Masthead

ସଂଗ୍ରାମୀଙ୍କୁ ଝୁରୁଛି ଦେଶ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦେଶ ପାଳୁଛି ୭୫ତମ ସ୍ୱାଧୀନତା ଦିବସ । ଆଜିବି ପ୍ରତିଟି ହୃଦୟରେ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନର ସ୍ମୃତି ଜୀବନ୍ତ ଓ ସତେଜ ହୋଇ ରହିଛି । ୭୫ତମ ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି, ‘ଆଜାଦ୍ କା ଅମୃତ ମହୋତ୍ସବ’ ରେ ଦେଶବାସୀ ସାମିଲ୍ ହୋଇଥିବାରୁ ଅନେକ ଅନେକ ଶୁଭେଚ୍ଛା । ୨୦୨୧ ଦେଶବାସୀଙ୍କୁ ନୂଆ ଶକ୍ତି ଦେବା ସହ ନବଚେତନା ସୃଷ୍ଟି କରୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଛନ୍ତି ଅଭିଭାଷଣ । ୧୯୪୭, ଆଜି ଦିନରେ ଦେଶ ସ୍ୱାଧୀନ ହେଇଥିଲା । ସଂଗ୍ରାମୀମାନଙ୍କୁ ଦେଶବାସୀ ମନେ ପକାଉଛନ୍ତି ବୋଲି ପିଏମ୍ ମୋଦି କହିଛନ୍ତି । ଅଲିମ୍ପିଆନଙ୍କୁ ସାବାସୀ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ମହାମାରୀ ସହ ଲଢିବାରେ ଦେଶ ସଫଳ ହୋଇଛି ।

ଅଗଷ୍ଟ ୧୪କୁ ବିଭିଷୀକା ବିଭାଜନ ଦିବସ ରୂପେ ପାଳିବାକୁ ଆହ୍ୱାନ ଦେଇଛନ୍ତି । ଅଲିମ୍ପିକ୍ସ ସଫଳତା ପ୍ରେରଣା ଯୋଗାଇବ । ଦେଶକୁ ବଦଳାଇବାକୁ ହେଲେ ନିଜକୁ ବଦଳିବାକୁ ପଡ଼ିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ନୂଆ ସଂକଳ୍ପକୁ ନେଇ ଆଗେଇବାକୁ ହେବ । ସମସ୍ତଙ୍କ ବିକାଶ ଆମର ଲକ୍ଷ । ଆୟୁଷମାନ ଯୋଜନାରୁ କେହି ବଞ୍ଚିତ ହେବେନି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ