Masthead

ପାକିସ୍ତାନରେ ବିସ୍ଫୋରଣ ପରେ ବିସ୍ଫୋରଣ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପାକିସ୍ତାନ ଉପରେ ଆଫଗାନିସ୍ତାନର ଆକ୍ରମଣ । ତାଲିବାନ୍ ଓ ପାକ୍‌ ସେନା ମଧ୍ୟରେ ସୀମାରେ ପ୍ରବଳ ଗୁଳି ବିନିମୟ ହୋଇଛି । କୁନାର ଓ ହେଲମାଣ୍ଡ ପ୍ରଦେଶ ସମେତ ଡୁରାଣ୍ଡ ବର୍ଡରରେ ଯୁଦ୍ଧ ଜାରି ହୋଇଛି । ଆଫଗାନିସ୍ତାନ ସେନା କବ୍‌ଜାରେ ପାକିସ୍ତାନର ଅନେକ ଆଉଟପୋଷ୍ଟ ରହିଛି । ପାକିସ୍ତାନ ଗୁରୁବାର ବିଳମ୍ବିତ ରାତିରେ ଆଫଗାନିସ୍ତାନ ରାଜଧାନୀ କାବୁଲରେ ଭୀଷଣ ଏୟାରଷ୍ଟ୍ରାଇକ୍‌ କରିଥିଲା ।

ଏହା ପ୍ରତିଶୋଧ ନେଇ ପାକିସ୍ତାନ ଉପରେ ଆଫଗାନ ଆକ୍ରମଣ କରିଛି । ଏଥିରେ ୧୨ ପାକ୍‌ ସେନାଙ୍କର ମୃତ୍ୟୁ ହୋଇଛି । ତେହରିକ- ଇ-ତାଲିବାନ ପାକିସ୍ତାନ ବା ଟିଟିପି  ଏହି ଆକ୍ରମଣ କରିଛି । ଏଥିରେ ଆତ୍ମଘାତୀ ଆତଙ୍କୀ ସହ ୭ ପୁଲିସ ପ୍ରାଣ ହରାଇଛନ୍ତି  ।  ପ୍ରତିଦିନ ପାକିସ୍ତାନରେ ବୋମା ଫୁଟୁଛି ଓ ଗୁଳି ଚାଲୁଛି। ଆଉ ଏହାର କେନ୍ଦ୍ରସ୍ଥଳ ପାଲଟିଛି ଖାଇବର ପଖତୁନଖ୍ବା। ଶୁକ୍ରବାର ରାତିରେ ପୁଲିସ୍ ଟ୍ରେନିଂ ସ୍କୁଲ ଉପରେ ହୋଇଛି ଭୟଙ୍କର ଆକ୍ରମଣ ।

ଏଥିରେ ୭ ଜଣ ପାକିସ୍ତାନୀ ପୁଲିସ୍ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ୧୨ ଜଣ ଆହତ ହୋଇଛନ୍ତି । ପୁଲିସ୍ ଟ୍ରେନିଂ ସେଣ୍ଟରରେ ୭-୮ ଜଣ ଆତ୍ମଘାତୀ ଆତଙ୍କବାଦୀ ମୁଖ୍ୟ ଫାଟକରେ ବିସ୍ଫୋରକ ବୋଝେଇ ଟ୍ରକ୍ ଧକ୍କା ଦେଇ ଭିତରେ ପଶିଥିଲେ । ପୁଲିସ୍ ଓ ଆକ୍ରମଣକାରୀଙ୍କ ମଧ୍ୟରେ ପ୍ରାୟ ୫ ଘଣ୍ଟା ଗୁଳିବିନିମୟ  ହୋଇଥିଲା। ଏଥିରେ ୭ ଜଣ ପାକିସ୍ତାନୀ ପୁଲିସ୍ କର୍ମଚାରୀଙ୍କ ସହିତ ୬ ଜଣ ଆକ୍ରମଣକାରୀ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି