘ଖୁବ୍‌ଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିରରେ ଆଣ୍ଟିଡ୍ରୋନ୍‌ ଟେକ୍ନୋଲୋଜି’ 🔴 ଦେଶରେ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା 🔴 ୮ ରାଜ୍ୟର ୧୫ ସ୍ଥାନରେ ଏନଆଇଏ ରେଡ୍ 🔴 ବଦଳିବ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନାଁ 🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ! 🔴 ରଜିତ ଗୁପ୍ତା ହେଲେ JEE ଆଡଭାନ୍ସ ଟପ୍ପର 🔴 ରାଜୀବ ଶୁକ୍ଳା ହୋଇପାରନ୍ତି ବିସିସିଆଇର ସଭାପତି 🔴 ଫାଇନାଲରେ ପଞ୍ଜାବ କିଙ୍ଗସ୍‌ 🔴 ଅତିରିକ୍ତ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ 🔴 ଉତ୍ତର-ପୂର୍ବ ରାଜ୍ୟରେ ବର୍ଷା ବିତ୍ପାତ, ୩୦ ମୃତ 🔴 ‘ଖୁବ୍‌ଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିରରେ ଆଣ୍ଟିଡ୍ରୋନ୍‌ ଟେକ୍ନୋଲୋଜି’ 🔴 ଦେଶରେ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା 🔴 ୮ ରାଜ୍ୟର ୧୫ ସ୍ଥାନରେ ଏନଆଇଏ ରେଡ୍ 🔴 ବଦଳିବ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନାଁ