uy6tu

ଭୁବନେଶ୍ୱର (ବଡ ଖବର ବ୍ୟୁରୋ): ଶୂନ୍ୟ, ମହାଶୂନ୍ୟ, ତାକୁ ଭାଗ କରିହେବନି । ମହାନିଦ୍ରାରେ ମନୋଜ ଦାସ । ବାହୁଡ଼ି ଗଲେ ଆଧୁନିକ ଓଡ଼ିଆ ସାହିତ୍ୟର ବିଷ୍ଣୁ ଶର୍ମା । ଓଡିଶାବାଣୀ ଭଣ୍ଡାରକୁ ସମୃଦ୍ଧ କରି ଆସୁଥିବା ଏକ ଜ୍ୱଳନ୍ତ ଦୀପଶିଖା ଲିଭିଗଲା । ବାଲେଶ୍ୱର ଜିଲ୍ଲା ସଂଖାରୀ ଗାଁରେ ୧୯୩୪ ଫେବୃୟାରୀ ୨୭ରେ ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ ମନୋଜ ଦାସ । ପରିବାରରେ ପ୍ରଥମ ଦୁଇ ସନ୍ତାନ ପୁଅ । ପରେ ଦୁଇ ସନ୍ତାନ ଝିଅ । ମନୋଜ ହେଉଛନ୍ତି ପଞ୍ଚମ ତଥା କନିଷ୍ଠ ସନ୍ତାନ । ମାତା କାଦମ୍ବିନୀ ଦେବୀଙ୍କ ପ୍ରଭାବରେ ମନୋଜ ଦାସଙ୍କ ମନରେ ରାମାୟଣ, ମହାଭାରତ ପ୍ରତି ଅଗ୍ରହ ବଢିଥିଲା । ପରବର୍ତ୍ତୀ କାଳରେ ଏହି ଦୁଇ ଗ୍ରନ୍ଥକୁ ଅଲୌକିକ ଶକ୍ତିର ଉତ୍ସ ଭାବେ ମନୋଜ ଦାସ ଅଭିହିତ କରିଛନ୍ତି । ବଲେଶ୍ୱର ଜିଲା ସ୍କୁଲରେ ପଢିବା ସମୟରେ ତାଙ୍କ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ବିକଶିତ ହୋଇଥିଲା । ସେତେବେଳେ ବଡ ଭାଇ ମନ୍ମଥ ନାଥ ଦାସ ଫକୀରମୋହାନ ମହାବିଦ୍ୟାଳର ଇତିହାସ ଅଧ୍ୟାପକ । ସେମାନେ ଯେଉଁ ଘରେ ରହୁଥିଲେ । ତାହା ଥିଲା ବ୍ୟାସକବି ଫକୀରମୋହାନ ସେନାପତିଙ୍କ ବାସଗୃହ । ଏହା ଜାଣିବା ପରେ ମନୋଜ ଦାସଙ୍କ ହୃଦୟ ସୃଜନ ସଂଭାରରେ ଭରି ଯାଇଥିଲା । ବାଲେଶ୍ୱରରେ ଅଧ୍ୟୟନ ବେଳେ ତାଙ୍କ ପ୍ରଥମ ଗ୍ରନ୍ଥ ସଙ୍କଳନ ସମୁଦ୍ରର କ୍ଷୁଧା ଅତ୍ମପ୍ରକାଶ କଲା । ସେହି ସମୟରେ ମନୋଜ ଦାସ ଦିଗନ୍ତ ପ୍ରତିକା ସମ୍ପାଦନା ଆରମ୍ଭ କଲେ । ପରେ ସେ ବାମପନ୍ଥୀ ଆନ୍ଦୋଳନରେ ଯୋଗ ଦେଇଥିଲେ । ୧୯୫୨ ରେ ଫକୀମୋହନ ବିଦ୍ୟାଳୟର ସେ ପ୍ରଥମ ବର୍ଷର ଛାତ୍ର । ଛାତ୍ର ୟୁନିୟନର ସଭାପତି ମଧ୍ୟ । ରାଜ୍ୟ ଛାତ୍ର ଫେଡେରେସନର ଉପସଭାପତି ମଧ୍ୟ । ୧୯୫୫ ରେ ପୁରୀ ଏସସିଏସରୁ ବିଏ ପାସ କରି କଟକରେ ଆଇନ ଅଧ୍ୟୟନ କଲେ । ସେତେବେଳେକୁ “ ଜୀବନର ସ୍ୱାଦ’’ ଗଳ୍ପ ସଙ୍କଳନ ପ୍ରକାଶ ପାଇଲା । ସେହି ସମୟରେ ନିରବଚ୍ଛିନ୍ନ ଭାବେ ବିଭିନ୍ନ ଇଂରାଜୀ ପତ୍ରପ୍ରତ୍ରିକାରେ ତାଙ୍କ ଲେଖା ପ୍ରକାଶ ପାଉଥାଏ । ୧୯୫୬ରେ ବାଣୀବିହାର ଆଇନ କଲେଜର ଛାତ୍ର ସଂସଦର ସଭାପତି ଭାବେ ନିର୍ବାଚିତ ହୋଇ ଇଣ୍ଡୋନେସିଆରେ ଆୟୋଜିତ ଛାତ୍ର ସମ୍ମିଳନୀରେ ଯୋଗ ଦେଇଥିଲେ । ରେଭେନ୍ସାରୁ ଇଂରାଜୀରେ ସ୍ନାତ୍ତକୋତ୍ତର ପରେ ୧୯୫୯ ରେ ଖ୍ରୀଷ୍ଟ ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ କର୍ମମୟ ଜୀବନ ଆରମ୍ଭ କଲେ । ସେହି ବର୍ଷ ମନୋଜ ଦାସ କୁଜଙ୍ଗ ରାଜପରିବାରର କନ୍ୟା ପ୍ରତିଜ୍ଞା ଦେବୀଙ୍କ ପାଣିଗ୍ରହଣ କଲେ । ୧୯୬୧ ରେ ପ୍ରକାଶ ପାଇଲା ଆରାଣ୍ୟକ । ଓଡିଆ ଗଳ୍ପ ସାହତ୍ୟର ମାନଦଣ୍ଡ ନରୂପଣ କଲା ଆରଣ୍ୟକ । ୧୯୬୩ ରେ ସେ ପଣ୍ଡିଚେରୀ ଶ୍ରୀ ଆରବିନ୍ଦ ଆଶ୍ରମରେ ଇଂରାଜୀ ଅଧ୍ୟାପକ ଓ ପ୍ରତିଜ୍ଞା ଦେବୀ ମନସ୍ତତ୍ୱ ବିଭାଗରେ ଅଧ୍ୟାପିକା ଭାବେ ଯୋଗ ଦେଲେ । ୧୯୬୫ ରେ ପ୍ରକାଶ ପାଇଲା ଶେଷ ବସନ୍ତ ଚିଠି ।

ସୃଷ୍ଟି ସମ୍ଭାର (ଗଳ୍ପ ସଙ୍କଳନ)
ମନୋଜ ଦାସଙ୍କ ଗଳ୍ପ(୧୯୯୦), ଅବଲକରା କହାଣୀ(୧୯୯୧), ଭିନ୍ନ ମଣିଷ ଓ ଅନ୍ୟନ୍ୟ କାହାଣୀ(୧୯୮୭), ମନୋଜ ପଞ୍ଚବିଂଶତି(୧୯୮୩), ଧୂମ୍ରାଭ ଦିଗନ୍ତ ଓ ଅନ୍ୟ କାହାଣୀ(୧୯୭୭), ଆବୁପୂରଷ ଓ ଅନ୍ୟାନ୍ୟ କାହାଣୀ(୧୯୭୫), ଲକ୍ଷ୍ମୀର ଅଭିସାର(୧୯୭୪), ମନୋଜ ଦାସଙ୍କ କଥା ଓ କାହାଣୀ(୧୯୭୧), ଶେଷ ବସନ୍ତ ଚିଠି(୧୯୬୫), ଆରଣ୍ୟକ(୧୯୬୧), ବିଶ କନ୍ୟାର କହାଣୀ(୧୯୫୪), ଜୀବନର ସ୍ୱାଦ(୧୯୫୩), ସମୁଦ୍ରର କ୍ଷ୍ଧା(୧୯୫୨)

ସୃଷ୍ଟି ସମ୍ଭାର (କବିତା ସଙ୍କଳନ)
କବିତା ଉକ୍ରଳ(୨୦୦୩), ତୁମ ଗାଁ ଓ ଅନ୍ୟାନ୍ୟ କବିତା(୧୯୯୨), ଉପନିବେଶ(୧୯୬୬), ନନ୍ଦାବତୀର ମାଝୀ(୧୯୫୭), ପଦଧ୍ୱନୀ(୧୯୫୦), ବିପ୍ଳବୀ ଫକୀରମୋହାନ(୧୯୫୦), ଶତାବ୍ଦୀର ଆର୍ତ୍ତନାଦ(୧୯୫୦)

ସୃଷ୍ଟି ସମ୍ଭାର (ଉପନ୍ୟାସ)
ତନ୍ଦ୍ରାଲୋକର ପ୍ରହରୀ(୨୦୦୦), ଆକାଶର ଇସାର(୧୯୯୭), ଅମୃତ ଫଳ(୧୯୯୬) ଗଧୁଳୀର ବାଘ(୧୯୯୫), ପ୍ରଭଞ୍ଜନ(୧୯୯୨), ବୁଲଡୋଜର୍ସ
ସୃଷ୍ଟି ସମ୍ଭାର (ପ୍ରବନ୍ଧ, ରମ୍ୟରଚନା ଓ ଅନ୍ୟାନ୍ୟଥ)
ପ୍ରଜ୍ଞା – ପ୍ରଦୀପିକା (୨୦୧୨), ସତ୍ୟ-ଅସତ୍ୟ ଓ ଅନ୍ୟାନ୍ୟ ପ୍ରସଙ୍ଗ (୨୦୦୨), ସ୍ମୃତି ଓ ବିସ୍ମୃତିର ସାରନାଥ, ଅରଣ୍ୟ ଉଲ୍ଲାସ (୧୯୯୯. ଭାରତର ଐତିହ୍ୟ: ଶତେକ ପ୍ରଶ୍ନର ଉତ୍ତର (୧୯୯୮), ମହାଯୋଗୀ ଶ୍ରୀ ଅରବିନ୍ଦ (୧୯୯୭), ସମୁଦ୍ର କୂଳର ଏକ ଗ୍ରାମ (୧୯୯୬), ସନ୍ଧାନ ଓ ସଙ୍କେତ (୧୯୯୯. ବିପୁଳାଚ ପୃଥ୍ୱୀ(୧୯୯୪), କେତେ ଦିଗନ୍ତ (୧୯୮୬)

ସମ୍ମାନ ଓ ପୁରସ୍କାର
• ପଦ୍ମ ଭୂଷଣ(୨୦୨୦), ପଦ୍ମଶ୍ରୀ(୨୦୦୧) ସରସ୍ୱତୀ ସମ୍ମାନ(ଅମୃତ ଫଳ, ୨୦୦୦), କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (ମନୋଜ ଦାସଙ୍କ କଥା ଓ କାହାଣୀ, ୧୯୭୨) ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଦୁଇ ଥର, ୧୯୬୨ ଓ ୧୯୮୭)ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ(୨୦୦୭), ସାହିତ୍ୟ ଏକାଡେମୀ ଫେଲୋସିପ(୨୦୦୬) ଶାରଳା ପୁରସ୍କାର(୧୯୮୧) ସାରଳା ସମ୍ମାନ, ୨୦୦୬(ସାରଳା ସାହିତ୍ୟ ସଂସଦ, କଟକ), ଉତ୍କଳ ରତ୍ନ ସମ୍ମାନ, ୨୦୦୦୧ ବିଷୁବ ପୁରସ୍କାର – ୧୯୮୭, ସାହିତ୍ୟ ଭାରତୀ ସମ୍ମାନ, ୧୯୯୫ ।

Leave a Reply

Your email address will not be published. Required fields are marked *