Masthead

ବିଦ୍ୟୁତ କାଟକୁ ମାନୁନାହାନ୍ତି ଶକ୍ତିମନ୍ତ୍ରୀ ପ୍ରତାପ ଦେବ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଘନଘନ ବିଦ୍ୟୁତ୍ କାଟ । ଲୋକେ ହେଉଛନ୍ତି ଅନ୍ତସନ୍ତ । ଗରମ, ଗୁଳୁଗୁଳିରେ ଲୋକଙ୍କ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି । ହେଲେ ଘନଘନ ବିଦୁ୍ୟତକାଟକୁ ମାନୁନାହାନ୍ତି ଶକ୍ତିମନ୍ତ୍ରୀ ପ୍ରତାପ ଦେବ । ଏପରିକି ନିଜ ନିର୍ବାଚନ ମଣ୍ଡଳୀ ଜିଲ୍ଲା କେନ୍ଦ୍ରପଡ଼ାରେ ମଧ୍ୟ ଘଂଟା ଘଂଟା ଧରି ଲାଇନ ଆସିପାରିନାହିଁ । ହେଲେ ଏହାକୁ ମାନିବାକୁ ମନ୍ତ୍ରୀ ନାରାଜ । ଭିତିଭୂମି ଅଭାବରୁ ସମସ୍ୟା ଉପୁଜୁଛି । ପାୱାର ସର୍ଟେଜ ନାହିଁ । ଭିତିଭୂମି ଅଭାବରୁ ଉପଭୋକ୍ତାମାନେ ସପ୍ଲାଇରୁ ବଂଚିତ ହେଉଛନ୍ତି । ରାଜ୍ୟରେ ପାୱାର କଟ୍ ହେଉନାହିଁ । ସବୁଥର ଭଳି ଟାଟା କମ୍ପାନୀକୁ ବଂଚାଇ ଆସୁଛନ୍ତି ମନ୍ତ୍ରୀ ପ୍ରତାପ ଦେବ ।

ସେପଟେ ବିଦ୍ୟୁତ୍ କାଟକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ମରାମତି ନାଁରେ ଲାଇନ କାଟିବା ଗ୍ରହଣୀୟ ନୁହେଁ । ଗୁରୁବାର ଭୁବନେଶ୍ୱର କିଛି ଅଂଚଳରେ କାଳବୈଶାଖୀ ପରେ ଲାଇନ କାଟାଯାଇଥିଲା । ଦୀର୍ଘ ସମୟ ପର୍ଯ୍ୟନ୍ତ ଆସିନଥିଳା ବିଦୁ୍ୟତ । ଏହାପରେ ମୁଖ୍ୟ ସଚିବ କହିଥିଲେ ଯେ କାଳବୈଶାଖୀରେ ଏତେ, ତାହେଲେ ବାତ୍ୟା ହେଲେ କେତେ? ମୁଖ୍ୟ ଶାସନ ସଚିବଙ୍କ ଏଭଳି କଥାକୁ ସମର୍ଥନ କରିଛନ୍ତି ସାଂସଦ ଅମର ପଟ୍ଟନାୟକ । ଏହାର ସମାଧାନ ଶୀଘ୍ର ହେବା ଦରକାର କହିଛନ୍ତି ଅମର । ସେପଟେ ଏନେଇ ସୋମବାର ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପାଇଁ ମୁଖ୍ୟ ସଚିବ ଡାକିଛନ୍ତି ବୈଠକ । ସେପଟେ ବିଜୁଳି କାଟ ଯୋଗୁଁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଟାଟା ପାୱାରକୁ କରିଛନ୍ତି ଦାୟୀ ।

ରାଜ୍ୟରେ ଘନଘନ କଟୁଛି ବିଦୁ୍ୟତ । ହେଲେ ମନ୍ତ୍ରୀ କହୁଛନ୍ତି କଟୁନାହିଁ । ବରଂ ଭିତିଭୂମିର ଭିତିଭୂମି ଅଭାବରୁ ଉପଭୋକ୍ତାମାନେ ସପ୍ଲାଇରୁ ବଂଚିତ ହେଉଛନ୍ତି । ରାଜ୍ୟବାସୀ ନିଷ୍ପତି କରିବେ ମନ୍ତ୍ରୀଙ୍କ କଥା ଠିକ୍ ନା ଘନଘନ ବିଦ୍ୟୁତ୍ କାଟ୍ ଠିକ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ