Masthead

ଫିଫା ମାନ୍ୟତା ତାଲିକା ଶୀର୍ଷରେ ବେଲଜିୟମ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଲଗାତାର ତୃତୀୟ ବର୍ଷ ପାଇଁ ବେଲଜିୟମ ଶୀର୍ଷରେ ରହିଛି । ଗତକାଲି ପ୍ରକାଶ ପାଇଥିବା ଫିଫା ମାନ୍ୟତାରେ ବିଶ୍ୱ ବିଜେତା ଫ୍ରାନ୍ସକୁ ପଛରେ ପକାଇ ବେଲଜିୟମ ପ୍ରଥମ ସ୍ଥାନରେ ରହିଛି। କୋଭିଡ-୧୯ ସଂକଟ ଲାଗି ଚଳିତ ବର୍ଷ ମାତ୍ର ୩୫୨ଟି ଆର୍ନ୍ତଜାତୀୟ ମ୍ୟାଚ ଖେଳାଯାଇଥିଲା। ଏହାର ପ୍ରଭାବ ଫୁଟବଲ ପଡ଼ିଆ ସହ ଫିଫା ମାନ୍ୟତା ଉପରେ ମଧ୍ୟ ପଡ଼ିଛି । ତେବେ ଏହି ୩୫୨ ମ୍ୟାଚରୁ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା ବେଲଜିୟମ। ତେଣୁ ବେଲଜିୟମ ହକଦାର ରହିଥିଲା ଶୀର୍ଷ ସ୍ଥାନରେ ରହିବାକୁ। ଏମିତି ବେଲଜିୟମ ଦଳ ସ୍ପଷ୍ଟ କରିଛି

। ରୋବର୍ଟୋ ମାର୍ଟିନେଜଙ୍କ ବେଲ୍ଜିୟମ ଦଳ ଚଳିତ ବର୍ଷ ଖେଳିଥିବା ୮ମ୍ୟାଚରୁ ୬ ମ୍ୟାଚରେ ବିଜୟ ଲାଭ କରିଥିଲା। ବେଲଜିୟମ ଆସନ୍ତା ବର୍ଷ ହେବାକୁ ଥିବା ୟୁଫା ନେସନ୍ସ ଲିଗ୍ ଫାଇନାଲ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛି । ବେଲଜିୟମ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି ବିଶ୍ୱ ବିଜେତା ଫ୍ରାନ୍ସ। ତୃତୀୟ ସ୍ଥାନରେ ରହିଛି ବ୍ରାଜିଲ, ଚତୁର୍ଥରେ ଇଂଲଣ୍ଡ, ପଞ୍ଚମରେ ପର୍ତୁଗାଲ, ଷଷ୍ଠ ସ୍ଥାନରେ ରହିଛି ସ୍ପେନ। ସେହିପରି ଭାବରେ ଆର୍ଜେଣ୍ଟିନା,ମେକ୍ସିକୋ ଓ ଇଟାଲି ସପ୍ତମ, ଅଷ୍ଟମ,ନବମ ଓ ଦଶମ ସ୍ଥାନରେ ରହିଛି । ଯଦି ଭାରତ କଥା କହିବା ତେବେ ଭାରତ ଫିଫା ମାନ୍ୟତାରେ ୧୦୪ ତମ ସ୍ଥାନରେ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଣି ମନ୍ଦିରରେ ଦଳାଚକଟା, ଦୁଇଜଣ ଭକ୍ତଙ୍କ ମୃତ୍ୟୁ 🔴 ବସ୍-ବାଇକ ମୁହାଁମୁହିଁ ଧକ୍କା, ୨ଜଣଙ୍କ ମୃତ୍ୟୁ 🔴 ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ଲଗାଣ ବର୍ଷା, ୬ ଜିଲ୍ଲାରେ ବନ୍ୟା ପରିସ୍ଥିତି 🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ 🔴 ଆସୁଛି ବଡ ବନ୍ୟା 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 ପୁଣି ମନ୍ଦିରରେ ଦଳାଚକଟା, ଦୁଇଜଣ ଭକ୍ତଙ୍କ ମୃତ୍ୟୁ 🔴 ବସ୍-ବାଇକ ମୁହାଁମୁହିଁ ଧକ୍କା, ୨ଜଣଙ୍କ ମୃତ୍ୟୁ 🔴 ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ଲଗାଣ ବର୍ଷା, ୬ ଜିଲ୍ଲାରେ ବନ୍ୟା ପରିସ୍ଥିତି 🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ 🔴 ଆସୁଛି ବଡ ବନ୍ୟା 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର