Masthead

କୋଇଲା ଅଭାବ ହେତୁ ୧୧ଟି ରାଜ୍ୟରେ ବିଦ୍ୟୁତ ସଙ୍କଟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶରେ କୋଇଲା ଅଭାବ ହେତୁ ଅନେକ ରାଜ୍ୟରେ ବିଦ୍ୟୁତ ସଙ୍କଟ ଦେଖାଦେଇଛି । ଏହା ସହ ଏପରି ଅନେକ ରାଜ୍ୟ ଅଛନ୍ତି ଯେଉଁଠାରେ କୋଇଲା ଭଣ୍ଡାରରେ ଥିବା କୋଇଲା ସରିବା ଉପରେ ରହିଛି । ଏନେଇ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏହି ପ୍ରସଙ୍ଗ ଉପରେ ହସ୍ତକ୍ଷେପ କରିବାକୁ ଏବଂ ତୁରନ୍ତ କୋଇଲା ଯୋଗାଣ ସୁନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ହେଲେ ଦେଶରେ କୋଇଲାର ଅଭାବ ନାହିଁ ବୋଲି କେନ୍ଦ୍ର ସରକାର ଓ ଶକ୍ତି ମନ୍ତ୍ରୀ ଦାବି କରିଛନ୍ତି । ସେପଟେ କେନ୍ଦ୍ର ସରକାରଙ୍କ ଏହି ଦାବି ଉପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ପ୍ରତିକ୍ରିୟା ଦେଇଛନ୍ତି ।

ଦେଶରେ ପର୍ଯ୍ୟାପ୍ତ କୋଇଲା ଥିଲେ ସାରା ଦେଶରେ ପାୱାର ପ୍ଲାଣ୍ଟ କାହିିଁକି ବନ୍ଦ ହେଉଛି ବୋଲି ଭୂପେଶ ବାଘେଲ ପ୍ରଶ୍ନ କରିଛନ୍ତି । ଏହା ସହ କୋଇଲାର ଅଭାବ ନାହିଁ ବୋଲି କେନ୍ଦ୍ର ଦାବି କରିଛି, କିନ୍ତୁ ବିଦ୍ୟୁତ ଉତ୍ପାଦନ ବନ୍ଦ ରହିଛି । ଏହି ମିଥ୍ୟା ଦାବି କାହିଁକି କରାଯାଉଛି । ଏପରିକି କୋଇଲା ଆମଦାନୀ ବନ୍ଦ ହେତୁ ବିଦ୍ୟୁତ ଯୋଗାଣ ପ୍ରଭାବିତ ହେଉଛି ବୋଲି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ