Masthead

ଡିସେମ୍ବର ୩୧ ଯାଏଁ E-KYC

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଇ-କେଓ୍ବାଇସି ପ୍ରକ୍ରିୟା ଜାରି ରହିବ।  ଏ ନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର। ଇ-କେଓ୍ବାଇସି ତର୍ଜମା ସମୟରେ ୬ ଲକ୍ଷ ୮୩ ହଜାର ୯୯୫ ମୃତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ସେହିପରି ୩୩ ହଜାର ୧୨୮ ଅଯୋଗ୍ୟ ରାସନ କାର୍ଡ ବାତିଲ କରାଯାଇଛି। ଯାହାର ପରିବାର ସଦସ୍ୟଙ୍କ ସଂଖ୍ୟା ୧ ଲକ୍ଷ ୨୦ ହଜାର ୧୯୯।

ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରେ ୪ ହଜାର ୭୪୭ ଜାଲ୍ ରାସନ କାର୍ଡ ଧରାପଡିଛି। ଗତବର୍ଷ ଜୁନ୍ ମାସରୁ ୧୫ ଲକ୍ଷ ୩୩ ହଜାର ୧୫୩ ଜଣ ଆବେଦନ କରିଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରେ ୪ ହଜାର ୭୪୭ ଗୋଟି ଜାଲି ରାସନ କାର୍ଡ ଧରା ପଡ଼ିଛି । ସେହିପରି ଦ୍ୱିତୀୟରେ କଟକ ରୁ ୨୯୦୫ ଗୋଟି ଜାଲି କାର୍ଡ ଧରା ପଡିଛି । ତୃତୀୟ ରେ ରହିଛି ସୁନ୍ଦର ଗଡ଼ ଜିଲ୍ଲା ଯେଉଁଠି ୨୩୫୭ ଗୋଟି ଜାଲି ରାସନ କାର୍ଡ ଧରା ପଡ଼ିଛି ।ଅନ୍ୟ ଏକ ଲିଖିତ ଉତ୍ତରରେ ଯୋଗାଣ ମନ୍ତ୍ରୀ କହିଛନ୍ତି ଜୁନ୍ ୨୦୨୪ ଠାରୁ ରାସନ କାର୍ଡ଼ ପାଇଁ ମୋଟ ୧୫ ଲକ୍ଷ ୩୩ ହଜାର ୧୫୩ ଗୋଟି ଆବେଦନ ହସ୍ତଗତ ହୋଇଛି ।

ତନ୍ମଧ୍ୟରୁ, ୩ ଲକ୍ଷ ୨୩ ହଜାର ୧୪୫ ଗୋଟି ଆବେଦନ ଯାହାର ପରିବାର ସଦସ୍ୟ ସଂଖ୍ୟା ୬ ଲକ୍ଷ ୩୯ ହଜାର ୮୨୭ ଗୁଡିକ କ୍ଷେତ୍ର ତର୍ଜମା ପରେ ଯୋଗ୍ୟ ବିବେଚିତ ହୋଇ ଖାଦ୍ୟ ସୁରକ୍ଷା ଯୋଜନାରେ ନୂତନ ଭାବରେ ଅନ୍ତର୍ଭୁକ୍ତ ହୋଇଛି । ସେଭଳି, ୭ ଲକ୍ଷ ୩୭ ହଜାର ୫୩୦ ଗୋଟି ଆବେଦନ ଗୁଡ଼ିକୁ, ‘ଓଡ଼ିଶା ରାଜ୍ୟ ଖାଦ୍ୟ ସୁରକ୍ଷା ଲକ୍ଷ୍ୟଭିଭିକ ସାଧାରଣ ବଣ୍ଟନ ବ୍ୟବସ୍ଥା ନିୟମ ୨୦୨୦′ ର ବାଦଦେବା ମାନଦଣ୍ଡ ଭିଭିରେ, ଅଗ୍ରାହ୍ୟ କରାଯାଇଛି , ବଳକା ଥିବା ଏବଂ ସଦ୍ୟ ହସ୍ତଗତ ହେଉଥିବା ୪ ଲକ୍ଷ ୭୨ ହଜାର ୪୭୮ ଗୋଟି ଆବେଦନ ଗୁଡ଼ିକର, ବ୍ଲକ ଏବଂ ପୌରାଞ୍ଚଳ ସ୍ତରରେ କ୍ଷେତ୍ର ତର୍ଜମା ଚାଲିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା