Masthead

୬ଥର ବିଧାୟକ ହୋଇଥିବା କଂଗ୍ରେସ ପ୍ରାର୍ଥୀଙ୍କୁ ହରାଇଲେ ଶ୍ରମିକ ଇଶ୍ୱର ସାହୁ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଗତ ରବିବାର ୩ଟି ଏବଂ ଗତକାଲି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇଯାଇଛି । ବିଜେପି ଜବରଦସ୍ତ ପ୍ରଦର୍ଶନ କରିଛି । ପଦ୍ମର ଜଲୱା ଆଗରେ ହାତ ଧରାଶାୟୀ ହୋଇଛି । ଦେଶର ସବୁଠୁ ପୁରୁଣା ଦଳ କଂଗ୍ରେସକୁ ପୁଣି ନିରାଶ ହେବାକୁ ପଡ଼ିଛି । କେବଳ ତେଲେଙ୍ଗାନାରେ କଂଗ୍ରେସ ଆସିଛଇ । ପୁଣି ଥରେ ପ୍ରମାଣିତ ହୋଇଛି ଯେ ଏବେ ବି ଦେଶରେ ରହିଛି ମୋଦି ଲହର । ତେବେ ନିର୍ବାଚନ ଫଳାଫଳ ଘୋଷଣା ପରେ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ।

ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ଅନେକ ନେତା ଏମିତି ଅଛନ୍ତି ଯେଉଁମାନେ ୫ଥର କିମ୍ବା ୫ରୁ ଅଧିକ ଥର ବିଧାୟକ ରହିଛନ୍ତି, କିନ୍ତୁ ଚଳିତ ନିର୍ବାଚନରେ ସେମାନେ ନିଜର ଆସନ ହରାଇ ଦେଇଛନ୍ତି । ଏହି ବିଧାୟକମାନଙ୍କ ମଧ୍ୟରୁ ଜଣେ ହେଉଛି ଈଶ୍ୱର ସାହୁ । ଯିଏକି ଏଠାରେ ୬ ଥର ବିଧାୟକ ଆସନରେ ବସିଥିବା ମନ୍ତ୍ରୀଙ୍କୁ ହରାଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ବେମେତରା ଜିଲ୍ଲାରେ ସାଜାର କଂଗ୍ରେସ ମନ୍ତ୍ରୀ ରବୀନ୍ଦ୍ର ଚୌବେ । ସେ ୬ ଥର ବିଧାୟକ ସାଜିଛନ୍ତି ।

କିନ୍ତୁ ଚଳିତଥର ରବୀନ୍ଦ୍ରଙ୍କୁ ବିଜେପିର ପ୍ରାର୍ଥୀ ଇଶ୍ୱର ସାହୁ ୫,୧୯୬ଟି ଭୋଟ ବ୍ୟବଧାନରେ ହରାଇ ଦେଇଛନ୍ତି । ଇଶ୍ୱର ସାହୁ ମାତ୍ର ୫ମ ଶ୍ରେଣୀ ଯାଏଁ ପାଠପଢ଼ିଛନ୍ତି । ସେ ଶ୍ରମିକ ଭାବେ କାମ କରୁଥିବା ବେଳେ ତାଙ୍କ ସ୍ତ୍ରୀ ଜଣେ ଗୃହିଣୀ । ତାଙ୍କ ପୁଅ ଭୁବନେଶ୍ୱର ସାହୁ ବିରନପୁର ଗ୍ରାମରେ ସାମ୍ପ୍ରଦାୟିକ ହିଂସାରେ ପ୍ରାଣ ହରାଇଛି । ଚଳିତବର୍ଷ ବିଧାନସଭା ନିର୍ବାଚନ ପାଇଁ ବିଜେପି ଇଶ୍ୱର ସାହୁଙ୍କୁ ଟିକେଟ ଦେଇ ମଇଦାନକୁ ଓହ୍ଲାଇଥିଲା । ଏହାପରେ ଈଶ୍ୱର ସାହୁ ଲୋକଙ୍କୁ ନିର୍ବାଚନ ପ୍ରଚାର ସମୟରେ କହିଥିଲେ ଭୋଟ ବଦଳରେ ପୁଅ ମୃତ୍ୟୁର ନ୍ୟାୟ ଦିଅନ୍ତୁ । ଏହି ପ୍ରଚାର ଲୋକଙ୍କ ହୃଦୟକୁ ସ୍ପର୍ଶ କରିଥିଲା । ଶେଷରେ ଗତକାଲି ନିର୍ବାଚନ ଫଳାଫଳ ଘୋଷଣା ହେବାପରେ ଈଶ୍ୱର ସାହୁଙ୍କ ସଫଳତା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ