Masthead

ଦୁଷ୍ମନ୍ତ ମୃତ୍ୟୁ ମାମଲ: ପ୍ରତିକ୍ରିୟା ରଖିଲେ ନରସିଂହ ମିଶ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଧାନସଭା ସମ୍ମୁଖରେ ଦୁଷ୍ମନ୍ତ ଦାସ ଆତ୍ମହତ୍ୟା ଘଟଣା ଅତ୍ୟନ୍ତ ଦୁଃଖଦ। ଏଥିପାଇଁ ନବୀନ ସରକାର ଦାୟୀ। ବିଜୁ ସ୍ୱାସ୍ଥ୍ୟ ସେବା ଯୋଜନାରେ ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ବାରମ୍ବାର ନିବେଦନ କରୁଥଲେ। କିନ୍ତୁ ପାଇଲେ ନାହିଁ। ବାରମ୍ବାର ପ୍ରଶାସନ ପାଖକୁ ଧାଇଁ ଧାଇଁ ବିଫଳ ହେବା ପରେ ଆତ୍ମହତ୍ୟାର ବାଟ ବାଛିନେଲେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏକ ପ୍ରହସନ। ନବୀନ ବାବୁଙ୍କର ଏହା କେଵଳ ପ୍ରଚାର ସର୍ବସ୍ବ ରାଜନୀତି।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସୁଵିଧା ସୁଯୋଗ ଲୋକେ ପାଉ ନାହାଁନ୍ତି। ବାଧ୍ୟ ହୋଇ ଆତ୍ମହତ୍ୟାର ବାଟ ବାଛୁଛନ୍ତି। ବିଧାନସଭା ସମ୍ମୁଖରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗରେ ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା ରଖିଛନ୍ତି। ପୂର୍ବ ଅଧିବେଶନରେ ବାରମ୍ବାର ଏଭଳି ଆତ୍ମହତ୍ୟା ଉଦ୍ୟମ କରିଥିବା କଥା ଉଠାଇଥିଲୁ। ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ। କାଲି ଯୁବକ ଆତ୍ମହତ୍ୟା ଉଦ୍ୟମ କଲେ ପୋଲିସ ବଞ୍ଚାଇ ପାରିଲାନି। ଏଥିପାଇଁ ବିଭାଗୀୟ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଉତ୍ତରଦାୟୀ।

ଦୁଷ୍ମନ୍ତ ଦାସ ଆତ୍ମହତ୍ୟା ଘଟଣା ଅତ୍ୟନ୍ତ ଦୁଃଖଦ ବୋଲି ବିଜେଡି କହିଛି। କେଉଁ ପରିସ୍ଥିତିରେ କାହା ଚାପରେ ସେ ଆତ୍ମହତ୍ୟା କଲେ ତାହା ତଦନ୍ତ ସାପେକ୍ଷ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଦୁଷ୍ମନ୍ତ ହିତାଧିକାରୀ ହୋଇ ମଧ୍ୟ ସେ ସୁଫଳ ପାଇଲେ ନାହିଁ ବୋଲି ବିରୋଧିଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେଡି ବିଧାୟକ ଧ୍ରୁବ ସାହୁ ଏବଂ ରାଜ କିଶୋର ଦାଶ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ