Masthead

ମତେ ଷଡ଼ଯନ୍ତ୍ର କରି ହରାଇ ଦିଆଯାଇଛି : ଉପେନ୍ଦ୍ର କୁଶୱାହା

ନୂଆଦିଲ୍ଳୀ (ବଡ଼ ଖବର ବ୍ୟୁରୋ);ମୁଁ ପରାଜିତ ହୋଇଛି ନା ମତେ ଷଡ଼ଯନ୍ତ୍ର କରି ହରାଇ ଦିଆଯାଇଛି ତାହା ସମସ୍ତେ ଜାଣନ୍ତି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଉପେନ୍ଦ୍ର କୁଶୱାହା । ପାଟନା ଉତ୍ତରପ୍ରଦେଶ ଏବଂ ହରିୟାଣା ପରେ ଏବେ ବିହାରରେ ଏନଡିଏରେ ଆଭ୍ୟନ୍ତରୀଣ ମତଭେଦ ସାମ୍ନାକୁ ଆସିଛି । ରାଜ୍ୟରେ ଏନଡିଏ ମେଣ୍ଟରେ ଫାଟ ସୃଷ୍ଟି ହୋଇଛି । କାରାକାଟ ଆସନରେ ପରାଜୟ ନେଇ ଉପେନ୍ଦ୍ର କୁଶୱାହା ତାଙ୍କ ପ୍ରତି ବିଶ୍ୱାସଘାତକତା ହୋଇଥିବା ବିଷୟରେ ସୂଚନା ଦେଇଛନ୍ତି। ଗଣମାଧ୍ୟମ ସହ ଆଲୋଚନା ବେଳେ ଉପେନ୍ଦ୍ର କୁଶୱାହା କହିଛନ୍ତି, ଭୁଲ୍ ହୋଇଛି ନା ଜାଣିଶୁଣି ଭୁଲ କରାଯାଇଛି ତାହା ସମସ୍ତେ ଜାଣନ୍ତି। ଏ ସମ୍ପର୍କରେ ଆମକୁ ଖୋଲାଖୋଲି ଭାବେ କହିବାର ଆବଶ୍ୟକତା ନାହିଁ। ସମସ୍ତେ ଜାଣନ୍ତି ପୱନ ସିଂ ଫ୍ୟାକ୍ଟର୍ ସୃଷ୍ଟି ହୋଇଛି କି ସମସ୍ତଙ୍କ ଜାଣତରେ ସୃଷ୍ଟି ହୋଇଛି, ଆମର କହିବାର କିଛି ନାହିଁ। ସମସ୍ତେ ସବୁକିଛି ଜାଣନ୍ତି ବର୍ତ୍ତମାନ ଏ ବିଷୟରେ କାହା ସହିତ କଥାବାର୍ତ୍ତା କରିବାର ଆବଶ୍ୟକତା କ’ଣ ରହିଛି ? ଆଜିକାଲି ସୋସିଆଲ ମିଡିଆର ଯୁଗ, ତେଣୁ ଏସମ୍ପର୍କରେ କିଛି କହିବାର ଆବଶ୍ୟକତା ଅଛି କି? ଯେତେବେଳେ ତାଙ୍କୁ ପଚରାଗଲା ଯେ ଉପେନ୍ଦ୍ର କୁଶୱାହା ବିଶ୍ବାସଘାତର ଶିକାର ହୋଇଥିଲେ କି? ଏହାର ଉତ୍ତରରେ ସେ କହିଛନ୍ତି, ‘କ’ଣ ହୋଇଛି, କ’ଣ ହୋଇନାହିଁ, ଆମେ ଆଗରୁ କହୁଛୁ ଯେ ତାହା ସମସ୍ତେ ଜାଣନ୍ତି। ଆମକୁ କହିବାର କୌଣସି ଆବଶ୍ୟକତା ଅଛି କି?

ଲୋକସଭା ନିର୍ବାଚନରେ ବିହାରର କାରାକାଟ ଆସନ ହଟ୍ ସିଟ୍‌ରେ ପରିଣତ ହୋଇଥିଲା। ଏଠାରେ ଭୋଜପୁରୀ ତାରକା ପୱନ ସିଂ ଏନଡିଏ ମେଣ୍ଟର ସହଯୋଗୀ ପ୍ରାର୍ଥୀ ଉପେନ୍ଦ୍ର କୁଶୱାଙ୍କ ବିରୋଧରେ ଲଢୁଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର