Masthead

ଚାଷୀଙ୍କ ଆବଶ୍ୟକତା ଅନୁସାରେ ମିଳୁନି ସାର

ନବରଙ୍ଗପୁର (ବଡ଼ ଖବର ବ୍ୟୁରୋ): ନବରଙ୍ଗପୁର ଜିଲ୍ଲାରେ ସାରର ଅଭାବ କାରଣରୁ ଚାଷୀମାନେ ଚିନ୍ତାରେ । ଚାଷୀଙ୍କ ଆବଶ୍ୟକତା ଅନୁସାରେ ସାର ମିଳୁନଥିବାରୁ ଚାଷ କାମରେ ବାଧା ଉପୁଜିଛି । ଗୋଟିଏ ପଟେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଚାଷ କାମ ବିଳମ୍ବରେ ଆରମ୍ଭ ହୋଇଥିବାବେଳେ ଏବେ ସାରର ଅଭାବ ଚାଷୀଙ୍କୁ ଅଧିକ କବଳିତ କରିଛି । ଏହାର ଫାଇଦା ନେଉଛନ୍ତି କାଳାବଜାରୀ ବ୍ୟବସାୟୀମାନେ।

ଜିଲ୍ଲାର ଆବଶ୍ୟକତା ଅନୁସାରେ ସାର ଯୋଗାଇବାରେ କୃଷି ବିଭାଗ ବିଫଳ ହୋଇଥିବାବେଳେ ଅତିଶୀଘ୍ର ସାର ପହଞ୍ଚିବ କହିଛି ବିଭାଗ । ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରେ ୯୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରନ୍ତି। ଜଳସେଚନର କୌଣସି ସୁବିଧା ନଥିବାରୁ ସମସ୍ତ ଚାଷୀ ଖରିଫ ଚାଷ ଉପରେ ସମ୍ପୂର୍ଣ୍ଣ ରୂପେ ନିର୍ଭର କରିବାକୁ ବାଧ୍ୟ ହୋଇଥାନ୍ତି । ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଚଳିତ ବର୍ଷ ଖରିଫ ଚାଷ ବିଳମ୍ବରେ ଆରମ୍ଭ ହୋଇଛି । ସେଥିରେ ପୁଣି ସାରର ଅଭାବ । ଜିଲ୍ଲାକୁ ପ୍ରଥମ ଓ ଦ୍ଵିତୀୟ ପର୍ୟ୍ୟାୟ ସାର ଯେମିତି ପହଞ୍ଚିଲା ପ୍ରାୟ ସାର ଡିଲରଙ୍କୁ ଦେବାପରେ ଓ କିଛି ମାତ୍ରାରେ ଲ୍ୟାମ୍ପକୁ ଦିଆଯାଇଥିଲା। ଚାଷୀ ସାର କିଣିବାକୁ ଲ୍ୟାମ୍ପ ଏବଂ ଡିଲର ପାଖକୁ ଗଲାବେଳେ ସାର ନଥିବା କହୁଛନ୍ତି ସେମାନେ ।

ଜିଲ୍ଲା କୃଷି ବିଭାଗର ତଥ୍ୟ ଅନୁସାରେ ଚଳିତ ବର୍ଷ ଖରିଫ ଚାଷ ପାଇଁ ସେପ୍ଟେମ୍ବର ମାସ ମଧ୍ୟରେ ୪୫ ହଜାର ମ୍ୟାଟ୍ରିକ ଟନ ୟୁରିଆ ସାର ଆସିବାର ଅଛି ଏବଂ ଚଳିତ ଜୁଲାଇ ମାସ ସୁଦ୍ଧା ୧୯ ହଜାର ୭୦ ମ୍ୟାଟ୍ରିକ ଟନ ୟୁରିଆ ଜିଲ୍ଲା ପାଇବା କଥା କିନ୍ତୁ ପାଇଛି ୧୯ ହଜାର ୫ ଶହ ମ୍ୟାଟ୍ରିକ ଟନ । ସେଭଳି ଡିଏପି ସାର ୧୫ ହଜାର ମ୍ୟାଟ୍ରିକ ଟନ ଜିଲ୍ଲାକୁ ଆସିବାର ଥିଲା, ଆସିଛି ୧୧ ହଜାର ୧୬୨ ମ୍ୟାଟ୍ରିକ ଟନ ଏବଂ ୮୦୦୦ ଟନ ପଟାସ ସାର ସ୍ଥାନରେ ଆସିଛି ୪୮୮୩ ମ୍ୟାଟ୍ରିକ ଟନ ସାର । ଜିଲ୍ଲାରେ ୟୁରିଆ ଏବଂ ଡ଼ିଏପି ଏବଂ ପଟାସ ସାରର ଘୋର ଅଭାବ ଥିବାବେଳେ କଳାବଜାରୀମାନେ ୟୁରିଆ, ଡିଏପି ସାର ଗଛିତ ରଖି ଚଢା ଦରରେ ଚାଷୀଙ୍କୁ ବିକ୍ରି କରୁଥିବା ବେଳେ ଲ୍ୟାମ୍ପ କିମ୍ବା ଡିଲର ପାଖକୁ ଗଲେ ସାର ମିଳୁନଥିବା ଅଭିଯୋଗ ହୋଇଛି । ଚଳିତ ଖରିଫ ଋତୁରେ ନବରଙ୍ଗପୁର ଜିଲ୍ଲାରେ ୧ ଲକ୍ଷ ୧ ହଜାର ୫୧୭ ହେକ୍ଟର ଜମିରେ ଧାନ ଚାଷ ୬୦ ହଜାର ୯୫୪ ହେକ୍ଟର ଜମିରେ ମକା ଚାଷ ହେବ ବୋଲି କୃଷି ବିଭାଗ ଲକ୍ଷ ରଖିଛି ।

ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟିପାତ ସାଙ୍ଗକୁ ସାରର ଅଭାବ କାରଣରୁ ଚାଷ କାମ ଧିମେଇ ଯାଇଛି। ଅନେକ ଚାଷୀ ବିନା ସାରରେ ତଳି ଲଗେଇବା କାମ ସାରିବାକୁ ବାଧ୍ୟ ହେଉଛନ୍ତି, ସାରକୁ ନେଇ ଚାଷୀ ଆଶା ଓ ଆଶଙ୍କା ମଧ୍ୟରେ ରହିଥିବାବେଳେ ସାର ଡିଲରମାନେ ଚାଷୀର ସାର ପାଇଁ ବ୍ୟାକୁଳତା ଓ ଚାଷୀର ମୁହଁ ଦେଖି ସାରର ଦାମ ନିର୍ଣ୍ଣୟ କରି ଚଢା ଦରରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଜିଲ୍ଲା କୃଷି ନିର୍ଦେଶକଙ୍କ କହିବା ଅନୁସାରେ ୨ ହଜାର ୮୫୦ ମ୍ୟାଟ୍ରିକ ଟନ ୟୁରିଆ ପାଇଁ ବରାଦ କରାଯାଇଛି, କିନ୍ତୁ ଅଳ୍ପ ଦିନ ମଧ୍ୟରେ ଦୁଇ ହଜାର ମ୍ୟାଟ୍ରିକ ଟନ ୟୁରିଆ ଜିଲ୍ଲାକୁ ଆସି ପହଁଚିବ,ଏହାଫଳରେ ଚାଷୀଙ୍କ ସମସ୍ୟା କିଛି ମାତ୍ରାରେ ଦୂର ହେବ ବୋଲି କହିଛନ୍ତି। ଅନ୍ୟପଟେ ସାର କଳା ବଜାର ରୋକିବା ପାଇଁ ସ୍କ୍ୱାର୍ଡ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି ଏବଂ ବର୍ତମାନ ସୁଧା ଦୁଇଜଣ ଦୋକାନୀଙ୍କ ଲାଇସେନ୍ସ କ୍ୟାନ୍ସଲ କରାଯାଇଥିବା ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏୟାରଲିଫ୍ଟ ହେବେ ବଳଙ୍ଗା ପୀଡ଼ିତା 🔴 ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପ୍ରଶ୍ନପତ୍ର ଭାଇରାଲ ପରେ ସ୍ବତନ୍ତ୍ର OTET-୨୦୨୫ ସ୍ଥଗିତ 🔴 ବଳଙ୍ଗା ଘଟଣାକୁ ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ 🔴 ଏମ୍ସରେ ବିକ୍ଷୋଭ ମନା 🔴 ଛାତ୍ରୀଙ୍କ ପାଇଁ ଆସିଲା ‘ଶକ୍ତିଶ୍ରୀ’ ଯୋଜନା 🔴 ନାବାଳିକାଙ୍କ ଶରୀର ୭୦ ପ୍ରତିଶତ ପୋଡ଼ିଛି ! 🔴 ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳିଲେ ଦୁର୍ବୃତ୍ତ, ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ 🔴 ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ 🔴 ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ 🔴 ଏୟାରଲିଫ୍ଟ ହେବେ ବଳଙ୍ଗା ପୀଡ଼ିତା 🔴 ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପ୍ରଶ୍ନପତ୍ର ଭାଇରାଲ ପରେ ସ୍ବତନ୍ତ୍ର OTET-୨୦୨୫ ସ୍ଥଗିତ 🔴 ବଳଙ୍ଗା ଘଟଣାକୁ ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ 🔴 ଏମ୍ସରେ ବିକ୍ଷୋଭ ମନା 🔴 ଛାତ୍ରୀଙ୍କ ପାଇଁ ଆସିଲା ‘ଶକ୍ତିଶ୍ରୀ’ ଯୋଜନା 🔴 ନାବାଳିକାଙ୍କ ଶରୀର ୭୦ ପ୍ରତିଶତ ପୋଡ଼ିଛି ! 🔴 ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳିଲେ ଦୁର୍ବୃତ୍ତ, ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ 🔴 ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ 🔴 ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ