Masthead

କଲିକତାରୁ ଆସୁଛି ସିନ୍ଥେଟିକ ପନିର

ବଡ଼ ଖବର ବ୍ୟୁରୋ : କରୋନା କାଳ ସମସ୍ତଙ୍କ ଉପରେ ମହାଙ୍ଗା ପଡିଛି । ରୋଜଗାର ପାଇଁ ସମସ୍ତେ ଅସ୍ତବ୍ୟସ୍ତ । ନିଜର ଆର୍ଥିକ ସମସ୍ୟାକୁ ଦୂର କରିବା ପାଇଁ ବଭିନ୍ନ ପନ୍ଥା ଅବଲମ୍ବନ କରୁଛନ୍ତି । ପନ୍ଥା ଠିକ ହେଉ କି ଭୁଲ, ଏହାର ପ୍ରଭାବ ସିଧାସଳଖ ସାଧାରଣ ଜନତାଙ୍କ ଉପରେ ପଡେ । କରୋନା ସମୟରେ ପ୍ରାୟ ଲୋକେ ବ୍ୟବସାୟ ଆପଣାଇଛନ୍ତି । ମାତ୍ର ଏଥିପାଇଁ ଯେଉଁ ପନ୍ଥା ଅବଲମ୍ବନ କରୁଛନ୍ତି, ତାହା କେତେଦୂର ଠିକ ଓ ଭୁଲ ତାହା ଥରେ ମଧ୍ୟ ଚିନ୍ତା କରୁନାହାନ୍ତି । ଆମେ କହୁଛୁ ନକଲି ଖାଦ୍ୟ ବ୍ୟାପାର କଥା । ଗତ କିଛି ମାସ ମଧ୍ୟରେ ଯାହାର ନମୁନା ଆମ ସାମ୍ନାକୁ ଆସିଛି । କଟକର ବିଭିନ୍ନ ଅଞ୍ଚଳରେ ଏହିଭଳିି ଘଟଣା ଆମେ ଦେଖିବାକୁ ପାଇଛୁ । ନକଲି ଘିଅ-ତେଲ-ପାନମସଲା-ସୋୟାବିନ ଶେଷରେ ନକଲି ପନିର ମଧ୍ୟ ସମ୍ନାକୁ ଆସିଲାଣି । ସିନ୍ଥେଟିକ ପନିର ଖାଇବା ଦ୍ୱାରା ସ୍ୱାସ୍ଥପ୍ରତି କିପ୍ରକାରର ପ୍ରଭାବ ପକାଇବ ଏହା କେହି ମଧ୍ୟ ଜାଣିନାହାନ୍ତି ।

ସାଧାରଣତଃ ଭେଜିଟେରିଆନ ପନିର ଖାଇବାକୁ ପସନ୍ଦ କରିଥାନ୍ତି । ମାତ୍ର ଏହି ଖବର ସାମ୍ନାକୁ ଆସିବାପରେ ବଜାର ଉପରେ ଲୋକମାନଙ୍କର ଭରସା କଣ ରହିବ,ସେ ନେଇ ପ୍ରଶ୍ନ ଉଠୁଛି । ସତେ ଯେମିତି ଲାଗୁଛି କଟକରେ ଖାଇବାରେ ବିଷ ମିଶିବାର ଟ୍ରେଣ୍ଡ ଚାଲିଛି । ଲୋକମାନଙ୍କ ସ୍ୱାସ୍ୟ୍ଥକୁ ନେଇ ଏ କି ପ୍ରକାରର ଅବହେଳା । ମଣିଷ ଖାଇବ ତ କଣ’ ଖାଇବ । ଖାଦ୍ୟକୁ ଆଶା ରଖିଥୁବା ମଣିଷ ଜାଣି ନାହିଁ ସେ ବିଷକୁ ଆଶା ରଖିଛି । କେବଳ ତେଲ, ମସଲା ନୁହେଁ ଏଥର ଦୁଗ୍ଧଜାତ ଖାଦ୍ୟରେ ବିଷ ମିଶିବା ଘଟଣା ଲୋକମାନଙ୍କ ମନରେ ଭୟ ଆଣିଦେଇଛି । ବୁଧବାର କଟକରେ ଜବତ ହୋଇଛି ୧ କ୍ୱିଣ୍ଟାଲରୁ ଅଧିକ ସିନ୍ଥେଟିକ ପନିର ।ଏହି ଅପମିଶ୍ରିତ ପନିର ଜବତ କରିଛି କଟକ ଚାଉଳିଆଗଞ୍ଚ ପୋଲିସ । କଲିକତାରୁ ଆସୁଥିବା ଏହି ନକଲି ପନିର ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତକୁ ରଖି ପଚରାଉଚରା କରାଯାଇଛି ।

ତେବେ ଯେଉଁ ପନିରକୁ ଖାଦ୍ୟ ଭାବି ଲୋକମାନେ କିଣୁଛନ୍ତି, ତାହା କିଭଳି ଭାବେ ତିଆରି ହେଉଛି, ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଧଳା ପନିର ପଛରେ ରହିଛି କଳା କାହାଣୀ, ଯାହାକୁ ଜାଣିଲେ ଆପଣମାନେ ବଜାରରୁ ପନିର କିଣିବା ବନ୍ଦ କରିଦେବେ ।

କଲିକତାରୁ ଆସୁଥିବା ଏହି ନକଲି ପନିରକୁ କମ ଦରରେ ବିକ୍ରି କରାଯାଏ । ଏହି ନକଲି ପନିର ସଲଫ୍ୟୁରିକ ଏସିଡ, ଡିଟରଜେଣ୍ଟ, ମଇଦା,ପାମୋଲିନ୍ ତେଲ, ୟୁରିଆ,ଗ୍ଳିସେରିନ, ଖରାପ ହୋଇଯାଇଥିବା ଦୁଗ୍ଧରୁ ତିଆରି କରାଯାଇଥାଏ । ଯାହା ମନୁଷ୍ୟ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ । ଏହାର ସାମ୍ପୁଲ ଏଫଏସଏସଏଆଇ ନୋଡାଲ ଭ୍ୟାନ ଲାବ୍ରୋଟୋରୀରେ ପରୀକ୍ଷା କରାଯାଇଥିଲା । କେବଳ ଏତିକି ନୁହେଁ, ପ୍ରତିଦିନ ୧୦ଟନ ସିନ୍ଥେଟିକ ପନିର କଟକକୁ ଚାଲାଣ ହୋଇଥାଏ ବୋଲି ଅଭିଯୋଗ କରିଛନ୍ତି ଦୁଗ୍ଧ ଜାତୀୟ ବ୍ୟବସାୟୀ ସଂଘ । ଏହା ଦ୍ୱାରା ସେମାନଙ୍କ ବ୍ୟବସାୟ ମଧ୍ୟ ଅନେକ ପ୍ରଭାବିତ ହେଉଛି । ସାରା ଓଡ଼ିଶାରେ ଏହି କଳାବଜାରୀ ଚାଲୁଛି ବୋଲି ଅଭିଯୋଗ ଆସିଛି । ଗଣମାଧ୍ୟମ ଜରିଆରେ ସେମାନଙ୍କ ବିରୁଦ୍ଧରେ କଡ଼ା ପଦକ୍ଷେପ ନେବା ପାଇଁ ଚିଫ ସେକ୍ରେଟେରୀ, ଡିଜିପି ଓ ସରକାରଙ୍କୁ ନିବେଦନ କରାଯାଇଛି । ପ୍ରତ୍ୟେକ ଜିଲ୍ଲା କଲେକ୍ଟର ଏବଂ ଏସପିଙ୍କ ଦ୍ୱାରା ଏଥିପାଇଁ ସମଧାନର ବାଟ ବାହାର କରିବାକୁ କୁହାଯାଇଛି । ତେଣୁ ଆପଣମାନଙ୍କୁ ପୁଣି ଥରେ ସଚେତନ କରିବା ସହ ଫ୍ରେଶ ମାଲ କହି ବିକ୍ରିହେଉଥିବା ଏହି ମାଲ ପ୍ରତି ସାବଧାନ ରୁହନ୍ତୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ABDOଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ବିଏସ୍‌ଏଫ୍‌ ଯବାନ୍‌ଙ୍କୁ ଛାଡ଼ିଲା ପାକିସ୍ତାନ 🔴 ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଆଜି କେନ୍ଦ୍ର କ୍ୟାବିନେଟ ବୈଠକ 🔴 ପାରାଦୀପ ଜାହାଜରେ ପାକିସ୍ତାନୀ କ୍ରିଉ ମେମ୍ବର! 🔴 ଅପରେସନ ସିନ୍ଦୂରରେ ପାକିସ୍ତାନର କେତେ କ୍ଷତି… 🔴 ଦାଉଦ, ହାଫିଜ, ମସୁଦ…କାମ୍ ତମାମ କେବେ? 🔴 ଯବାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ 🔴 ଶ୍ରୀନଗରରେ ଏନକାଉଣ୍ଟର, ଜଣେ ଆତଙ୍କୀ ନିପାତ 🔴 ଆଜିଠୁ ବିଜେପିର ‘ତ୍ରିରଙ୍ଗା ଯାତ୍ରା’ 🔴 ABDOଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ବିଏସ୍‌ଏଫ୍‌ ଯବାନ୍‌ଙ୍କୁ ଛାଡ଼ିଲା ପାକିସ୍ତାନ 🔴 ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଆଜି କେନ୍ଦ୍ର କ୍ୟାବିନେଟ ବୈଠକ 🔴 ପାରାଦୀପ ଜାହାଜରେ ପାକିସ୍ତାନୀ କ୍ରିଉ ମେମ୍ବର! 🔴 ଅପରେସନ ସିନ୍ଦୂରରେ ପାକିସ୍ତାନର କେତେ କ୍ଷତି… 🔴 ଦାଉଦ, ହାଫିଜ, ମସୁଦ…କାମ୍ ତମାମ କେବେ? 🔴 ଯବାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ 🔴 ଶ୍ରୀନଗରରେ ଏନକାଉଣ୍ଟର, ଜଣେ ଆତଙ୍କୀ ନିପାତ 🔴 ଆଜିଠୁ ବିଜେପିର ‘ତ୍ରିରଙ୍ଗା ଯାତ୍ରା’