Masthead

ସରକାରୀ ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ

ଉଦଳା (ବଡ଼ ଖବର ବ୍ୟୁରୋ): ଦିବ୍ୟାଙ୍ଗଙ୍କ ନିମନ୍ତେ ସରକାରଙ୍କ ଯୋଜନା କିଛି କମ୍ ନୁହେଁ । ହେଲେ ଯୋଜନା ତା ବାଟରେ ଚାଲିଥିବା ବେଳେ ପ୍ରକୃତ ହିତାଧିକାରୀ ଆଜି ବି ଯୋଜନା ଠାରୁ ମାଇଲ ମାଇଲ ଦୂରରେ । ଜଣେ ଦିବ୍ୟାଙ୍ଗ ଦମ୍ପତିଙ୍କ ଅବସ୍ଥାକୁ ଦେଖିଲେ ଯୋଜନାର ସଫଳ ରୂପାୟନକୁ ଆପଣ ସ୍ପଷ୍ଟ ଅନୁମାନ କରିପାରିବେ । ସ୍ୱାମୀ ଏବଂ ସ୍ତ୍ରୀ ଉଭୟ ଦିବ୍ୟାଙ୍ଗ । ଏହା ହେଉଛି କପ୍ତିପଦା ବ୍ଲକ ଜାମବଣୀ ପଂଚାୟତ ଧୁମକେତ ଗ୍ରାମର ନବୀନା ପଲେଇ ଏବଂ ତାଙ୍କ ସ୍ତ୍ରୀ ହସି ପଲେଇଙ୍କ କଥା । ଭଙ୍ଗା କାନ୍ଥ ଘରେ ରୁହନ୍ତି ଏହି ଦମ୍ପତି । ନବୀନା ପଲେଇ ଶତ ପ୍ରତିଶତ ଦିବ୍ୟାଙ୍ଗ । କଥା ସ୍ପଷ୍ଟ କହିପାରନ୍ତି ନାହିଁ, ହାତ ଏବଂ ପାଦର ଆଙ୍ଗୁଳି ବି ନଷ୍ଟ ହୋଇଯାଇଛି । ସେ ଘରେ ରହି ନିଜ ସକ୍ଷମ ମୁତାବକ ଘରର କାମ କରନ୍ତି ।

ସ୍ତ୍ରୀ ହସି ପଲେଇ ନିକଟସ୍ଥ ଜଙ୍ଗଲକୁ ଯାଇ ଦାନ୍ତକାଠି କିମ୍ବା ଶାଳପତ୍ର ତୋଳି ଆଣି ତାହାକୁ ବଜାରରେ ବିକ୍ରି କରିଥାନ୍ତି । ହସି ପଲେଇ ମଧ୍ୟ ଜଣେ ଦିବ୍ୟାଙ୍ଗ । ପାଖରେ ସାହା ବୋଲି ଆଉ କେହି ନାହାନ୍ତି । ଅତି ଦୁଃଖକଷ୍ଟରେ ଜୀବନ ବିତାଉଛନ୍ତି ଏହି ଦମ୍ପତି । ଭଙ୍ଗା ଦଦରା ଟାଇଲ ଘରେ ଅତି ଦୁର୍ବିଶ ଭାବେ ଏହି ଦମ୍ପତି ଦୀର୍ଘ ୧୫ ବର୍ଷରୁ ଅଧିକ ହେବ ଜୀବନ ବିତାଉଛନ୍ତି । ସରକାରଙ୍କ ତରଫରୁ କେବଳ ଭିନ୍ନକ୍ଷମ ଭତ୍ତା ଗଣ୍ଡିଏ ଏବଂ ରାସନ ଚାଉଳ ମିଳୁଥିବା ବେଳେ ସେହିଥିରେ ହିଁ ପରିବାର ଚଳେ । ବାରମ୍ବାର ପଂଚାୟତ ଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ଦୌଡିଥିଲେ ସୁଦ୍ଧା କେହି ସେମାନଙ୍କ ଦୁଃଖ ଶୁଣୁ ନ ଥିବା କହିଛନ୍ତି ନବୀନା । 

ତେବେ ଏହି ବୃଦ୍ଧ ଦିବ୍ୟାଙ୍ଗ ଦମ୍ପତିଙ୍କ ଦୁର୍ଦ୍ଦଶାକୁ ଦେଖିଲେ ସରକାରଙ୍କ ଯୋଜନା କାହା ପାଇଁ ଏବଂ ତାହାର ଲାଭ ଉଠାଉଛି କିଏ ତାହାକୁ ନେଇ ଉଠିଛି ବଡ ପ୍ରଶ୍ନ । ବାରମ୍ବାର ଆବେଦନ ଏବଂ ଗୁହାରି ପରେ ଯଦି ପ୍ରକୃତ ହିତାଧିକାରୀ ବାଦ ପଡିବେ ତେବେ ସରକାରୀ ଯୋଜନା କାହା ପାଇଁ ହୋଇଛି । ସରକାରୀ ଯୋଜନାରେ ଏହି ଦିବ୍ୟାଙ୍ଗ ଦମ୍ପତିଙ୍କୁ ଘର ଯୋଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି